ଧାର୍ମିକ ନେତାଙ୍କ ସହାୟତା ନେବ କେନ୍ଦ୍ର, ଫେକ୍‌ନ୍ୟୁଜ୍‌ ପାଇଁ ସୁପ୍ରିମକୋର୍ଟଙ୍କ ତାଗିଦ

ନୂଆଦିଲ୍ଲୀ: ୨୧ ଦିନଆ ଲକ୍‌ଡାଉନ୍‌ ପାଇଁ ଉପୁଜିଥିବା ସ୍ଥିତି ନେଇ ଚିନ୍ତା ପ୍ରକଟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। କୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଭିନ୍ନ ସାମାଜିକ ମୁଖ୍ୟ ଏବଂ ଧାର୍ମିକ ନେତାଙ୍କୁ ଜନସଚେତନତାରେ ସାମିଲ କର। ବେଶ କିଛି ବାଟ ଚାଲିବା ପରେ ବର୍ତ୍ତମାନ ସରକାରଙ୍କ ଆଶ୍ରୟସ୍ଥଳରେ ଥିବା ଲୋକଙ୍କୁ ଖାଦ୍ୟ, ଡାକ୍ତରୀ ସହାୟତା ଏବଂ ସବୁ ଧର୍ମର ପୁରୋଧାଙ୍କ ଦ୍ୱାରା ସଚେତନତା ବ୍ୟବସ୍ଥା କରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍‌ ବ୍ୟତୀତ ଫେକ୍‌ […]

Supreme Court

Supreme Court

Subrat Kumar Nayak
  • Published: Tuesday, 31 March 2020
  • Updated: 31 March 2020, 02:38 PM IST

ନୂଆଦିଲ୍ଲୀ: ୨୧ ଦିନଆ ଲକ୍‌ଡାଉନ୍‌ ପାଇଁ ଉପୁଜିଥିବା ସ୍ଥିତି ନେଇ ଚିନ୍ତା ପ୍ରକଟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। କୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଭିନ୍ନ ସାମାଜିକ ମୁଖ୍ୟ ଏବଂ ଧାର୍ମିକ ନେତାଙ୍କୁ ଜନସଚେତନତାରେ ସାମିଲ କର। ବେଶ କିଛି ବାଟ ଚାଲିବା ପରେ ବର୍ତ୍ତମାନ ସରକାରଙ୍କ ଆଶ୍ରୟସ୍ଥଳରେ ଥିବା ଲୋକଙ୍କୁ ଖାଦ୍ୟ, ଡାକ୍ତରୀ ସହାୟତା ଏବଂ ସବୁ ଧର୍ମର ପୁରୋଧାଙ୍କ ଦ୍ୱାରା ସଚେତନତା ବ୍ୟବସ୍ଥା କରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍‌ ବ୍ୟତୀତ ଫେକ୍‌ ନ୍ୟୁଜ୍‌ର ମୁକାବିଲା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହା ପରେ କେନ୍ଦ୍ର ପକ୍ଷରୁ ଉତ୍ତର ରଖି ସଲିସିଟର ଜେନେରାଲ ତୁଷାର ମେହଟା କହିଥିଲେ, “ଆପଣ ନିଶ୍ଚିତ ରୁହନ୍ତୁ ଯେଉଁମାନଙ୍କୁ ଅଟକାଯାଇଛି ସେମାନଙ୍କ ଖାଦ୍ୟପେୟ, ବିଶ୍ରାମ ଏବଂ ଡାକ୍ତରୀ ଚିକିତ୍ସା ଆଦିର ବ୍ୟବସ୍ଥା କରାଯାଇଛି। ”

କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ କହିଥିଲେ, ରାସ୍ତାରେ ଆଉ କୌଣସି ଶ୍ରମିକ ନାହାନ୍ତି। ୨୧ ଦିନିଆ ଲକ୍‌ଡାଉନ୍‌ ପରେ ଉପୁଜିଥିବା ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଘଙ୍କ ରିପୋର୍ଟ ତଲବ ପରେ କେନ୍ଦ୍ର ଏପରି ଉତ୍ତର ରଖିଛି।

