ଯୁବତୀଙ୍କୁ ଜିନ୍ସ, ମୋବାଇଲ ମନା: ପିନ୍ଧିପାରିବେନି ଅଙ୍ଗ ପ୍ରଦର୍ଶନକାରୀ ପୋଷାକ, ଫତୁଆ ଜାରି କଲା ପଞ୍ଚାୟତ

ଜୟପୁର: ଗାଁରେ ତାଲିବାନୀ ଶାସନ। ଯୁବତୀଙ୍କୁ ଜିନ୍ସ ମନା। ମୋବାଇଲ ବି ବ୍ୟବହାର କରିପାରିବେନି। ଖାଲି ଏତିକି ନୁହଁ, ଅଙ୍ଗ ପ୍ରଦର୍ଶନ ଭଳି ଆକର୍ଷଣୀୟ ପୋଷାକ ପିନ୍ଧିବା ଉପରେ ଲାଗିଛି କଟକଣା। ଏମିତି କିଛି ଅଦ୍ଭୁତ ନିଷ୍ପତ୍ତି ରାଜସ୍ଥାନର ଢୋଲପୁର ପଞ୍ଚାୟତ ପକ୍ଷରୁ ନିଆଯାଇଛି। ଯୁବତୀଙ୍କ ଉପରେ ହେଉଥିବା ଅସଦାଚରଣ ଏବଂ ଦୁଷ୍କର୍ମ ଭଳି କୁକର୍ମକୁ ଏଡ଼େଇବା ପାଇଁ ପଞ୍ଚାୟତ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସେହିପରି ଗାଁରେ ପୁରୁଣା ସଂସ୍କୃତି ଏବଂ ପରମ୍ପରାକୁ ଫେରାଇ ଆଣିବା […]

rajsthan

Rakesh Mallick
  • Published: Sunday, 02 July 2017
  • , Updated: 02 July 2017, 08:43 PM IST

ଜୟପୁର: ଗାଁରେ ତାଲିବାନୀ ଶାସନ। ଯୁବତୀଙ୍କୁ ଜିନ୍ସ ମନା। ମୋବାଇଲ ବି ବ୍ୟବହାର କରିପାରିବେନି। ଖାଲି ଏତିକି ନୁହଁ, ଅଙ୍ଗ ପ୍ରଦର୍ଶନ ଭଳି ଆକର୍ଷଣୀୟ ପୋଷାକ ପିନ୍ଧିବା ଉପରେ ଲାଗିଛି କଟକଣା। ଏମିତି କିଛି ଅଦ୍ଭୁତ ନିଷ୍ପତ୍ତି ରାଜସ୍ଥାନର ଢୋଲପୁର ପଞ୍ଚାୟତ ପକ୍ଷରୁ ନିଆଯାଇଛି। ଯୁବତୀଙ୍କ ଉପରେ ହେଉଥିବା ଅସଦାଚରଣ ଏବଂ ଦୁଷ୍କର୍ମ ଭଳି କୁକର୍ମକୁ ଏଡ଼େଇବା ପାଇଁ ପଞ୍ଚାୟତ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସେହିପରି ଗାଁରେ ପୁରୁଣା ସଂସ୍କୃତି ଏବଂ ପରମ୍ପରାକୁ ଫେରାଇ ଆଣିବା ପାଇଁ ଶପଥ ନିଆଯାଇଛି।

କେବଳ ସେତିକି ନୁହଁ ଆଦର୍ଶ ପଞ୍ଚାୟତ ଗଠନ ପାଇଁ ଗାଁରେ ମଦକୁ ବାରଣ କରାଯାଇଛି। ନିୟମ ଉଲ୍ଲଂଘନ କଲେ ଦଣ୍ଡର ବ୍ୟବସ୍ଥା କରାଯାଇଛି। ପଞ୍ଚାୟତ ନିୟମକୁ ଉଲ୍ଲଂଘନ କରି ମଦ୍ୟପାନ କଲେ କିମ୍ବା ବିକିଲେ ୧୦୦ରୁ ୫୦୦ ଟଙ୍କା ଭିତରେ ଜରିମାନା ବ୍ୟବସ୍ଥା କରାଯାଇଛି। ପଞ୍ଚାୟତର ଲୋକ ପ୍ରତିନିଧି ଏବଂ ଗାଁ ଲୋକଙ୍କ ପକ୍ଷରୁ ମିଳିତ ବୈଠକ ହୋଇ ଏହି ନିୟମ ସ୍ଥିର କରାଯାଇଛି।

ଲୋକ ପ୍ରତିନିଧିଙ୍କ କହିବା ଅନୁଯାୟୀ ଗାଁରେ ଏବେ ପାଶ୍ଚାତ୍ୟ ସଭ୍ୟତାର ପରମ୍ପରା ପଶିଯାଇଛି। ଝିଅମାନେ ଜିନ୍ସ ପିନ୍ଧିବା ଏବଂ ମୋବାଇଲ ବ୍ୟବହାର କରିବା ଭାରତୀୟ ସଂସ୍କୃତିର ବିରୋଧାଚରଣ କରୁଛି। ତେଣୁ ଅଭିଭାବକମାନଙ୍କୁ ଏ ସମ୍ପର୍କରେ ସଚେତନତ ସୃଷ୍ଟି କରାଯିବ ବୋଲି କୁହାଯାଇଛି। ପଞ୍ଚାୟତର ସରପଞ୍ଚ ହରିଓମ ସିଂ କହିଛନ୍ତି ଗାଁର ଅପସଂସ୍କୃତିକୁ ହଟେଇବା ପାଇଁ ଏହା ଏକ ବଡ଼ ପଦେକ୍ଷପ । ସେପଟେ ସ୍ଥାନୀୟ ବିଡିଓ ବିନୟ ସିଂ କହିଛନ୍ତି ଯେ, ପଞ୍ଚାୟତର ଏହି ନିଷ୍ପତ୍ତି ଉପରେ ତାଙ୍କୁ ଜଣାନାହିଁ। ତଥାପି ଗାଁରେ ମଦକୁ  ବିରୋଧ କରାଯିବା ପଦକ୍ଷେପକୁ ସେ ସ୍ୱାଗତ କରିଥିଲେ। କିନ୍ତୁ ଝିଅମାନେ ଜିନ୍ସ ପିନ୍ଧିବା ବାରଣକୁ ନେଇ ସେ ଆପତ୍ତି ଉଠାଇଥିଲେ। ତେବେ ଏହି ଘଟଣାର ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ କରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ବିନୋଦ କୁମାର ମୀନା କହିଛନ୍ତି।

ସୌଜନ୍ୟ ହିନ୍ଦୁସ୍ଥାନ୍‌ ଟାଇମ୍‌ସ୍‌

Related story