ନୂଆଦିଲ୍ଲୀ: ପୂର୍ବରୁ ଯେଉଁ ସବୁ ସ୍ଥାନରେ କରୋନା ରୋଗୀ ଚିହ୍ନଟ ହୋଇଥିଲେ ସେଠାରୁ ପ୍ରାୟ ୧୪ ଦିନ ହେଲା କୌଣସି ନୂଆ ରୋଗୀ ଠାବ ହୋଇନାହାନ୍ତି। ଦେଶର ପ୍ରାୟ ୧୫ଟି ରାଜ୍ୟର ୨୫ଟି ଜିଲ୍ଲାରେ ଏଭଳି ୧୪ ଦିନ ହେଲା କୌଣସି ନୂଆ କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।
ମହାରାଷ୍ଟ୍ର କରୋନା ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ରାଜ୍ୟର ଗୋଣ୍ଡିଆରୁ ୧୪ ଦିନ ହେଲା କୌଣସି କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି। ସେହିପରି ଛତିଶଗଡ଼ର ରାଜନନ୍ଦ ଗାଓଁ, ଦୁର୍ଗ, ବିଲାସପୁର, କର୍ଣ୍ଣାଟକାର ଦେବାନଗରି, କୋଡାଗୁ, ଟୁମକୁର, ଉଡ଼ପି, ଗୋଆର ଦକ୍ଷିଣ ଗୋଆ, କେରଳର ୱାୟନାଡ ଓ କୋଟ୍ଟାୟମ, ମଣିପୁରର ପଶ୍ଚିମ ଇମ୍ଫାଲ, ଜମ୍ମୁ-କଶ୍ମୀରର ରଜୌରୀ, ମିଜୋରାମର ଅଜିୱାଲ, ପୁଡୁଚେରୀର ମହେ, ପଞ୍ଜାବର ଏସବିଏସ ନଗର, ବିହାରର ପାଟନା, ନାଳନ୍ଦା, ମୁଙ୍ଗେର, ରାଜସ୍ଥାନ ପ୍ରତାପଗଡ଼, ହରିଆଣାର ପାନିପତ, ରୋହତକ, ସିର୍ସା, ଉତ୍ତରାଖଣ୍ଡର ପାଉରି ଘରୱାଲ, ତେଲେଙ୍ଗାନାର ବାହାଦାଦ୍ରି କୋଥାଗୁଡମେରେ ୧୪ ଦିନ ହେଲା କୌଣସି ନୂଆ ରୋଗୀ ଚିହ୍ନଟ ହୋଇ ନାହାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।