ଲକଡାଉନ୍ ବେଳେ ନଦୀ ପାଣିର ମାନ ସେତେଟା ବୃଦ୍ଧି ପାଇନି

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ଅନ୍ତିମ ସପ୍ତାହରେ ସାରା ଦେଶକୁ ଲକଡାଉନ୍ କରିଥିଲେ ସରକାର। ହେଲେ ଏହି ସମୟରେ ପ୍ରଦୂଷଣ କମିବ ବୋଲି ଆକଳନ କରାଯାଉଥିଲା। କାରଣ ଗାଡ଼ି ମୋଟର, କଳକାରଖାନା ଆଦି ପ୍ରାୟତଃ ବନ୍ଦ ରହିଥିଲା। ହେଲେ ଏହି ଲକଡାଉନର ସକରାତ୍ମକ ପ୍ରଭାବ ନଈ ପାଣିରେ ସେତେଟା ପଡ଼ିନି। ଯାହା ପରିବେଶବିତମାନେ ଆକଳନ କରୁଥିଲେ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ସେପ୍ଟେମ୍ବର ୧୬, ୨୦୨୦ରେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ (NGT)ରେ ରିପୋର୍ଟ […]

river

Subhransu Sekhar
  • Published: Thursday, 24 September 2020
  • , Updated: 24 September 2020, 04:47 PM IST

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ଅନ୍ତିମ ସପ୍ତାହରେ ସାରା ଦେଶକୁ ଲକଡାଉନ୍ କରିଥିଲେ ସରକାର। ହେଲେ ଏହି ସମୟରେ ପ୍ରଦୂଷଣ କମିବ ବୋଲି ଆକଳନ କରାଯାଉଥିଲା। କାରଣ ଗାଡ଼ି ମୋଟର, କଳକାରଖାନା ଆଦି ପ୍ରାୟତଃ ବନ୍ଦ ରହିଥିଲା। ହେଲେ ଏହି ଲକଡାଉନର ସକରାତ୍ମକ ପ୍ରଭାବ ନଈ ପାଣିରେ ସେତେଟା ପଡ଼ିନି। ଯାହା ପରିବେଶବିତମାନେ ଆକଳନ କରୁଥିଲେ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ସେପ୍ଟେମ୍ବର ୧୬, ୨୦୨୦ରେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ (NGT)ରେ ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟରେ ମାର୍ଚ୍ଚରୁ ଏପ୍ରିଲ୍ ମଧ୍ୟରେ ଦେଶର ୧୯ଟି ପ୍ରମୁଖ ନଦୀର ଗୁଣବତ୍ତାର ରିପୋର୍ଟ ଦିଆଯାଇଛି। ଏନଜିଟିର ନିର୍ଦ୍ଦେଶକ୍ରମେ ସିପିସିବି ଏହି ରିପୋର୍ଟ ଦାଖଲ କରିଛି। ରିପୋର୍ଟ ଅନୁସାରେ ଏହି ସମୟରେ ନଦୀଗୁଡ଼ିକର ପାଣିର ମାନ ବଢ଼ି ନାହିଁ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ପ୍ରଦୂଷଣ ନିୟନ୍ତ୍ରଣ କମିଟି ୧୯ଟି ନଦୀର ଗୁଣବତ୍ତା ଆକଳନ କରିଛନ୍ତି ଗଙ୍ଗା, ଯମୁନା, ଗୋଦାବରୀ, ବ୍ରହ୍ମପୁତ୍ର, ବ୍ରାହ୍ମଣୀ, ବୈତରଣୀ, କାଉରି, ଚାମ୍ବଲ, ବିତସ୍ତା, କୃଷ୍ଣା, ମହାନାଦୀ, ନର୍ମଦା, ମାହି, ପେନ୍ନାର, ସାବରମତି ଆଦି ୧୯ଟି ନଦୀର ପାଣିକୁ ପରୀକ୍ଷା କରାଯାଇଛି।

ଲକଡାଉନ୍ ବେଳେ ଏହି ନଦୀର ପାଣିର ମାନ ବଢ଼ିନାହିଁ। ଅନ୍ୟପକ୍ଷରେ ଏହି ନଦୀରେ ଗାଧୋଇବା, ଲୁଗା ସଫା କରିବା, ଇତ୍ୟାଦି ମାନବ କାର୍ଯ୍ୟକଳାପ କମିଥିଲା ବୋଲି ରିପୋର୍ଟରେ କୁହାଯାଇଛି। ତେବେ ପାଣି ନିଷ୍କାସନ ଏବଂ ପାଣିର ପରିମାଣ କମ ଥିବାରୁ ବିତସ୍ତା, ଚମ୍ବଲ, ଗଙ୍ଗା ଏବଂ ସୁବର୍ଣ୍ଣରେଖାର ନଦୀ ପାଣି ଖରାପ ଥିଲା ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ନଦୀ ପାଣିର pH, ଅମ୍ଳଜାନର ପରିମାଣ , ବାୟୋକେମିକାଲ୍ ଅମ୍ଳଜାନ ଏବଂ ଫେକାଲ୍ କୋଲିଫର୍ମ ଉପରେ ନଦୀ ପାଣିର ଗୁଣବତ୍ତା ନିର୍ଭର କରେ।

Related story