ଜେଡିୟୁର ଉତ୍ତରାଧିକାରୀ ଘୋଷଣା କଲେ ନୀତୀଶ କୁମାର

ପାଟଣା: ଶାସକ ଦଳ ଜେଡିୟୁରେ ବଡ଼ ପରିବର୍ତ୍ତନ। ଦଳର ସୁପ୍ରିମୋ ପଦ ଛାଡ଼ିବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏହି ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁର ରାଷ୍ଟ୍ରୀୟ ସଭାପତି ନୀତୀଶ କୁମାର। ନୀତୀଶ କୁମାରଙ୍କ ସ୍ଥାନରେ ରାମଚନ୍ଦ୍ର ପ୍ରସାଦ ସିଂ ଦଳର ନୂଆ ରାଷ୍ଟ୍ରୀୟ ସଭାପତି ହେବେ ବୋଲି ନିଷ୍ପତ୍ତି ହୋଇଛି। ନୀତୀଶ କୁମାର ନିଜେ ଏହି ପ୍ରସ୍ତାବ ଦେଇଛନ୍ତି। କାର୍ଯ୍ୟନିର୍ବାହୀ କମିଟିର ସମସ୍ତ ସଦସ୍ୟ ମଧ୍ୟ ଏହାକୁ ସ୍ୱାଗତ କରିଛନ୍ତି। […]

JDU-MEETING

JDU-MEETING

Subhransu Sekhar
  • Published: Sunday, 27 December 2020
  • Updated: 27 December 2020, 06:52 PM IST

Sports

Latest News

ପାଟଣା: ଶାସକ ଦଳ ଜେଡିୟୁରେ ବଡ଼ ପରିବର୍ତ୍ତନ। ଦଳର ସୁପ୍ରିମୋ ପଦ ଛାଡ଼ିବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏହି ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁର ରାଷ୍ଟ୍ରୀୟ ସଭାପତି ନୀତୀଶ କୁମାର। ନୀତୀଶ କୁମାରଙ୍କ ସ୍ଥାନରେ ରାମଚନ୍ଦ୍ର ପ୍ରସାଦ ସିଂ ଦଳର ନୂଆ ରାଷ୍ଟ୍ରୀୟ ସଭାପତି ହେବେ ବୋଲି ନିଷ୍ପତ୍ତି ହୋଇଛି। ନୀତୀଶ କୁମାର ନିଜେ ଏହି ପ୍ରସ୍ତାବ ଦେଇଛନ୍ତି। କାର୍ଯ୍ୟନିର୍ବାହୀ କମିଟିର ସମସ୍ତ ସଦସ୍ୟ ମଧ୍ୟ ଏହାକୁ ସ୍ୱାଗତ କରିଛନ୍ତି।

ତେବେ ରାମଚନ୍ଦ୍ର ୨୦୨୨ ପରେ ଦଳର ସଭାପତି ହେବେ ବୋଲି ସୂଚନା ରହିଛି। ତେବେ ଆଗୁଆ ଆରସିପି ସିଂଙ୍କ ନାମ ନୀତୀଶ କାହିଁକି ଘୋଷଣା କଲେ ଏହାକୁ ନେଇ ଆରମ୍ଭ ହୋଇଛି ଟୁପୁର ଟାପୁର। ବୈଠକରେ ଆରଏସପି ସିଂଙ୍କ ନାମ ଘୋଷଣା କରିବା ବେଳେ ନୀତୀଶ କହିଛନ୍ତି ଯେ ଏକା ସାଙ୍ଗରେ ଦୁଇଟି ପଦବୀରେ ରହି କାମ କରିବା କଷ୍ଟକର। ତେଣୁ ଆରଏସପି ସିଂଙ୍କ ନାମ ସେ ଘୋଷଣା କରିଛନ୍ତି।

ଶ୍ରୀ ସିଂ ନୀତୀଶ କୁମାରଙ୍କ ସହ ବର୍ଷ ବର୍ଷ ଧରି କାମ କରୁଛନ୍ତି। ନୀତୀଶ ରେଳ ମନ୍ତ୍ରୀ ଥିବାବେଳେ ଆରସିିପି ସିଂ ତାଙ୍କର ବ୍ୟକ୍ତିଗତ ସଚିବ ଥିଲେ। ୨୦୦୫ରେ ନୀତୀଶ ମୁଖ୍ୟମନ୍ତ୍ରୀ ହେବାପରେ ଆରସିପି ମୁଖ୍ୟ ସଚିବ ଥିଲେ।

ତେବେ ରାଜନୀତିକ ସମୀକ୍ଷାକମାନେ ଏହାକୁ ଅନ୍ୟ ଅର୍ଥରେ ଦେଖିଛନ୍ତି। ଅରୁଣାଚଳ ପ୍ରଦେଶରେ ଯେଭଳି ଜେଡିୟୁ ବିଧାୟକ ବିଜେପିରେ ମିଶିଲେ ସେମିତି ବିହାରରେ ମଧ୍ୟ ହୋଇପାରେ। ଯଦି ଏମିତି ହେବ ସମସ୍ତ ଦୋଷ ନୀତୀଶଙ୍କ ଉପରେ ରହିବ। ତେଣୁ ଆଗୁଆ ସଭାପତି ନାଁ ଘୋଷଣା କରି ନିଜ ମୁଣ୍ଡ ଉପରୁ ବୋଝ ଓହ୍ଲାଇବାକୁ ନୀତୀଶ ଚେଷ୍ଟା କରିଛନ୍ତି। ଅନ୍ୟପଟେ ନୀତୀଶ କେବେ ଦଳର ରାଷ୍ଟ୍ରୀୟ ସଭାପତି ପଦ ଛାଡ଼ିବେ ସେ ନେଇ ସ୍ପଷ୍ଟ କରି ନାହାନ୍ତି ଯାହାକି ଆଉ ଏକ ସସପେନ୍ସ।

ସୂଚନାଯୋଗ୍ୟ, ବିହାରରେ ବିଜେପି ଓ ଜେଡିୟୁ ଓ ଅନ୍ୟାନ୍ୟ ଦଳ ମେଣ୍ଟ କରି ସରକାର ଗଢ଼ିଛନ୍ତି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos