ରେଳ ସେବା ଘରୋଇ କରଣ ହେବାର ଯୋଜନା ନାହିଁ: ପୀୟୁଷ ଗୋଏଲ

ନୂଆଦିଲ୍ଲୀ: ଭାରତୀୟ ରେଳ ସେବାର ଘରୋଇକରଣ କରିବାକୁ କୌଣସି ପ୍ରସ୍ତାବ ନାହିଁ। ଆଜି ଲୋକସଭାରେ ଲିଖିତ ଭାବରେ ଏଭଳି ଉତ୍ତର ଦେଇଛନ୍ତି ରେଳମନ୍ତ୍ରୀ ପୀୟୂଷ ଗୋଏଲ। ଏମିତିକି କୌଣସି ଯାତ୍ରୀବାହୀ ଟ୍ରେନ୍ ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ ହେବ ବୋଲି ଚିହ୍ନଟ ହୋଇନାହିଁ। ସୂଚନାଯୋଗ୍ୟ, ବଜେଟ ଆଗତ କରିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କହିଥିଲେ, ଆଗାମୀ ଦିନରେ ରେଳ ବିଭାଗରେ ଘରୋଇ ସଂସ୍ଥା ଯୋଡ଼ି ହେବ। ପବ୍ଲିକ-ପ୍ରାଇଭେଟ-ପାର୍ଟନରଶିପରେ ରେଳ ସେବାକୁ ଆହୁରି ଆକର୍ଷଣୀୟ […]

piyush goel

Subhransu Sekhar
  • Published: Wednesday, 10 July 2019
  • , Updated: 10 July 2019, 03:32 PM IST
ନୂଆଦିଲ୍ଲୀ: ଭାରତୀୟ ରେଳ ସେବାର ଘରୋଇକରଣ କରିବାକୁ କୌଣସି ପ୍ରସ୍ତାବ ନାହିଁ। ଆଜି ଲୋକସଭାରେ ଲିଖିତ ଭାବରେ ଏଭଳି ଉତ୍ତର ଦେଇଛନ୍ତି ରେଳମନ୍ତ୍ରୀ ପୀୟୂଷ ଗୋଏଲ। ଏମିତିକି କୌଣସି ଯାତ୍ରୀବାହୀ ଟ୍ରେନ୍ ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ ହେବ ବୋଲି ଚିହ୍ନଟ ହୋଇନାହିଁ।
ସୂଚନାଯୋଗ୍ୟ, ବଜେଟ ଆଗତ କରିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କହିଥିଲେ, ଆଗାମୀ ଦିନରେ ରେଳ ବିଭାଗରେ ଘରୋଇ ସଂସ୍ଥା ଯୋଡ଼ି ହେବ। ପବ୍ଲିକ-ପ୍ରାଇଭେଟ-ପାର୍ଟନରଶିପରେ ରେଳ ସେବାକୁ ଆହୁରି ଆକର୍ଷଣୀୟ କରାଯିବ। ଏହାପରେ ଗତକାଲି ଏକ ଖବର ପ୍ରକାଶ ପାଇଥିଲା ଯେ ଦିଲ୍ଲୀ-ଲକ୍ଷ୍ନୌ ତେଜସ ଏକ୍ପପ୍ରେସ୍ ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ ହେବ।
କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ ବିଭିନ୍ନ ଦଳର ନେତା ବିରୋଧ କରିଥିଲେ। ଏହାପରେ ଆଜି ସଂସଦରେ ରେଳସେବାର ଘରୋଇକରଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରେଳମନ୍ତ୍ରୀ।

Related story