ନିର୍ଭୟା ଦୋଷୀଙ୍କ ନୂଆ ଭେଳିକି: ଜେଲରେ ମିଳୁଥିଲା ଯୌନ ନିର୍ଯାତନା!

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ଖୁଣ୍ଟରେ ଝୁଲିବାକୁ ଥିବା ୪ ଅଭିଯୁକ୍ତ ଏବେ ନୂଆ ଭେଳିକି ଦେଖାଇଛନ୍ତି। ଆସନ୍ତା ଫେବୃଆରୀ ୧ ସକାଳ ୬ଟାରେ ସମସ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି। ହେଲେ ଏଥିରୁ ବର୍ତ୍ତିବା ପାଇଁ ଦୋଷୀମାନେ ସବୁ ରାସ୍ତାକୁ ଆପଣାଇବାରେ ଲାଗିଛନ୍ତି। ଜେଲରେ ରହିବା ସମୟରେ ଦୋଷୀମାନଙ୍କୁ ମାଡ଼ ମରାଯିବା ସହ ଯୌନ ନିର୍ଯାତନା ଦିଆଯାଉଥିବା ସେମାନେ ସୁପ୍ରିମକୋର୍ଟରେ ଅଭିଯୋଗ କରିଛନ୍ତି। ଦୋଷୀ […]

e

Hemant Lenka
  • Published: Tuesday, 28 January 2020
  • , Updated: 28 January 2020, 05:23 PM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ଖୁଣ୍ଟରେ ଝୁଲିବାକୁ ଥିବା ୪ ଅଭିଯୁକ୍ତ ଏବେ ନୂଆ ଭେଳିକି ଦେଖାଇଛନ୍ତି। ଆସନ୍ତା ଫେବୃଆରୀ ୧ ସକାଳ ୬ଟାରେ ସମସ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି।

ହେଲେ ଏଥିରୁ ବର୍ତ୍ତିବା ପାଇଁ ଦୋଷୀମାନେ ସବୁ ରାସ୍ତାକୁ ଆପଣାଇବାରେ ଲାଗିଛନ୍ତି। ଜେଲରେ ରହିବା ସମୟରେ ଦୋଷୀମାନଙ୍କୁ ମାଡ଼ ମରାଯିବା ସହ ଯୌନ ନିର୍ଯାତନା ଦିଆଯାଉଥିବା ସେମାନେ ସୁପ୍ରିମକୋର୍ଟରେ ଅଭିଯୋଗ କରିଛନ୍ତି।

ଦୋଷୀ ସାବ୍ୟସ୍ତ ହୋଇଥିବା ମୁକେଶ ତା’ର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ଦ୍ୱାରା ଖାରଜ ହୋଇଥିବାରୁ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି। ଆଜି ଏହାର ଶୁଣାଣି ହୋଇଥିଲା। ଶୁଣାଣି ବେଳେ ମୁକେଶର ଓକିଲ ସୁପ୍ରିମକୋର୍ଟଙ୍କ ଆଗରେ ଏଭଳି ଅଭିଯୋଗ ଉପସ୍ଥାପନ କରିଛନ୍ତି। ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ହୋଇଥିବା ସମସ୍ତ ଯୁକ୍ତିକୁ ଶୁଣିଛନ୍ତି। ଆସନ୍ତାକାଲି ଏହାର ରାୟ ପ୍ରକାଶ ପାଇବ।

ଆଜି ଶୁଣାଣି ବେଳେ ମୁକେଶ ସିଂହର ଓକିଲ ଅଞ୍ଜନା ପ୍ରକାଶ କହିଛନ୍ତି ଯେ ରାଜକ୍ଷମା ଆବେଦନର ଫାଇଲ ରାଷ୍ଟ୍ରପତିଙ୍କ ପାଖକୁ ଯାଇଥିଲା। ହେଲେ ସମସ୍ତ ଦସ୍ତାବିଜ ଓ ପ୍ରମାଣ ତାଙ୍କ ଆଗରେ ଉପସ୍ଥାପନ କରାଯାଇ ନଥିଲା। ସେ ତରବରଆ ଭାବେ ଏହାକୁ ଖାରଜ କରିଛନ୍ତି। ତେଣୁ ଏହା ଉଦ୍ଦେଶ୍ୟ ମୂଲକ ଓ ଭୁଲ ତଥ୍ୟ ଆଧାରରେ କରାଯାଇଛି।

ମୁକେଶଙ୍କୁ ଜେଲ ମଧ୍ୟରେ ମାଡ଼ ମରାଯିବା ସହ ଯୌନ ନିର୍ଯାତନା ଦିଆଯାଉଥିଲା। ଏହାର ପ୍ରମାଣ ରହିଛି ବୋଲି ସେ ଯୁକ୍ତି କରିଥିଲେ। ହେଲେ ସୁପ୍ରିମକୋର୍ଟ ଏ ସଂକ୍ରାନ୍ତରେ କୌଣସି ଦସ୍ତାବିଜ ଦେଖିବେ ନାହିଁ ବୋଲି କହିଥିଲେ। ଅଞ୍ଜନା ପ୍ରକାଶ ଆହୁରି କହିଥିଲେ, “ଆପଣ ଜଣଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। ଆପଣଙ୍କୁ ଆପଣଙ୍କ ମୁଣ୍ଡ ଖଟାଇବାକୁ ପଡ଼ିବ।”

