- ୧୩.୧୬- ସୁନାରେ ୨.୫% ଉତ୍ପାଦ ଶୁଳ୍କ ବୃଦ୍ଧି।
- ୧୩.୧୫- ପେଟ୍ରୋଲ-ଡିଜେଲରେ ୨ଟଙ୍କାର ଅତିରିକ୍ତ ଶୁଳ୍କ ଏବଂ ଉପକର।
- ୧୩.୧୦- ପ୍ରତିରକ୍ଷାର ଆଧୁନିକୀକରଣ କରାଯିବ। ପ୍ରତିରକ୍ଷା ସହିତ ଜଡ଼ିତ ଉତ୍ପାଦ ଉପରେ ମୌଳିକ ଉତ୍ପାଦ ଶୁଳ୍କ ଲାଗୁ କରାଯାଉନାହିଁ।
- ୧୩.୦୯- ବିଦ୍ୟୁତ୍ଯାନର କିଛି କ୍ଷେତ୍ରରେ ଉତ୍ପାଦ ଶୁଳ୍କ ଲାଗୁ ହେବ ନାହିଁ। ପୂର୍ବରୁ ଏହାକୁ ଜିଏସ୍ଟିର ସର୍ବନିମ୍ନ ୫% ସ୍ଲାବ୍ରେ ରଖାଯାଇଛି।
- ୧୨.୫୪- ବର୍ଷକୁ ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଉଠାଣ କ୍ଷେତ୍ରରେ ୨% ଟିଡିଏସ୍ ଲାଗୁ ହେବ।
- ୧୨.୫୩- ଆଧାର ଏବଂ ପାନ୍ ପରସ୍ପର ସହିତ ଇଣ୍ଟରଚେଞ୍ଜେବଲ୍ ହେବ। ଅର୍ଥାତ ଗୋଟିଏ ସ୍ଥାନରେ ଅନ୍ୟଟି ବ୍ୟବହାର କରିହେବ।
- ୧୨.୫୦- ଅର୍ଥ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଆଗକୁ ଆସିବ ୨୦ ଟଙ୍କିଆ ମୂଦ୍ରା।
- ୪୦୦ କୋଟି ଡଲାରରୁ ଊର୍ଦ୍ଧ୍ୱ କାରବାର ଥିବା କମ୍ପାନୀ ଦେବେ ୨୫% କର୍ପୋରେଟ୍ ଟିକସ।
- ୧୨.୪୪- ବାର୍ଷିକ ୫ ଲକ୍ଷ ଟଙ୍କାରୁ କମ୍ ଆୟ ଥିଲେ ଦେବାକୁ ପଡ଼ିବନି ଆୟକର।
- ୧୨.୪୩-ବିଦ୍ୟୁତ ଚାଳିତ ଯାନ କିଣା ପାଇଁ ଋଣରେ ଅତିରିକ୍ତ ଟିକସ ରିହାତି। ଅର୍ଥାତ ଶସ୍ତାରେ ମିଳିବ ଇ-ଭେଇକିଲ।
- ୧୨.୨୮- ଆଧାରରେ ପଞ୍ଜୀକୃତ ହେବେ ଭାରତୀୟ ପାଶପୋର୍ଟ ଥିବା ଏନ୍ଆରଇ: ନିର୍ମଳା
- ୧୨.୨୦- ଏସ୍ଏଚ୍ଜି ମହିଳାଙ୍କୁ ମୁଦ୍ରା ଯୋଜନାରେ ୧ ଲକ୍ଷ ଟଙ୍କା ଯାଏ ଋଣ।
- ୧୨.୧୯- ଦେଶର ବନବାସୀ, ଆଦିବାସୀ ବା ଜନଜାତି ଐତିହ୍ୟର ସଂରକ୍ଷଣ ପାଇଁ ସେମାନଙ୍କ ସଙ୍ଗୀତ, କଳା ଏବଂ ସଂସ୍କୃତିର ଡକ୍ୟୁମେଣ୍ଟେସନ୍ କରାଯିବ।
