ଗୋଲଡେନ ଟେମ୍ପୁଲରେ ଟିକଟକ ବ୍ୟାନ୍

ଅମୃତସର:  ପଞ୍ଜାବ ଅମୃତସର ସ୍ଥିତ ଗୋଲଡେନ ଟେମ୍ପୁଲରେ ଟିକଟକ୍ ଭିଡିଓ ତିଆରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ଶିରୋମଣୀ ଗୁରୁଦ୍ୱାର ପ୍ରବନ୍ଧକ କମିଟି (ଏସଜିପିସି) ଶ୍ରୀହରମନ୍ଦିର ସାହିବ (ଗୋଲଡେନ ଟେମ୍ପୁଲ) ପରିସର ଭିତରେ ଟିକଟକ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି ବୋଲି ନୋଟିସ ଲଗାଇଛି। ଶ୍ରୀହରମନ୍ଦିର ସାହିବର ମ୍ୟାନେଜର ଜସବିନ୍ଦର ସିଂହ କହିଛନ୍ତି, ଏଠାକୁ ଆସିଥିବା ଶ୍ରଦ୍ଧାଳୁମାନଙ୍କୁ ଆହ୍ୱାନ କରି କହୁଛି, ଏହା ପୂଜାସ୍ଥଳ। ତେଣୁ ଏଠାରେ ଟିକଟକ, ସେଲଫି ଆଦି ନେବା ଠିକ୍ ନୁହେଁ । ଯଦି ଏଭଳି […]

golden temple tiktok

Subhransu Sekhar
  • Published: Saturday, 08 February 2020
  • , Updated: 08 February 2020, 04:12 PM IST

ଅମୃତସର:  ପଞ୍ଜାବ ଅମୃତସର ସ୍ଥିତ ଗୋଲଡେନ ଟେମ୍ପୁଲରେ ଟିକଟକ୍ ଭିଡିଓ ତିଆରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ଶିରୋମଣୀ ଗୁରୁଦ୍ୱାର ପ୍ରବନ୍ଧକ କମିଟି (ଏସଜିପିସି) ଶ୍ରୀହରମନ୍ଦିର ସାହିବ (ଗୋଲଡେନ ଟେମ୍ପୁଲ) ପରିସର ଭିତରେ ଟିକଟକ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି ବୋଲି ନୋଟିସ ଲଗାଇଛି।

ଶ୍ରୀହରମନ୍ଦିର ସାହିବର ମ୍ୟାନେଜର ଜସବିନ୍ଦର ସିଂହ କହିଛନ୍ତି, ଏଠାକୁ ଆସିଥିବା ଶ୍ରଦ୍ଧାଳୁମାନଙ୍କୁ ଆହ୍ୱାନ କରି କହୁଛି, ଏହା ପୂଜାସ୍ଥଳ। ତେଣୁ ଏଠାରେ ଟିକଟକ, ସେଲଫି ଆଦି ନେବା ଠିକ୍ ନୁହେଁ । ଯଦି ଏଭଳି କାର୍ଯ୍ୟ ଉପରେ ରୋକ ନ ଲାଗେ ତାହେଲେ ଆଗାମୀ ଦିନରେ ମୋବାଇଲ ଫୋନ୍ ବ୍ୟାନ ଉପରେ ବିଚାର କରାଯାଇପାରେ।

ସୂଚନାଯୋଗ୍ୟ, ନିକଟରେ ଗୋଲଡେନ ଟେମ୍ପୁଲ ଭିତରେ ତିନି ଝିଅ ଏକ ପଞ୍ଜାବୀ ଗୀତ ଉପରେ ଟିକଟିକ ଭିଡିଓ ପ୍ରସ୍ତୁତ କରିଥିଲେ। ଏହି ଭିଡିଓ ଏବେ ସୋଶାଲ ମିଡିଆ ପାଖରୁ ଆରମ୍ଭ କରି ପଞ୍ଜାବର ଆଞ୍ଚଳିକ ଟିଭିରେ ଭାଇରାଲ ହୋଇଛି। ଏହାପରେ ସମାନ ଘଟଣା ଗୋଲଡେନ ଟେମ୍ପୁଲ ପରିସର ଭିତରେ ହୋଇଥିବା ଦେଖିବାକୁ ମିଳିଛି।

Related story