ନିଖୋଜ ବାୟୁସେନା ବିମାନର ପତ୍ତା ମିଳୁନି, ସର୍ଚ୍ଚ ଅପରେସନରେ ଇସ୍ରୋ ସ୍ୟାଟେଲାଇଟ୍‌

ନୂଆଦିଲ୍ଲୀ: ସୋମବାର ମଧ୍ୟାହ୍ନରୁ ମଝି ଆକାଶରେ ଉଡ଼ୁଥିବା ବେଳେ ନି‌ଖୋଜ ହୋଇଯାଇଥିବା ବାୟୁସେନା ଏଏନ୍‌-୩୨ ବିମାନକୁ ନେଇ ସସପେନ୍ସ ଜାରି ରହିଛି। ବିମାନଟିକୁ ଠାବ କରିବା ପାଇଁ ଗତକାଲିଠାରୁ ଉଭୟ ସ୍ଥଳସେନା ଓ ବାୟୁସେନାର ଏକାଧିକ ବିମାନ, ହେଲିକପ୍ଟର ଓ ଯବାନ ନିୟୋଜିତ ହୋଇଥିଲେ ହେଁ ଏହାର କୌଣସି ପତ୍ତା ମିଳିନାହିଁ। ଆଜି ନିଖୋଜ ବିମାନର ସନ୍ଧାନ କରିବା ପାଇଁ ଇସ୍ରୋ ପକ୍ଷରୁ ସ୍ୟାଟେଲାଇଟ୍‌ ମୁତୟନ କରାଯାଇଛି। ତଥାପି ରିପୋର୍ଟ ଲେଖା ହେବା ଯାଏ ସ୍ୟାଟେଲାଇଟ୍‌ ମଧ୍ୟ […]

wa

wa

Hemant Lenka
  • Published: Tuesday, 04 June 2019
  • Updated: 04 June 2019, 07:19 PM IST

Sports

Latest News

ନୂଆଦିଲ୍ଲୀ: ସୋମବାର ମଧ୍ୟାହ୍ନରୁ ମଝି ଆକାଶରେ ଉଡ଼ୁଥିବା ବେଳେ ନି‌ଖୋଜ ହୋଇଯାଇଥିବା ବାୟୁସେନା ଏଏନ୍‌-୩୨ ବିମାନକୁ ନେଇ ସସପେନ୍ସ ଜାରି ରହିଛି। ବିମାନଟିକୁ ଠାବ କରିବା ପାଇଁ ଗତକାଲିଠାରୁ ଉଭୟ ସ୍ଥଳସେନା ଓ ବାୟୁସେନାର ଏକାଧିକ ବିମାନ, ହେଲିକପ୍ଟର ଓ ଯବାନ ନିୟୋଜିତ ହୋଇଥିଲେ ହେଁ ଏହାର କୌଣସି ପତ୍ତା ମିଳିନାହିଁ। ଆଜି ନିଖୋଜ ବିମାନର ସନ୍ଧାନ କରିବା ପାଇଁ ଇସ୍ରୋ ପକ୍ଷରୁ ସ୍ୟାଟେଲାଇଟ୍‌ ମୁତୟନ କରାଯାଇଛି। ତଥାପି ରିପୋର୍ଟ ଲେଖା ହେବା ଯାଏ ସ୍ୟାଟେଲାଇଟ୍‌ ମଧ୍ୟ ନିଖୋଜ ବିମାନକୁ ଠାବ କରିପାରି ନାହିଁ।

ସୋମବାର ମଧ୍ୟାହ୍ନ ୧୨.୧୫ରେ ରୁଷ ନିର୍ମିତ ଏଏନ୍‌- ୩୨ ଆନ୍ତୋନୋଭ ବିମାନ ୧୩ ଜଣଙ୍କୁ ନେଇ ଆସାମରୁ ଅରୁଣାଚଳ ପ୍ରଦେଶର ମେଚୁକା ମିଲିଟାରୀ ଏୟାରଷ୍ଟ୍ରିପ୍‌ ଅଭିମୁଖେ ଉଡ଼ାଣ ଭରିଥିଲା। ତେବେ ଅପରାହ୍ନ ୧ଟାରେ ବିମାନଟି କେଉଁଆଡ଼େ ନିଖୋଜ ହୋଇଯାଇଥିଲା। ଆସାମର ଜୋରହାଟରୁ ମେଚୁକା ଯିବାକୁ ସାଧାରଣତଃ ୫୦ ମିନିଟ୍‌ ଲାଗିଥାଏ। ଯେହେତୁ ଏହା ୪୫ ମିନିଟ୍‌ ପର୍ଯ୍ୟନ୍ତ ଯୋଗାଯୋଗରେ ଥିଲା, ତେଣୁ ବିମାନଟି ଅରୁଣାଚଳ ପ୍ରଦେଶ ନିକଟବର୍ତ୍ତୀ ଅଞ୍ଚଳ ଅର୍ଥାତ ଚାଇନା ସୀମାରୁ ହିଁ ନିଖୋଜ ହୋଇଯାଇଥିଲା।

ସର୍ଚ୍ଚ ଅପରେସନରେ ଇଣ୍ଡୋ-ତିବ୍ବତ ସୀମାନ୍ତରେ ଥିବା ଯବାନମାନଙ୍କ ସହ ସୁଖୋଇ-୩୦, ସି-୧୩୦, ଅନ୍ୟ ଏକ ଏଏନ୍‌-୩୨ ଓ ୨ଟି ଏମଆଇ-୧୭ ବିମାନ ନିୟୋଜିତ ହୋଇଛନ୍ତି। ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି ଯେ କିଛି ସ୍ଥାନରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ଆସୁଛି। ହେଲେ ସର୍ଚ୍ଚ ଅପରେସନ ଟିମ୍‌ ଏଯାଏ ବିମାନର ଧ୍ୱଂସାବଶେଷ ପାଇନାହାନ୍ତି। ଇସ୍ରୋ ପକ୍ଷରୁ ରିସ୍ୟାଟ୍‌ ରାଡାର ଇମେଜ୍‌ ସ୍ୟାଟେଲାଇଟ୍‌ ମଧ୍ୟ ନିୟୋଜିତ ହୋଇଛି। ତେବେ ଉତ୍ତର-ପୂର୍ବ ଭାରତରେ ପାଗ ମେଘୁଆ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସ୍ୟାଟେଲାଇଟ୍‌ ମଧ୍ୟ ଠିକ୍‌ ଭାବେ ଫଟୋ ଉତ୍ତୋଳନ କରିପାରୁ ନାହିଁ। ଖୁବ୍‌ଶୀଘ୍ର ବିମାନଟି ଠାବ ହେବ ବୋଲି ବାୟୁସେନା ପକ୍ଷରୁ ଟ୍ୱିଟ୍‌ କରି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story