- ୧୨.୧୮- ଷ୍ଟାର୍ଟଅପ୍ଙ୍କ ପାଇଁ ସ୍ୱତନ୍ତ୍ର ଟିଭି ଚ୍ୟାନେଲ।
- ୧୨.୧୭- ଜାତୀୟ କ୍ରୀଡ଼ା ବିକାଶ ବୋର୍ଡ ଗଠିତ ହେବ।
- ୧୨.୧୬- ଯୁବବର୍ଗଙ୍କ ଜ୍ଞାନ ବୃଦ୍ଧି ପାଇଁ ଆସିବ ଗାନ୍ଧି-ପେଡିଆ।
- ୧୨.୧୫- ଭାରତର ସୃଜନାତ୍ମକ ଉଦ୍ୟୋଗଙ୍କୁ ଆର୍ଥିକ ବ୍ୟବସ୍ଥା ସହ ଯୋଡ଼ିବା ସହ ଜିଆଇ ଟ୍ୟାଗ୍ର ବ୍ୟବସ୍ଥା କରାଯିବ ଏବଂ ଅନ୍ତର୍ଜାତୀୟ ବଜାର ସହ ଯୋଡ଼ାଯିବ।
- ୧୨.୧୩- ପ୍ରତି ମହିଳା ସଂୟ ସହାୟିକା ଗୋଷ୍ଠୀ ସଦସ୍ୟଙ୍କର ଜନଧନ ଆକାଉଣ୍ଟ ଥିଲେ ୫ ହଜାର ଟଙ୍କା ଯାଏ ଓଭରଡ୍ରାଫ୍ଟର ସୁଯୋଗ। ମୁଦ୍ରା ଯୋଜନାରେ ମିଳିବ ବ୍ୟାପକ ଋଣର ସୁଯୋଗ।
- ୧୨.୦୮- ନାରୀ ତୁ ନାରାୟଣୀ ଆମ ମନ୍ତ୍ର, ଆମ ସରକାର ମହିଳାଙ୍କ ପ୍ରଗତିରେ ଦେଶର ପ୍ରଗତି ବୋଲି ବିଶ୍ୱାସ କରେ- ଅର୍ଥମନ୍ତ୍ରୀ ନିର୍ମଳା
- ୧୨.୦୭- ସ୍ୱଚ୍ଛ ଭାରତ ମିଶନ୍କୁ ଆଉ ପାଦେ ଆଗକୁ ନେଇ ସବୁ ଗାଁରେ ହେବ କଠିନ ବର୍ଜ୍ୟବସ୍ତୁ ପରିଚାଳନା।
- ୧୨.୦୩- ବ୍ୟାପକ ସହରୀକରଣକୁ ଆହ୍ୱାନ ନୁହେଁ ସୁଯୋଗ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଲେ ଅର୍ଥମନ୍ତ୍ରୀ।
- ୧୨.୦୨- କୌଶଳ ବିକାଶ ପାଇଁ ନିଆଯିବ ବ୍ୟାପକ ପଦକ୍ଷେପ। ଗ୍ରାମୀଣ-କୃଷି କ୍ଷେତ୍ରରେ ୭୫ ହଜାର କୁଶଳୀ ଉଦ୍ୟୋଗୀ ଆରମ୍ଭ କରିବେ ବ୍ୟବସାୟ।
- ୧୨.୦୦- ଭାରତ ହେବ ଏଜୁକେସନ୍ ହବ୍, ବିଦେଶୀ ଛାତ୍ରଙ୍କୁ ଭାରତରେ ଶିକ୍ଷାଗ୍ରହଣ ପାଇଁ ମିଳିବ ପ୍ରୋତ୍ସାହନ।
- ୧୧.୫୮- ୯୮% ସହର ଖୋଲା ଶୌଚରୁ ମୁକ୍ତ ହେବ।
- ୧୧.୫୫- ଗାଁମାନଙ୍କରେ ଜଳ ଯୋଗାଣ ପାଇଁ ‘ହର୍ ଘର ଜଲ୍। ୨୦୨୪ ସୁଦ୍ଧା ସବୁ ସହରୀ ପାନୀୟ ଜଳ।
- ୧୧.୫୩- ସ୍ୱଚ୍ଛ ଭାରତ ମିଶନର ପରିସର ବଢ଼ିବ।
