ଉତ୍ତର କୋରିଆରେ ଜରୁରୀ ପରିସ୍ଥିତି ଘୋଷଣା କଲେ କିମ୍ ଜଙ୍ଗ୍-ଉନ୍

ପ୍ୟୋଙ୍ଗୟୋଙ୍ଗ: ଉତ୍ତର କୋରିଆ ସରକାର ଦେଶରେ ଜରୁରୀ ପରିସ୍ଥିତି ଜାରି କରିଛନ୍ତି। ରାଷ୍ଟ୍ରପତି କିମ୍ ଜଙ୍ଗ-ଉନ୍ ଜରୁରୀକାଳୀନ ବୈଠକ କରିବା ପରେ ଏହି ଘୋଷଣା କରିଛନ୍ତି। ଦକ୍ଷିଣ କୋରିଆରୁ ଜଣେ ବ୍ୟକ୍ତି ସୀମା ପାର ହୋଇ ଆସିଥିଲେ। ସଂପୃକ୍ତ ବ୍ୟକ୍ତି ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ବୋଲି ଉତ୍ତର କୋରିଆର ସରକାରୀ ଖବର ସରବରାହ ସଂସ୍ଥା କେସିଏନଏରୁ ସୂଚନା ମିଳିଛି। ଯଦି ସଂପୃକ୍ତ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବେ ତା’ହେଲେ ଏହି ବ୍ୟକ୍ତି ଉତ୍ତର କୋରିଆରେ […]

kim

Subhransu Sekhar
  • Published: Sunday, 26 July 2020
  • , Updated: 26 July 2020, 04:23 PM IST

ପ୍ୟୋଙ୍ଗୟୋଙ୍ଗ: ଉତ୍ତର କୋରିଆ ସରକାର ଦେଶରେ ଜରୁରୀ ପରିସ୍ଥିତି ଜାରି କରିଛନ୍ତି। ରାଷ୍ଟ୍ରପତି କିମ୍ ଜଙ୍ଗ-ଉନ୍ ଜରୁରୀକାଳୀନ ବୈଠକ କରିବା ପରେ ଏହି ଘୋଷଣା କରିଛନ୍ତି। ଦକ୍ଷିଣ କୋରିଆରୁ ଜଣେ ବ୍ୟକ୍ତି ସୀମା ପାର ହୋଇ ଆସିଥିଲେ। ସଂପୃକ୍ତ ବ୍ୟକ୍ତି ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ବୋଲି ଉତ୍ତର କୋରିଆର ସରକାରୀ ଖବର ସରବରାହ ସଂସ୍ଥା କେସିଏନଏରୁ ସୂଚନା ମିଳିଛି।

ଯଦି ସଂପୃକ୍ତ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବେ ତା’ହେଲେ ଏହି ବ୍ୟକ୍ତି ଉତ୍ତର କୋରିଆରେ ପ୍ରଥମ କରୋନା ଆକ୍ରାନ୍ତ ହେବେ। ଉତ୍ତର କୋରିଆର ମିଡିଆ ସରକାରଙ୍କ ଅଧିନରେ ଚାଲିଥାଏ। ତେଣୁ ମିଡିଆ ରିପୋର୍ଟରୁ ଏହି ସୂଚନା ମିଳିଛି।

ସୂଚନାଯୋଗ୍ୟ, ନିକଟରେ ଉତ୍ତର କୋରିଆ ଋଷିଆ ଏବଂ ଅନ୍ୟାନ୍ୟ ଦେଶ ପାଖରୁ ହଜାରେରୁ ଅଧିକ କରୋନା ଟେଷ୍ଟ କିଟ୍ ଆମଦାନୀ କରିଛି। ଏମିତିକି ସମସ୍ତ ସୀମାକୁ ସିଲ୍ କରି ଦେଇଛି ଉତ୍ତର କୋରିଆ।

Related story