ଶିବସେନା ସହ ଦୋସ୍ତି: କଂଗ୍ରେସକୁ କ୍ଷତି, ଏନସିପିର ଲାଭ ହିଁ ଲାଭ

ମୁମ୍ବାଇ: କଂଗ୍ରେସ-ଶିବସେନା ଓ ଏନସିପି ମିଳିତ ଭାବେ ମହାରାଷ୍ଟ୍ରରେ ସରକାର ଗଠନ କରିଛନ୍ତି। ଏହି ୩ ଦଳଙ୍କର ଆଦର୍ଶ ଭିନ୍ନଭିନ୍ନ ଥିଲେ ହେଁ ଏମାନେ ମହା ବିକାଶ ଅଘାଡ଼ି ନାଁରେ ସରକାର ଗଠନ କରିଛନ୍ତି। ହିନ୍ଦୁତ୍ୱବାଦ ରାଜନୀତି କରୁଥିବା ଶିବସେନାକୁ କଂଗ୍ରେସ ବିରୋଧ କରୁଥିଲେ ହେଁ ଶେଷରେ ଉଦ୍ଧବ ଠାକରେଙ୍କ ସହ ହାତ ମିଳାଇଛି। ସେହିପରି ଶରଦ ପାୱାରଙ୍କ ଏନସିପି ବି ଉଦ୍ଧବ ଠାକରେଙ୍କ ନେତୃତ୍ୱକୁ ଗ୍ରହଣ କରିଛି। ହେଲେ ଏହି ମହାମେଣ୍ଟରେ ସବୁଠାରୁ ଅଧିକ କ୍ଷତି […]

sd

Hemant Lenka
  • Published: Sunday, 01 December 2019
  • , Updated: 01 December 2019, 04:55 PM IST

ମୁମ୍ବାଇ: କଂଗ୍ରେସ-ଶିବସେନା ଓ ଏନସିପି ମିଳିତ ଭାବେ ମହାରାଷ୍ଟ୍ରରେ ସରକାର ଗଠନ କରିଛନ୍ତି। ଏହି ୩ ଦଳଙ୍କର ଆଦର୍ଶ ଭିନ୍ନଭିନ୍ନ ଥିଲେ ହେଁ ଏମାନେ ମହା ବିକାଶ ଅଘାଡ଼ି ନାଁରେ ସରକାର ଗଠନ କରିଛନ୍ତି। ହିନ୍ଦୁତ୍ୱବାଦ ରାଜନୀତି କରୁଥିବା ଶିବସେନାକୁ କଂଗ୍ରେସ ବିରୋଧ କରୁଥିଲେ ହେଁ ଶେଷରେ ଉଦ୍ଧବ ଠାକରେଙ୍କ ସହ ହାତ ମିଳାଇଛି। ସେହିପରି ଶରଦ ପାୱାରଙ୍କ ଏନସିପି ବି ଉଦ୍ଧବ ଠାକରେଙ୍କ ନେତୃତ୍ୱକୁ ଗ୍ରହଣ କରିଛି।

ହେଲେ ଏହି ମହାମେଣ୍ଟରେ ସବୁଠାରୁ ଅଧିକ କ୍ଷତି କଂଗ୍ରେସ ହିଁ ସହିଛି। ତେବେ ଏନସିପିକୁ ସବୁଠାରୁ ଅଧିକ ଲାଭ ହୋଇଛି। ମେଣ୍ଟ ବେଳେ କଂଗ୍ରେସ ଉପ ମୁଖ୍ୟମନ୍ତ୍ରୀ ସହ ବାଚସ୍ପତି ପଦ ପାଇଁ ଦାବି କରିଥିଲା। ହେଲେ ସରକାରରେ କଂଗ୍ରେସକୁ କେବଳ ବାଚସ୍ପତି ପଦ ମିଳିଛି। ସେହିପରି ଏନସିପି ୧୬ଟି ମନ୍ତ୍ରୀ ପଦ ପାଇଥିବା ବେଳେ ଶିବସେନା ୧୫ ଓ କଂଗ୍ରେସକୁ ମାତ୍ର ୧୨ଟି ମନ୍ତ୍ରୀ ପଦ ମିଳିଛି। ଶିବସେନା ପୂର୍ବରୁ ୧୬ଟି ମନ୍ତ୍ରୀ ପଦ ପାଇବ ବୋଲି ନିଷ୍ପତ୍ତି ହୋଇଥିଲା। ହେଲେ ଏନସିପିକୁ ଶିବସେନା ନିଜ କୋଟାରୁ ଗୋଟିଏ ମନ୍ତ୍ରୀ ପଦ ଦେଇଛି।

