ଧ୍ୱଂସ ପାଇବ ନିରବ ମୋଦିଙ୍କ ମୁମ୍ବାଇ ବଙ୍ଗଳା

ମୁମ୍ବାଇ: ପଳାତକ ଘୋଷିତ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ରାୟଗଡ଼ଠାରେ ଥିବା ବିଳାସପୂର୍ଣ୍ଣ ବଙ୍ଗଳା ମାଟିରେ ମାଶିବ। ଆଜି ଏନେଇ ରାୟଗଡ଼ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ବଙ୍ଗଳାଟି ଅଲିବାଗ ସମୁଦ୍ର ନିକଟରେ ରହିଛି। କେବଳ ନିରବ ମୋଦିଙ୍କର ବଙ୍ଗଳା ନୁହେଁ ଏଠାରେ ବେଆଇନ୍‌ ଭାବେ ନିର୍ମିତ ସମସ୍ତ ୫୮ଟି ବଙ୍ଗଳାଙ୍କୁ ଭଙ୍ଗାଯିବ ବୋଲି ରାଜ୍ୟ ସରକାର ବମ୍ବେ ହାଇକୋର୍ଟଙ୍କୁ ଜଣାଇଥିଲେ। ତଦ୍‌ନୁଯାୟୀ, ବଙ୍ଗଳା ଭାଙ୍ଗିବା ପାଇଁ ନିର୍ଦ୍ଦେଶ ମିଳିଛି। ତେବେ ଏହି ଉଚ୍ଛେଦ ପ୍ରକ୍ରିୟା ୨୦୧୦ […]

f

Hemant Lenka
  • Published: Friday, 07 December 2018
  • , Updated: 07 December 2018, 03:56 PM IST

ମୁମ୍ବାଇ: ପଳାତକ ଘୋଷିତ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ରାୟଗଡ଼ଠାରେ ଥିବା ବିଳାସପୂର୍ଣ୍ଣ ବଙ୍ଗଳା ମାଟିରେ ମାଶିବ। ଆଜି ଏନେଇ ରାୟଗଡ଼ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ବଙ୍ଗଳାଟି ଅଲିବାଗ ସମୁଦ୍ର ନିକଟରେ ରହିଛି। କେବଳ ନିରବ ମୋଦିଙ୍କର ବଙ୍ଗଳା ନୁହେଁ ଏଠାରେ ବେଆଇନ୍‌ ଭାବେ ନିର୍ମିତ ସମସ୍ତ ୫୮ଟି ବଙ୍ଗଳାଙ୍କୁ ଭଙ୍ଗାଯିବ ବୋଲି ରାଜ୍ୟ ସରକାର ବମ୍ବେ ହାଇକୋର୍ଟଙ୍କୁ ଜଣାଇଥିଲେ। ତଦ୍‌ନୁଯାୟୀ, ବଙ୍ଗଳା ଭାଙ୍ଗିବା ପାଇଁ ନିର୍ଦ୍ଦେଶ ମିଳିଛି।

ତେବେ ଏହି ଉଚ୍ଛେଦ ପ୍ରକ୍ରିୟା ୨୦୧୦ ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ ଋଣ ଖିଲାପ ଘଟଣାରେ ହେଉନାହିଁ। ନିରବ ମୋଦିଙ୍କୁ କିହିମଠାରେ ୩୭୬ ସ୍କୋୟାର ମିଟର ପରିମିତ ଅଞ୍ଚଳରେ ବଙ୍ଗଳା କରିବାକୁ ଅନୁମତି ମିଳିଥିଲା। କିନ୍ତୁ ସେ ୧୦୭୧ ସ୍କୋୟାର ମିଟର ପରିମିତ ଅଞ୍ଚଳରେ ବଙ୍ଗଳା ନିର୍ମାଣ କରିଥିଲେ।

Related story