'ଚୀନର କଥା ଏବଂ କାମରେ ପାର୍ଥକ୍ୟ ରହିଛି'

ଚୀନର କଥା ଏବଂ କାମରେ ପାର୍ଥ୍ୟକ୍ୟ ରହିଛି: ରାଜନାଥ ଦ୍ୱିପାକ୍ଷିକ ଚୁକ୍ତିର ବିରୋଧରେ କାମ କରୁଛି ଚୀନ୍: ରାଜନାଥ ସେନାର ମନୋବଳ ବୃଦ୍ଧି କରିବାକୁ ଲଦାଖ ଯାଇଥିଲେ ପ୍ରଧାନମନ୍ତ୍ରୀ: ରାଜନାଥ ଭାରତୀୟ ସେନାକୁ ପାଟ୍ରୋଲିଂ କରିବାକୁ କେହି ରୋକିପାରିବେ ନାହିଁ: ରାଜନାଥ ନୂଆଦିଲ୍ଲୀ: ଗୁରୁବାର ରାଜ୍ୟସଭାକୁ ଭାରତ-ଚୀନ୍ ସୀମା ବିବାଦ ସମ୍ପର୍କରେ ଅବଗତ କରାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେ କହିଛନ୍ତି ଯେ ଲଦାଖରେ ଚୀନ୍ ବେଆଇନ ଭାବେ ପ୍ରାୟ ୩୮ ହଜାର ବର୍ଗ କିଲୋମିଟର […]

Rajnath-Singh

Subhransu Sekhar
  • Published: Thursday, 17 September 2020
  • , Updated: 17 September 2020, 03:17 PM IST
  • ଚୀନର କଥା ଏବଂ କାମରେ ପାର୍ଥ୍ୟକ୍ୟ ରହିଛି: ରାଜନାଥ
  • ଦ୍ୱିପାକ୍ଷିକ ଚୁକ୍ତିର ବିରୋଧରେ କାମ କରୁଛି ଚୀନ୍: ରାଜନାଥ
  • ସେନାର ମନୋବଳ ବୃଦ୍ଧି କରିବାକୁ ଲଦାଖ ଯାଇଥିଲେ ପ୍ରଧାନମନ୍ତ୍ରୀ: ରାଜନାଥ
  • ଭାରତୀୟ ସେନାକୁ ପାଟ୍ରୋଲିଂ କରିବାକୁ କେହି ରୋକିପାରିବେ ନାହିଁ: ରାଜନାଥ

ନୂଆଦିଲ୍ଲୀ: ଗୁରୁବାର ରାଜ୍ୟସଭାକୁ ଭାରତ-ଚୀନ୍ ସୀମା ବିବାଦ ସମ୍ପର୍କରେ ଅବଗତ କରାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେ କହିଛନ୍ତି ଯେ ଲଦାଖରେ ଚୀନ୍ ବେଆଇନ ଭାବେ ପ୍ରାୟ ୩୮ ହଜାର ବର୍ଗ କିଲୋମିଟର ଜମି କବଜା କରି ରଖିଛି। ଚୀନ୍‌ର କାର୍ଯ୍ୟକଳାପରୁ ଏହା ସ୍ପଷ୍ଟ ହୋଇଛି ଯେ ଚୀନର କଥା ଗୋଟିଏ କାମ ଗୋଟିଏ। ପ୍ରମାଣ ଦେବାକୁ ଯାଇ ରାଜନାଥ ସିଂହ ଅଗଷ୍ଟରେ ୨୯-୩୦ରେ ହୋଇଥିବା ଘଟଣାକୁ ଉଲ୍ଲେଖ କରିଛନ୍ତି। ନିକଟରେ କିନ୍ତୁ ସୀମାରେ ଶାନ୍ତି ପାଇଁ ଦୁଇ ଦେଶ ମଧ୍ୟରେ ଚୁକ୍ତି ହୋଇଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।

ରାଜନାଥ ସିଂ କହିଛନ୍ତି, ସୀମାର ସ୍ଥିତି ଉପରେ ଚୀନ୍ ସହିତ ସମ୍ପର୍କ ନିର୍ଭର କରେ। ଦୁଇ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି କରାଯାଇପାରିବ ଏବଂ ସୀମା ବିବାଦକୁ ନେଇ ଆଲୋଚନା କରାଯାଇପାରିବ। ହେଲେ ସୀମାରେ ଯଦି ସ୍ଥିତି ସ୍ୱାଭାବିକ ନରହିବ ତାହେଲେ ଏହି ସମ୍ପର୍କ ବୃଦ୍ଧିର କୌଣସି ଲାଭ ହେବ ନାହିଁ। ଏହାପରେ ଗୋଟିଏ ଧାଡ଼ିରେ ରାଜନାଥ କହିଛନ୍ତି ଚୀନ୍ ସହିତ ସୀମା ପ୍ରସଙ୍ଗ ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ, ଯଦି ଏଲଏସିରେ ଟେନସନ ଅଛି, ତେବେ ସମ୍ପର୍କ ବନ୍ଧୁତ୍ୱପୂର୍ଣ୍ଣ ହୋଇପାରିବ ନାହିଁ।

ପ୍ରତିରକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି ଯେ ଜୁନ୧୫ରେ କର୍ଣ୍ଣେଲ ସାଣ୍ଟୋଶ ବାବୁ ଏବଂ ତାଙ୍କର ୧୯ ବୀର ଯବାନ ଭାରତର ଅଖଣ୍ଡତା ରକ୍ଷା କରିବା ଉଦ୍ଦେଶ୍ୟରେ ଗାଲଭାନ ଉପତ୍ୟକାରେ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନିଜେ ଲଦାଖକୁ ଯାଇ ସେନାର ମନୋବଳ ବୃଦ୍ଧି କରାଇଛନ୍ତି। ସୀମାରେ ପାଟ୍ରୋଲିଂ କରିବା ପାଇଁ ଦେଶର ସେନାକୁ କେହି ରୋକିପାରିବେ ନାହିଁ ବୋଲି କହିଛନ୍ତି।

ରାଜନାଥ ସିଂ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ସୀମାରେ ଅନେକ ଚୁକ୍ତିନାମା ହୋଇଥିଲା, କିନ୍ତୁ ଚୀନ୍ ଆନୁଷ୍ଠାନିକ  ଭାବରେ ଏହି ସବୁ ଚୁକ୍ତିନାମାକୁ କାର୍ଯ୍ୟକାରୀ କରୁ ନାହିଁ। ସଂସଦ ମଧ୍ୟ ଏବାବଦରେ ଅବଗତ ଅଛି ଯେ ଭାରତ-ଚୀନ୍ ସୀମା ପ୍ରସଙ୍ଗର ସମାଧାନ ହୋଇନାହିଁ।

ଚୀନ୍ ଯାହା କରୁଛି ତାହା ଦ୍ୱିପାକ୍ଷିକ ଚୁକ୍ତିର ଉଲ୍ଲଂଘନ। ୧୯୯୩ ଏବଂ ୧୯୯୬ରେ ହୋଇଥିବା ଚୁକ୍ତିନାମାର ବିରୋଧରେ ଚୀନ୍ କାମ କରୁଛି। ଆମର ସୈନ୍ୟବାହିନୀ ଚୁକ୍ତିନାମାକୁ ସମ୍ପୂର୍ଣ୍ଣ ରୂପେ ଅନୁସରଣ କରନ୍ତି କିନ୍ତୁ ଚୀନ୍ ଏହାକୁ ପାଳନ କରେ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଜ୍ୟସଭାରେ କହିଛନ୍ତି।

Related story