- ୧୧.୫୧- ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଗ୍ରାମୀଣ ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ ୧.୯୫ କୋଟି ଘର ନିର୍ମାଣର ଲକ୍ଷ୍ୟ।
- ୧୧.୪୯- ୨୦୧୪ ଅକ୍ଟୋବର ୨ ପରଠାରୁ ୯.୬ କୋଟି ପାଇଖାନା ନିର୍ମାଣ ସରିଲାଣି, ଯାହାକି ଖୋଲାରେ ଶୌଚକୁ ହ୍ରାସ କରିବାରେ ବଡ଼ ଭୂମିକା ନେଇଛି: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
- ୧୧.୪୬- ଦେଶ ସ୍ୱାଧୀନତାର ୭୫ ବର୍ଷରେ ଚାଷୀଙ୍କ ଆୟ ଦୁଇଗୁଣ କରିବାକୁ ସଂକଳ୍ପବଦ୍ଧ କହିଲେ ଅର୍ଥମନ୍ତ୍ରୀ।
- ୧୧.୪୫- ଚାଷୀମାନେ ଭାରତକୁ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିପାରିଥିବାରୁ ସେମାନଙ୍କ ପ୍ରତି କୃତଜ୍ଞତା ପ୍ରଦର୍ଶନ କଲେ ଅର୍ଥମନ୍ତ୍ରୀ ନିର୍ମଳା।
- ୧୧.୪୨-ବିମାନ, ଗଣମାଧ୍ୟମ, ଆନିମେସନ୍ ଏବଂ ବୀମା କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ ପାଇଁ ସରକାର ପରାମର୍ଶ ନେଉଛନ୍ତି। ବୀମା କ୍ଷେତ୍ରରେ ୧୦୦% ଏଫ୍ଡିଆଇ ବା ବିଦେଶୀ ପୁଞ୍ଜିନିବେଶ ମଧ୍ୟ ବିଚାର କରାଯାଉଛି।
- ୧୧.୪୦-ଭାରତ ମହାକାଶରେ ବ୍ୟବସାୟ ଆରମ୍ଭ କରିବ। ଏଥିପାଇଁ ଏକ କମ୍ପାନୀ ମଧ୍ୟ ଖୋଲାଯିବ।
- ୧୧.୩୮-ଗାଁକୁ ବିଦ୍ୟୁତ ପହଞ୍ଚାଯିବ। ପାଇଖାନା ଏବଂ ଏଲ୍ପିଜି ମଧ୍ୟ ପହଞ୍ଚାଇ ପରିମଳ ନିଶ୍ଚିତ କରାଯିବ।
- ୧୧.୩୬-ଗାଁକୁ ନେଇ ମହାତ୍ମା ଗାନ୍ଧିଙ୍କ ଉକ୍ତିକୁ ଉଦ୍ଧୃତ କଲେ। ଗାଁରେ ଏଲ୍ପିଜି ପହଞ୍ଚାଇବାରେ ସରକାରଙ୍କ ସଫଳତାକୁ ଭୁରି ଭୁରି ପ୍ରଶଂସା କଲେ।
- ୧୧.୩୫- ଚଳିତ ଆର୍ଥିକ ବର୍ଷରେ ହିଁ ଭାରତର ଅର୍ଥନୀତିକୁ ୩ ଟ୍ରିଲିଅନ୍ରେ ପହଞ୍ଚାଇବାର ଲକ୍ଷ୍ୟ।
