ଫାଶୀରୁ ବର୍ତ୍ତିବା ପାଇଁ ପବନ ପରେ ଅକ୍ଷୟ ଦାଖଲ କଲା କ୍ଷମା ଆବେଦନ

ନୂଆଦିଲ୍ଲୀ: ଫାଶୀ ଖୁଣ୍ଟରୁ ଝୁଲିବା ପୂର୍ବରୁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ଆଇନର ସମସ୍ତ ଦିଗକୁ ବ୍ୟବହାର କରୁଛନ୍ତି। ମାର୍ଚ୍ଚ ୩ ତାରିଖରେ ଫାଶୀ ଖୁଣ୍ଟରେ ଝୁଲିବାକୁ ଥିବା ୪ ଦୋଷୀଙ୍କ ମଧ୍ୟରୁ ଅକ୍ଷୟ ଠାକୁର ଶନିବାର ପୁଣିଥରେ କୋର୍ଟରେ କ୍ଷମା ଆବେଦନ ଦାଖଲ କରିଛି। ପୂର୍ବରୁ ସେ ଆବେଦନ କରିଥିବା ଦୟା ଆବେଦନର ସମସ୍ତ ପ୍ରସଙ୍ଗକୁ ବିଚାର କରାଯାଇ ନାହିଁ ବୋଲି ଅକ୍ଷୟ ଠାକୁର ଏବେ ଆବେଦନରେ ଦର୍ଶାଇଛି। ତେଣୁ ପୁଣିଥରେ ଦୟା […]

Nirbhaya

Nirbhaya

Subhransu Sekhar
  • Published: Saturday, 29 February 2020
  • Updated: 29 February 2020, 06:09 PM IST

ନୂଆଦିଲ୍ଲୀ: ଫାଶୀ ଖୁଣ୍ଟରୁ ଝୁଲିବା ପୂର୍ବରୁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ଆଇନର ସମସ୍ତ ଦିଗକୁ ବ୍ୟବହାର କରୁଛନ୍ତି। ମାର୍ଚ୍ଚ ୩ ତାରିଖରେ ଫାଶୀ ଖୁଣ୍ଟରେ ଝୁଲିବାକୁ ଥିବା ୪ ଦୋଷୀଙ୍କ ମଧ୍ୟରୁ ଅକ୍ଷୟ ଠାକୁର ଶନିବାର ପୁଣିଥରେ କୋର୍ଟରେ କ୍ଷମା ଆବେଦନ ଦାଖଲ କରିଛି। ପୂର୍ବରୁ ସେ ଆବେଦନ କରିଥିବା ଦୟା ଆବେଦନର ସମସ୍ତ ପ୍ରସଙ୍ଗକୁ ବିଚାର କରାଯାଇ ନାହିଁ ବୋଲି ଅକ୍ଷୟ ଠାକୁର ଏବେ ଆବେଦନରେ ଦର୍ଶାଇଛି। ତେଣୁ ପୁଣିଥରେ ଦୟା ଆବେଦନ ଉପରେ ବିଚାର କରାଯାଉ ବୋଲି ଅକ୍ଷୟ ଦାବି କରିଛି।

https://twitter.com/ANI/status/1233697174300418049

ଏହା ପୂର୍ବରୁ ଅନ୍ୟତମ ଦୋଷୀ ପବନ କୁମାର ଶୁକ୍ରବାର କ୍ୟୁରେଟିଭି ପିଟିସନ ଦାଖଲ କରିଛି। ଏହାକୁ ନେଇ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ମାର୍ଚ୍ଚ ୨ରେ ଶୁଣାଣି କରିବେ। ଦୁଷ୍କର୍ମ ଘଟଣା ବେଳେ ସେ ନାବାଳକ ଥିଲା। ତେଣୁ ତାଙ୍କ ଆବେଦନକୁ ଆଉ ଥରେ ବିଚାର କରାଯାଉ। ହେଲେ କୋର୍ଟ ପୂର୍ବରୁ ଏଭଳି ଆବେଦନକୁ ଖାରଜ କରିସାରିଛନ୍ତି।

ମଙ୍ଗଳବାର ଦିନ ଜଷ୍ଟିସ ଏନ୍.ବି ରମନ୍ନା, ଜଷ୍ଟିସ ଅରୁଣ ମିଶ୍ରା, ଜଷ୍ଟିସ ନରିମାନ, ଜଷ୍ଟିସ ଭାନୁମତୀ ଏବଂ ଜଷ୍ଟିସ ଅଶୋକ ଭୂଷଣ ସକାଳ ୧୦ଟା ୨୫ରେ ଏହି କ୍ୟୁରେଟିଭ ଆବେଦନର ଶୁଣାଣି କରିବେ। ପୂର୍ବରୁ ଅନ୍ୟ ଦୋଷୀଙ୍କର କ୍ୟୁରେଟିଭ୍ ପିଟିସନ ଖାରଜ ହୋଇସାରିଛି। ତେଣୁ ପବନର କ୍ୟୁରେଟିଭ ପିଟିସନ ମଧ୍ୟ ଖାରଜ ହେବ ବୋଲି ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos