‘ଅର୍ଥନୀତିକ ସଂସ୍କାର ଏହା ପ୍ରଭାବ ଦେଖାଇବା ଆରମ୍ଭ କରିଛି’

ନୂଆଦିଲ୍ଲୀ: ସରକାରଙ୍କ ଅର୍ଥନୀତିକ ସଂସ୍କାର ଏହାର ପ୍ରଭାବ ଦେଖାଇବା ଆରମ୍ଭ କରିଛି ବୋଲି ଆଜି ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା କ୍ରିଷ୍ଣମୂର୍ତ୍ତି ସୁବ୍ରମଣ୍ୟନ୍‌ କହିଛନ୍ତି। ୫ ଟ୍ରିଲିଅନ୍‌ ଅର୍ଥନୀତି ପାଇଁ ଭାରତର ମାର୍ଗ ଏବଂ କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟ କ୍ଷେତ୍ରକୁ ସରକାରଙ୍କ ଗୁରୁତ୍ୱ ବାବଦରେ ମଧ୍ୟ ସୁବ୍ରମଣ୍ୟନ୍‌ ମତ ରଖିଛନ୍ତି। ସୁବ୍ରମଣ୍ୟନ୍‌ କହିଛନ୍ତି, “ବିଦେଶୀ ନିବେଶରେ ବୃଦ୍ଧିରୁ ସ୍ପଷ୍ଟ ଯେ, ନିବେଶ କ୍ଷେତ୍ରରେ ସରକାରଙ୍କ ପଦକ୍ଷେପ ସଫଳ ହୋଇଛି। ୨୦୧୯-୨୦ ଆର୍ଥିକ ବର୍ଷର ଅର୍ଦ୍ଧେକରେ ଏଫ୍‌ଡିଆଇ […]

su

Subrat Kumar Nayak
  • Published: Friday, 13 December 2019
  • , Updated: 13 December 2019, 08:32 PM IST

ନୂଆଦିଲ୍ଲୀ: ସରକାରଙ୍କ ଅର୍ଥନୀତିକ ସଂସ୍କାର ଏହାର ପ୍ରଭାବ ଦେଖାଇବା ଆରମ୍ଭ କରିଛି ବୋଲି ଆଜି ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା କ୍ରିଷ୍ଣମୂର୍ତ୍ତି ସୁବ୍ରମଣ୍ୟନ୍‌ କହିଛନ୍ତି। ୫ ଟ୍ରିଲିଅନ୍‌ ଅର୍ଥନୀତି ପାଇଁ ଭାରତର ମାର୍ଗ ଏବଂ କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟ କ୍ଷେତ୍ରକୁ ସରକାରଙ୍କ ଗୁରୁତ୍ୱ ବାବଦରେ ମଧ୍ୟ ସୁବ୍ରମଣ୍ୟନ୍‌ ମତ ରଖିଛନ୍ତି।

ସୁବ୍ରମଣ୍ୟନ୍‌ କହିଛନ୍ତି, “ବିଦେଶୀ ନିବେଶରେ ବୃଦ୍ଧିରୁ ସ୍ପଷ୍ଟ ଯେ, ନିବେଶ କ୍ଷେତ୍ରରେ ସରକାରଙ୍କ ପଦକ୍ଷେପ ସଫଳ ହୋଇଛି। ୨୦୧୯-୨୦ ଆର୍ଥିକ ବର୍ଷର ଅର୍ଦ୍ଧେକରେ ଏଫ୍‌ଡିଆଇ ୩୫ ବିଲିଅନ୍‌ ଡଲାରରେ ପହଞ୍ଚିଛି, ଯାହାକି ପୂର୍ବବର୍ଷ ୩୧ ବିଲିଅନ୍‌ ଡଲାର ଥିଲା। ଏହାର ଅର୍ଥ ବିଦେଶ ନିବେଶକମାନେ ଭାରତକୁ ପ୍ରିୟ ନିବେଶ ସ୍ଥଳ ଭାବେ ବାଛିବା ଏକ ଶୁଭ ସନ୍ତକ।”

ସେ ଆହୁରି ମଧ୍ୟ କହିଛନ୍ତି, “ଅଣ ଅର୍ଥନୀତିକ ବ୍ୟାଙ୍କିଙ୍ଗ ଅନୁଷ୍ଠାନ କ୍ଷେତ୍ରରେ ଏବଂ ହାଉସିଂ ଫାଇନାନ୍ସ କମ୍ପାନୀ କ୍ଷେତ୍ରରେ ପ୍ରାୟ ୪.୪୭ ଲକ୍ଷ କୋଟି ଟଙ୍କା ନିବେଶ କରାଯାଇଛି ଯାହାକି ଖୁଚୁରା ଋଣର ମାତ୍ରା ବୃଦ୍ଧି କରିବ। ଆଂଶିକ କ୍ରେଡିଟ୍‌ ଗ୍ୟାରେଣ୍ଟି ସ୍କିମ୍‌ ୧୭ଟି ପ୍ରସ୍ତାବ ଯୋଗେ ୭,୬୫୭ କୋଟି ମଞ୍ଜୁରୀ ଦିଆଯାଇଛି।” ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା କହିଛନ୍ତି, ନଭେମ୍ବର ୨୭ ସୁଦ୍ଧା ୮ ଲକ୍ଷ ରେପୋ ରେଟ୍‌ ଲିଙ୍କଡ୍‌ ଋଣ ମଞ୍ଜୁର ହୋଇସାରିଛି, ଯାହାର ପରିମାଣ ୭୦ ହଜାର କୋଟି ଟଙ୍କାରେ ପହଞ୍ଚିଛି।

Related story