- ୧୧.୩୩- ଜାତୀୟ ରାଜପଥ କ୍ଷେତ୍ରରେ ଆସିବ ସଂସ୍କାର। ନଦୀରେ ହେବ ପରିବହନ:ଅର୍ଥମନ୍ତ୍ରୀ
- ୧୧.୨୮୨୦୧୮ରୁ ୨୦୩୦ ଭିତରେ ରେଲ୍ୱେରେ ୫୦ ଲକ୍ଷ କୋଟି ନିବେଶ କରାଯିବ। ପିପିପି ମୋଡ୍ର ସହାୟତା ମଧ୍ୟ ନିଆଯିବ।
- ୧୧.୨୪- ଖୁଚୁରା ବ୍ୟବସାୟୀଙ୍କ ପାଇଁ ପେନ୍ସନ୍ ବ୍ୟବସ୍ଥା।
- ୧୧.୨୩- ବିଦ୍ୟୁତ ଚାଳିତ ଗାଡ଼ିକୁ ମିଳିବ ପ୍ରୋତ୍ସାହନ।
- ୧୧.୨୨- ଏମ୍ଏସ୍ଏମ୍ଇ କ୍ଷେତ୍ରରେ ୧ କୋଟି ଯାଏ ଋଣ ଯୋଗାଇଦିଆଯାଉଛି।
- ୧୧.୨୦- ଶସ୍ୟରେ ସବ୍ସିଡି, ଉତ୍ପାଦ ଶୁଳ୍କ ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ରାଜ୍ୟ ସରକାର ମାନଙ୍କ ସହିତ ଆମେ ମିଶିକରି କାମ କରୁଛୁ: ଅର୍ଥମନ୍ତ୍ରୀ
- ୧୧.୧୬- ଭାରତର ପ୍ରଥମ ମହିଳା ଅର୍ଥମନ୍ତ୍ରୀ (ପୂର୍ଣ୍ଣକାଳୀନ) ଭାବରେ ବଜେଟ୍ ଉପସ୍ଥାପନ କରୁଛନ୍ତି ନିର୍ମଳା। ସଂସଦରେ ତାଙ୍କ ବାପା ଏବଂ ମା ମଧ୍ୟ ଉପସ୍ଥିତ ହେଲେ।
- ୧୧.୧୦- ଭାରତ ପୂର୍ଣ୍ଣ ବହୁମତ ଦେଇ ଗଣତନ୍ତ୍ରର ପ୍ରକୃତ ଉତ୍ସବ ମନାଇଛି।
- ୧୧.୭- ଭାରତ ଏବେ ତୃତୀୟ ଅର୍ଥନୀତିକ ରାଷ୍ଟ୍ର ହୋଇସାରିଛି, ଗତ ୫ ବର୍ଷରେ ଏହା ସମ୍ଭବପର ହୋଇପାରିଛି।
- ୧୧.୦୬- ୨୦୧୯ ନିର୍ବାଚନ ନୂଆ ଭାରତ ଗଠନ ପାଇଁ ଦେଶକୁ ଦିଶା ଦେଇଛି।
- ୧୧.୦୦- ନିଜର ପ୍ରଥମ ବଜେଟ୍ ଉପସ୍ଥାପନ ଆରମ୍ଭ କଲେ ନିର୍ମଳା।
- ୧୦.୩୫- କ୍ୟାବିନେଟ୍ ବୈଠକ ଆରମ୍ଭ ହେଲା।
- ୧୦.୧୫- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ୍ ବୈଠକ ପାଇଁ ପହଞ୍ଚିଲେ।
- ୧୦.୧୦- କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା ପରେ ସଂସଦ ପହଞ୍ଚିଲେ। ସେ ବ୍ରିଫ୍କେଶ୍ ବଦଳରେ ବହିଖାତା ଧରି ଆସିଥିଲେ।