୩ ଦଳର ବୁଝାମଣା ବୈଠକରେ ଉପସ୍ଥିତ ଥିବା ଜଣେ କଂଗ୍ରେସ ନେତା କହିଛନ୍ତି, “ଶନିବାର କଂଗ୍ରେସ ପାଖକୁ ବାଚସ୍ପତି ପଦ ଆସିବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶିବସେନା କୋଟାରୁ ଗୋଟିଏ ମନ୍ତ୍ରୀ ପଦ ଏନସିପିକୁ ଦେବାକୁ କହିଛନ୍ତି। ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଶିବସେନା ଏଭଳି ଭାବେ ଏନସିପିକୁ ମନ୍ତ୍ରୀ ପଦ ଦେଇଛି।

ହେଲେ ଏହି ମହାମେଣ୍ଟରେ କଂଗ୍ରେସ ସବୁଠାରୁ ଅଧିକ କ୍ଷତି ସହିଛି। ଆମେ ଉପ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ପଦ ପାଇଁ ପ୍ରସ୍ତାବ ରଖିଥିଲୁ। ହେଲେ ଆମକୁ କେବଳ ବାଚସ୍ପତି ପଦରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।”

ବୁଝାମଣା ପ୍ରକ୍ରିୟାରେ ପ୍ରଥମ ବୈଠକରେ ଉପସ୍ଥିତ ଥିବା କଂଗ୍ରେସର ଅହମ୍ମଦ ପଟେଲ ଓ ଏଆଇସିସି ଜେନେରାଲ ସେକ୍ରେଟାରୀ ମଲ୍ଲିକାର୍ଜୁନ ଖାଡ଼ଗେ ଏକାଧିକ ପ୍ରସ୍ତାବ ଶିବସେନା ଓ ଏନସିପି ଆଗରେ ଉପସ୍ଥାପନ କରିଥିଲେ। ଏହି ସମୟରେ କଂଗ୍ରେସକୁ ବାଚସ୍ପତି ସହ ୧୨ଟି ମନ୍ତ୍ରୀ ପଦ ମିଳିବ ବୋଲି ନିଷ୍ପତ୍ତି ହୋଇଥିଲା। ଏଥିରେ ଉପ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ରହିଥିଲା।

ଏହି ପ୍ରସ୍ତାବରେ ଉଭୟ ଏନସିପି ଓ କଂଗ୍ରେସ ରାଜି ମଧ୍ୟ ହୋଇଥିବା ଜଣାପଡ଼ିଥିଲା। ତେବେ ଦ୍ୱିତୀୟ ବୈଠକରେ କଂଗ୍ରେସର ଏହି ଉପ ମୁଖ୍ୟମନ୍ତ୍ରୀ ପ୍ରସ୍ତାବକୁ ବିରୋଧ କରିଥିଲା। କଂଗ୍ରେସ ବାଚସ୍ପତି ପଦ ଛାଡ଼ି ଉପ ମୁଖ୍ୟମନ୍ତ୍ରୀ ପଦ ଦାବିକୁ ଅଧିକ ସୁଦୃଢ଼ କରିବ। ୧୫ ଦିନ ଧରି ଏହା ଉପରେ ବୈଠକ ହୋଇଥିଲା।

ତେବେ ଶେଷରେ ଅଜିତ ପାୱାର ହିଁ କଂଗ୍ରେସକୁ ଉପ ମଖ୍ୟମନ୍ତ୍ରୀ ପଦ ମିଳିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ଶେଷରେ କଂଗ୍ରେସ ମଧ୍ୟ କେବଳ ବାଚସ୍ପତି ପଦରେ ହିଁ ସନ୍ତୁଷ୍ଟ ହୋଇଛି।

Related story