ଏଥିରେ ଉତକ୍ଷିପ୍ତ ହୋଇ ଖଣ୍ଡପୀଠରେ ଥିବା ଜଷ୍ଟିସ ଅଶୋକ ଭୂଷଣ କହିଥିଲେ ଯେ “କ’ଣ ଆପଣ କହିବାକୁ ଚାହୁଁଛନ୍ତି ଯେ ରାଷ୍ଟ୍ରପତି ସମସ୍ତ ଦସ୍ତାବିଜକୁ ତନତନ କରି ଯାଞ୍ଚ କରିବା ପରେ ଯାଇ ନିଷ୍ପତ୍ତି ନେଇଥାଆନ୍ତେ? ଆପଣ କେମିତି ଜାଣିଲେ ଯେ ସମସ୍ତ ପ୍ରମାଣ ରାଷ୍ଟ୍ରପତିଙ୍କୁ ଆଗରେ ଉପସ୍ଥାପନ କରାଯାଇ ନଥିଲା? ଆପଣ କେମିତି କହୁଛନ୍ତି ଯେ ରାଷ୍ଟ୍ରପତି ତାଙ୍କ ମୁଣ୍ଡ ଖର୍ଚ୍ଚ କରିନାହାନ୍ତି ବୋଲି?”

ଅଞ୍ଜନା ଆହୁରି କହିଥିଲେ ଯେ “ମୁକେଶଙ୍କୁ ଜେଲ ମଧ୍ୟରେ ପ୍ରତିଦିନ ମାଡ଼ ମରାଯିବା ସହ ଯୌନ ନିର୍ଯାତନା ଦିଆଯାଉଥିଲା। ତାଙ୍କ ରାଜକ୍ଷମା ଆବେଦନ ଖାରଜ ହେବା ପୂର୍ବରୁ ତାଙ୍କୁ ଏକ ଛୋଟିଆ ଓ ଅନ୍ଧାରିଆ ସେଲରେ ଏକୁଟିଆ ରଖାଯାଉଥିଲା। ତେଣୁ ଏହା କଏଦୀ ଆଇନକୁ ଉଲ୍ଲଙ୍ଘନ କରିଛି।”

ପୁଲିସ୍‌ ପକ୍ଷରୁ ମାମଲା ଲଢ଼ୁଥିବା ସଲିସିଟର ଜେନେରାଲ ତୁଷାର ମେହେଟା ନିଜର ପକ୍ଷ ରଖି କହିଛନ୍ତି ଯେ “କଏଦୀ କେଉଁଠି ରହୁଛି, ତାହା କ୍ଷମା ଆବେଦନର କାରଣ ହୋଇ ନପାରେ। ମୁକେଶକୁ କେବେ ହେଲେ ଅନ୍ଧାର ସେଲରେ ଏକୁଟିଆ ରଖାଯାଇ ନଥିଲା। ତା’କୁ କିଛି ସମୟ ପାଇଁ ସ୍ୱତନ୍ତ୍ର ସେଲରେ ରଖାଯାଇଥିଲା। ଏହାର ଅର୍ଥ ନୁହେଁ ଯେ ତା’କୁ ନିର୍ଯାତନା ଦିଆଯାଉଥିଲା।

ନିୟମ ଅନୁଯାୟୀ, ଫାଶୀ ପାଇବାକୁ ଥିବା ଦୋଷୀର ଯଦି ସ୍ୱାସ୍ଥ୍ୟାବସ୍ଥା ଅତ୍ୟଧିକ ଖରାପ ଥାଏ, ତା’ହେଲେ ତାକୁ ଫାଶୀ ଦିଆଯାଏ ନାହିଁ। ହେଲେ ମୁକେଶ କଥା ବିଚାରକୁ ନେଲେ ସେ ବେଶ ସୁସ୍ଥ ଅଛି।”

୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ୬ ଜଣ ଗିରଫ ହୋଇଥିଲେ। ତେବେ ଏମାନଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ବେଳେ ଦୋଷୀ ରାମ ସିଂହ ଆତ୍ମହତ୍ୟା କରିଥିଲା। ଅନ୍ୟ ୪ ଜଣଙ୍କୁ ୨୦୧୩ରେ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

୩ ବର୍ଷ ଜେଲରେ ରହିବା ପରେ ନାବାଳକଟିକୁ ଛଡ଼ା ଯାଇଥିଲା। ୨୦୧୭ରେ ସୁପ୍ରିମକୋର୍ଟ ଦୋଷୀ ସାବ୍ୟସ୍ତ ହୋଇଥିବା ମୁକେଶ, ବିନୟ, ପବନ ଓ ଅକ୍ଷୟର ଫାଶୀ ଦଣ୍ଡ କାଏମ ରଖିଥିଲେ। ଏହାପରେ ସେମାନେ ଦାଖଲ କରିଥିବା କ୍ୟୁରେଟିଭ ଓ ରିଭ୍ୟୁ ପିଟିସନ ସୁପ୍ରିମକୋର୍ଟ ଖାରଜ କରି ସାରିଛନ୍ତି। ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ମୁକେଶ କରିଥିବା ରାଜକ୍ଷମା ଆବେଦନକୁ ଖାରଜ କରିଛନ୍ତି।

Related story