ସିଏଏକୁ ନେଇ ସରକାର ଡିଫେନ୍ସ ନୁହେଁ, ଫ୍ରଣ୍ଟ ଫୁଟରେ ରହିବେ

ନୂଆଦିଲ୍ଲୀ: ଆସନ୍ତାକାଲି ସଂସଦରେ ଉପସ୍ଥାପନ ହେବ ବଜେଟ। ଏହାପୂର୍ବରୁ କେନ୍ଦ୍ରର ଶାସକ ଦଳ ବିଜେପି ନେତୃତ୍ୱାଧୀନ ଏନଡିଏ ବୈଠକ କରିଛି। ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ପ୍ରସ୍ତତି ଚଳାଇଛନ୍ତି। ଏହାର ଜଚାବ ଦେବା ପାଇଁ ସରକାର କେବେ ଡିଫେନ୍ସ କରିବେ ନାହିଁ। ବରଂ ଫ୍ରଣ୍ଟଫୁଟରେ ରହିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କ ରଣନୀତିକୁ ଦେଖି ଏନଡିଏ ନେତାଙ୍କୁ ଏଭଳି ଆହ୍ୱାନ କରିଛନ୍ତି। ସିଏଏ କାହାର ନାଗରିକତା ନେଉନାହିଁ। ବିରୋଧୀ ଏହାକୁ […]

PM Modi asks NDA leaders to back CAA strongly (1)

Subhransu Sekhar
  • Published: Friday, 31 January 2020
  • , Updated: 31 January 2020, 08:21 PM IST

ନୂଆଦିଲ୍ଲୀ: ଆସନ୍ତାକାଲି ସଂସଦରେ ଉପସ୍ଥାପନ ହେବ ବଜେଟ। ଏହାପୂର୍ବରୁ କେନ୍ଦ୍ରର ଶାସକ ଦଳ ବିଜେପି ନେତୃତ୍ୱାଧୀନ ଏନଡିଏ ବୈଠକ କରିଛି। ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ପ୍ରସ୍ତତି ଚଳାଇଛନ୍ତି। ଏହାର ଜଚାବ ଦେବା ପାଇଁ ସରକାର କେବେ ଡିଫେନ୍ସ କରିବେ ନାହିଁ। ବରଂ ଫ୍ରଣ୍ଟଫୁଟରେ ରହିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କ ରଣନୀତିକୁ ଦେଖି ଏନଡିଏ ନେତାଙ୍କୁ ଏଭଳି ଆହ୍ୱାନ କରିଛନ୍ତି।

ସିଏଏ କାହାର ନାଗରିକତା ନେଉନାହିଁ। ବିରୋଧୀ ଏହାକୁ ଭୁଲ ଭାବରେ ପ୍ରଚାର କରି ସରକାରକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ଏ ଦେଶର ମୁସଲମାନଙ୍କର ଅଧିକାର ଯେତିକି ରହିଛି ଅନ୍ୟମାନଙ୍କର ମଧ୍ୟ ସମାନ ଅଧିକାର ରହିଛି। ଏହି ବୈଠକରେ ଜାନୁଆରୀ ୨୭ ତାରିଖରେ କେନ୍ଦ୍ର ସରକାର, ଆସାମ ସରକାର ଓ ବୋଡା ସଂଗଠନ ମଧ୍ୟରେ ହୋଇଥିବା ତ୍ରିସ୍ତରୀୟ ଚୁକ୍ତି ବାବଦରେ ଆଲୋଚନା ହୋଇଥିଲା।

ସୂଚନାଯୋଗ୍ୟ, ଚଳିତ ଅଧିବେଶନ ବେଳେ ବିରୋଧୀ ସଂସଦରେ ସିଏଏକୁ ନେଇ ସରକାରକୁ ଘେରିବେ। ସେହିପରି ସଡ଼କରେ ମଧ୍ୟ ବିରୋଧୀ ସରକାରକୁ ଘେରିବେ। ମୋଦି ସରକାର ଅହଂକାର ରହିଥିବା ବେଳେ ଆନ୍ଦୋଳନକାରୀଙ୍କ କଥା ଶୁଣୁନଥିବା ବିରୋଧୀ ଦର୍ଶାଇବାକୁ ଚେଷ୍ଟା କରିବେ।

Related story