ସଲିସିଟର ଜେନେରାଲ କହିଥିଲେ, ଆହୁରି ମଧ୍ୟ କହିଥିଲେ “ସକାଳ ୧୧ଟା ସୁଦ୍ଧା ରାସ୍ତାରେ କେହି ନାହାନ୍ତି। ସେମାନଙ୍କୁ ନିକଟବର୍ତ୍ତୀ ଆଶ୍ରୟସ୍ଥଳକୁ ନିଆଯାଇଛି।”

ସଲିସିଟର ଜେନେରାଲ ଆହୁରି ମଧ୍ୟ କହିଛନ୍ତି, “୨୩ ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି। ଏମାନଙ୍କ ମଧ୍ୟରେ ପ୍ରବାସୀ ଶ୍ରମିକ ଏବଂ ଦିନ ମଜୁରିଆ ଅଛନ୍ତି। ଯେଉଁମାନେ ବି ରାସ୍ତାରେ ଅଛନ୍ତି ଏବଂ ନିଜ ଗାଁକୁ ଫେରିବାକୁ ପ୍ରୟାସ କରୁଛନ୍ତି, ସେମାନଙ୍କୁ ଆଶ୍ରୟସ୍ଥଳକୁ ନିଆଯାଉଛି।”

ସେହିଭଳି ଫେକ୍‌ ନ୍ୟୁଜ୍‌ ଅଧିକ ଆତଙ୍କିତ କରୁଥିବାରୁ ସୁପ୍ରିମ୍‌କୋର୍ଟ କେନ୍ଦ୍ରକୁ ରିଅଲ ଟାଇମ୍‌ ସୂଚନା ପାଇଁ ପୋର୍ଟାଲ କରିବାକୁ କହିଛନ୍ତି। ଏଥିପାଇଁ ୨୪ ଘଣ୍ଟାର ମହଲତ ରହିଛି। ଆଜି ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଡେ ଏବଂ ଜଷ୍ଟିସ୍‌ ଏଲ୍‌ ନାଗେଶ୍ୱର ରାଓଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ।

କୋର୍ଟ ଏହି ଅବସରରେ କହିଥିଲେ ଶ୍ରମିକଙ୍କ ମନରୁ ଭୟ ଦୂର ହେବା ଦରକାର। ସେମାନଙ୍କ ପାଖରେ କାମ ନାହିଁ ଏବଂ ରହିବାକୁ ଘର ନାହିଁ କହି କୋର୍ଟ ଚିନ୍ତା ପ୍ରକଟ କରିଥିଲେ। କୋର୍ଟ କେନ୍ଦ୍ରକୁ କହିଥିଲେ, “ଆମେ କହିବାକୁ ଚାହୁଁଛୁ ଆତଙ୍କ ଭାଇରସ୍‌ଠାରୁ ଅଧିକ ଜୀବନ ନେଇଯାଇପାରେ। ସେହି କାରଣରୁ କାଉନସେଲର୍ସ ଦରକାର। ଭଜନ, କୀର୍ତ୍ତନ, ନମାଜ ଏବଂ ଯାହା କିଛି ସମ୍ଭବ କରିପାରିବ। ଧାର୍ମିକ ନେତା ଏବଂ ସେହିଭଳି ପ୍ରଭାବୀ ବ୍ୟକ୍ତି ଏହି ଭୟ ଓ ଆତଙ୍କ ଦୂର କରିବାରେ କାମରେ ଆସିପାରିବେ।”

ସରକାର ଏହାର ଉତ୍ତରରେ କହିଥିଲେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ସବୁ କ୍ୟାମ୍ପରେ ଧାର୍ମିକ ନେତା ପହଞ୍ଚି ବୁଝାଇବା ଆରମ୍ଭ କରିବେ। ଆମେ ଧାର୍ମିକ ନେତା, ମୌଲବୀ ଏବଂ ସାଧୁଙ୍କୁ ସେଠାରେ ପହଞ୍ଚାଇବୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story