ନୂଆଦିଲ୍ଲୀ: ୨୦୧୯ ବର୍ଷ ପାଇଁ ଅର୍ଥନୀତିରେ ନୋବେଲ ପାଇଥିବା ଅଭିଜିତ ବାନାର୍ଜୀଭାରତ ସରକାରଙ୍କ ବହୁ ଚର୍ଚ୍ଚିତ ସ୍କିମ୍ ଆୟୁଷ୍ମାନ୍ ଭାରତକୁ ପ୍ରଶଂସା କରିଛନ୍ତି। ସେ ପୂର୍ବରୁ ଜନଧନ ଏବଂ ଉଜ୍ଜ୍ୱଲାକୁ ମଧ୍ୟ ପ୍ରାଂସା କରିଥିଲେ। ସେ କହିଛନ୍ତି ଏହି ସ୍କିମ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଭିନ୍ନ ପରିବାରର ସ୍ୱାସ୍ଥ୍ୟସେବା ଜନିତ ଖର୍ଚ୍ଚ ବଞ୍ଚୁଥିବାରୁ ଅର୍ଥନୀତିକ ଷ୍ଟ୍ରକଚର୍ରେ ଏହା ଭଲ ପଦକ୍ଷେପ ବୋଲି ସେ କହିଛନ୍ତି।
୨୦୧୮ ମସିହାରେ ଆରମ୍ଭ ହୋଇଥିବା ଏହି ଯୋଜନା ୧୦ କୋଟି ଗରିବ ପରିବାର ଏବଂ ନିମ୍ନ ମଧ୍ୟବିତ୍ତଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବାର ଲକ୍ଷ୍ୟ ରଖିଛି। ଏଥିରେ ପ୍ରତିପରିବାରକୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଅଧୀନରେ ରଖାଯାଇଛି।
ଭାରତର ସ୍ୱାସ୍ଥ୍ୟସେବାକୁ ନେଇ ସେ କହିଥିଲେ, ଯଦିଓ ଘରୋଇ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭାରତ ସବୁଠାରୁ ଅଧିକ ଖର୍ଚ୍ଚ କରୁଛି ଲୋକେ ସେହି ଅନୁଯାୟୀ ସେବା ପାଇପାରୁନାହାନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିବା ଅଭିଜିତ ଭାରତର ଅର୍ଥନୀତିକ ସ୍ଥିତି ନେଇ ବିବାଦୀୟ ପ୍ରଶ୍ନର ଉତ୍ତର ରଖିନଥିଲେ। ପୂର୍ବରୁ ଗଣମାଧ୍ୟମ ତାଙ୍କୁ ଉଦ୍ଧୃତ କରି କହିଥିଲା ଭାରତର ଅର୍ଥନୀତି ଠିକ୍ ନାହିଁ ବୋଲି ସେ କହିଛନ୍ତି।
ତେବେ ଆଜିର ଭେଟପରେ ଅଭିଜିତ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋ ସହ ଭେଟ ପାଇଁ ଯଥେଷ୍ଟ ସମୟ ଦେଇଛନ୍ତି। ସେ ଭାରତ ବିଷୟରେ କ’ର ଭାବନ୍ତି ତାହା ମଧ୍ୟ ଜଣାଇଛନ୍ତି। ସତରେ ଏକ ନିଆରା ଭେଟ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।