‘ପଳାତକ’ ତାଲିକାରେ ନିରବ ମୋଦି

ନୂଆଦିଲ୍ଲୀ: ହୀରା ବ୍ୟବସାୟୀ ନିରବ ମୋଦି ଏବେ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ତାଲିକାରେ ସାମିଲ ହୋଇଛନ୍ତି। ଅର୍ଥାତ ବିଜୟ ମାଲ୍ୟା ଭଳି ଭାରତରୁ ଟଙ୍କା ନେଇ ଫେରାର ହୋଇ ଯାଇଥିବା ନିରବ ମୋଦିଙ୍କୁ ଅର୍ଥନୀତିକ ଅପରାଧ ପାଇଁ ପଳାତକ ଘୋଷଣା କରାଯାଇଛି। ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଏଭଳି ପଳାତକ ଘୋଷିତ କରିଛନ୍ତି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ୧୧ ହଜାର କୋଟି ଟଙ୍କାର ଋଣ ନେଇ ନିରବ ମୋଦି ଫେରାର ହୋଇ ଯାଇଥିଲେ। ଏବେ […]

nu

Hemant Lenka
  • Published: Thursday, 05 December 2019
  • , Updated: 05 December 2019, 03:48 PM IST

ନୂଆଦିଲ୍ଲୀ: ହୀରା ବ୍ୟବସାୟୀ ନିରବ ମୋଦି ଏବେ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ତାଲିକାରେ ସାମିଲ ହୋଇଛନ୍ତି। ଅର୍ଥାତ ବିଜୟ ମାଲ୍ୟା ଭଳି ଭାରତରୁ ଟଙ୍କା ନେଇ ଫେରାର ହୋଇ ଯାଇଥିବା ନିରବ ମୋଦିଙ୍କୁ ଅର୍ଥନୀତିକ ଅପରାଧ ପାଇଁ ପଳାତକ ଘୋଷଣା କରାଯାଇଛି।

ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଏଭଳି ପଳାତକ ଘୋଷିତ କରିଛନ୍ତି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ୧୧ ହଜାର କୋଟି ଟଙ୍କାର ଋଣ ନେଇ ନିରବ ମୋଦି ଫେରାର ହୋଇ ଯାଇଥିଲେ। ଏବେ ସେ ବ୍ରିଟେନରେ ଗିରଫ ହୋଇ ସେଠାକାର ଜେଲରେ ରହିଛନ୍ତି।

ଅର୍ଥନୀତିକ ଅପରାଧ ପାଇଁ ଦେଶର ଦ୍ୱିତୀୟ ବ୍ୟକ୍ତି ଭାବେ ନିରବ ମୋଦି ପଳାତକ ଘୋଷିତ ହୋଇଛନ୍ତି। ପଳାତକ ଅର୍ଥନୀତିକ ଅପରାଧ ଆଇନ୍‌ ଅନୁଯାୟୀ ମୁମ୍ବାଇର ପ୍ରିଭେନସନ୍‌ ଅଫ ମନିଲଣ୍ଡରିଂ ଆକ୍ଟ କୋର୍ଟ ତାଙ୍କୁ ଏଭଳି ପଳାତକ ଘୋଷିତ କରିଛନ୍ତି।

ପଳାତକ ଘୋଷିତ ହେଉଥିବା ବ୍ୟକ୍ତିଙ୍କୁ ଏବେ ଭାରତୀୟ ତଦନ୍ତକାରୀ ସଂସ୍ଥା ଜେରା କରିପାରିବ ଏବଂ ସେମାନଙ୍କ ସମ୍ପତ୍ତିକୁ ଆଟାଚ ମଧ୍ୟ କରିପାରିବ। ସେହିପରି ନ୍ୟାୟିକ ପ୍ରକ୍ରିୟାରେ ସାମିଲ ହେବା ଭୟରେ ଭାରତ ଛାଡ଼ିଥିବା ବ୍ୟକ୍ତିଙ୍କୁ ମଧ୍ୟ ତଦନ୍ତକାରୀ ସଂସ୍ଥା ଟାର୍ଗେଟ କରିପାରିବ।

ନିରବ ମୋଦିଙ୍କ ପୂର୍ବରୁ ବିଜୟ ମାଲ୍ୟାଙ୍କୁ ଋଣ ଖିଲାପ ଘଟଣାରେ ପ୍ରଥମେ ଅର୍ଥନୀତିକ ଅପରାଧ ପାଇଁ ପଳାତକ ଘୋଷଣା କରାଯାଇଥିଲା। ମାଲ୍ୟା ବି ବ୍ରିଟେନରେ ଅଛନ୍ତି। ତାଙ୍କୁ ଭାରତ ଆଣିବା ପାଇଁ ସରକାର ସବୁ ପ୍ରକାରର ଉଦ୍ୟମ କରୁଥିବା କହୁଛନ୍ତି।

Related story