ନୂଆଦିଲ୍ଲୀ: ଏଥର ପ୍ଲାଷ୍ଟିକ୍ ନୁହଁ । ଖଦୀରେ ପ୍ରସ୍ତୁତ ପତାକା ବ୍ୟବହାର ହେବ। ଆଗକୁ ଆସୁଥିବା ସ୍ୱାଧୀନତା ଦିବସ ଅବସରରେ ଆସାମରେ ନୋ ପ୍ଲାଷ୍ଟିକ୍ ନାରା ଦେଇଛନ୍ତି ରାଜ୍ୟ ସରକାର। ତେଣୁ ରାଜ୍ୟରେ ଖଦିରେ ତିଆରି ତ୍ରିରଙ୍ଗାର ଚାହିଦା ବଢ଼ିଛି। ଖଦି ନିଗମ ବି ତ୍ରିରଙ୍ଗା ତିଆରି ସଂଖ୍ୟାକୁ ବଢ଼ାଇଛି ।
ତ୍ରିରଙ୍ଗା ପାଇଁ ପ୍ରଥମେ ତିନି ରଙ୍ଗର କପଡ଼ା ସଂଗ୍ରହ କରାଯାଏ। ଏହାପରେ ଅଶୋକ ଚକ୍ର ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଛାଞ୍ଚ ସାହାଯ୍ୟରେ ତାକୁ ରଙ୍ଗ ଦିଆଯାଏ। କିଛି ସମୟ ପରେ ଏହା ଶୁଖିବା ପରେ ତିନି ରଙ୍ଗର କପଡ଼ାକୁ ମେସିନ୍ ସାହାଯ୍ୟରେ ସିଲେଇ କରାଯାଏ।
କୁଶଳୀ ଏବଂ ଅଭିଜ୍ଞ କାରିଗରଙ୍କ ଦ୍ୱାରା ଖଦି ନିଗମ ଏହି ତ୍ରିରଙ୍ଗା ପ୍ରସ୍ତୁତ କରିଥାଏ । ଏବେ ପ୍ଲାଷ୍ଟିକ୍ ପତାକା ବ୍ୟାନ୍ ହେବା ପରେ ଖଦି ତ୍ରିରଙ୍ଗାର ଚାହିଦା ବି ବଢ଼ିଛି ।