ସିଏଏ: ପ୍ରଧାନମନ୍ତ୍ରୀଙ୍କ ‘ବିରୋଧୀ ଉସକାଉଛନ୍ତି’ ମନ୍ତବ୍ୟର ଜବାବ ଦେଲା କଂଗ୍ରେସ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଦେଖାଦେଇଥିବା ସ୍ଥିତି ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦାୟୀ, ଆମେ ନୁହଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାମଲୀଳା ମଇଦାନ ରାଲିରେ ସିଏଏ ହିଂସା ପାଇଁ ‘ବିରୋଧୀ ଉସକାଉଛନ୍ତି‘ ବୋଲି ଅଭିଯୋଗ ଆଣିବା ପରେ କଂଗ୍ରେସ ଏଭଳି ମନ୍ତବ୍ୟ ରଖିଛି। ଏଥିସହ ମୋଦିଙ୍କ ଆରୋପକୁ ଖାରଜ କରିଛି କଂଗ୍ରେସ। କଂଗ୍ରେସର ବରିଷ୍ଠ ମୁଖପାତ୍ର ଆନନ୍ଦ ଶର୍ମା କହିଛନ୍ତି, ‘ସଂସଦର ଦୁଇଟି ସଦନରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ମନ୍ତବ୍ୟରୁ ଦେଶରେ ଅନିଶ୍ଚିତତା […]

ANAND SHARMA

Subhransu Sekhar
  • Published: Sunday, 22 December 2019
  • , Updated: 22 December 2019, 05:51 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଦେଖାଦେଇଥିବା ସ୍ଥିତି ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦାୟୀ, ଆମେ ନୁହଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାମଲୀଳା ମଇଦାନ ରାଲିରେ ସିଏଏ ହିଂସା ପାଇଁ 'ବିରୋଧୀ ଉସକାଉଛନ୍ତି' ବୋଲି ଅଭିଯୋଗ ଆଣିବା ପରେ କଂଗ୍ରେସ ଏଭଳି ମନ୍ତବ୍ୟ ରଖିଛି। ଏଥିସହ ମୋଦିଙ୍କ ଆରୋପକୁ ଖାରଜ କରିଛି କଂଗ୍ରେସ।

କଂଗ୍ରେସର ବରିଷ୍ଠ ମୁଖପାତ୍ର ଆନନ୍ଦ ଶର୍ମା କହିଛନ୍ତି, ‘ସଂସଦର ଦୁଇଟି ସଦନରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ମନ୍ତବ୍ୟରୁ ଦେଶରେ ଅନିଶ୍ଚିତତା ଓ ଭୟ ପରିସ୍ଥିତି ସୃଷ୍ଟି ହୋଇଛି। ସରକାର ଏଥିପାଇଁ ଦାୟୀ। ସିଏଏକୁ ନେଇ ଦେଶରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ଯଦି ଏହି ଆନ୍ଦୋଳନକୁ ଯଦି ଗମ୍ଭୀରତା ସହ ନେଇଛନ୍ତି ତା’ହେଲେ ପ୍ରଶମିତ କରିବାକୁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବା ଦରକାର’।

ସୂଚନାଯୋଗ୍ୟ, ଆଜି ରାମଲୀଳା ମଇଦାନରେ ସିଏଏ ହିଂସା ପାଇଁ ବିରୋଧୀ ଦାୟୀ। ସଂସଦକୁ ବିରୋଧୀ ସମ୍ମାନ ଦେବା ଦରକାର। ଗୁଜବ ଖବର ପ୍ରଚାର କରି ବିରୋଧୀ ଦଳ ନିଜ ସ୍ୱାର୍ଥ ଓ ରାଜନୀତିକ ଅଭିଳାଶ ପୂରଣ କରିବାକୁ ଚେଷ୍ଟା କରୁଛନ୍ତି। ନିର୍ବାଚନରେ ମୋଦି ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିବାର ପଶ୍ଚାତପ କରିବାକୁ ଯାଇ ଏଭଳି ହିଂସାତ୍ମକ ଆନ୍ଦୋଳନ ପାଇଁ ବିରୋଧୀ ଉସକାଉଛି ବୋଲି ମୋଦି କହିଥିଲେ।

Related story