ଏଣିକି କଶ୍ମୀର ଓ ଲଦାଖରେ ଯେକୌଣସି ଭାରତୀୟ କିଣିପାରିବେ ଜମି, ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଆଜି କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖ ପାଇଁ ନୂଆ ବିଜ୍ଞପ୍ତି ପ୍ରକାଶ କରିଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ବିଜ୍ଞପ୍ତି ଜରିଆରେ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ନୂଆ ଆଇନକୁ ବିଧିବଦ୍ଧ ଭାବେ ଅନୁମତି ଦିଆଯାଇଛି। ବିଜ୍ଞପ୍ତି ଦ୍ୱାରା କେନ୍ଦ୍ର ସରକାର ରାଜ୍ୟର ୨୬ଟି ଆଇନକୁ ବଦଳାଇ ଦେଇଛନ୍ତି। ନୂଆ ବିଜ୍ଞପ୍ତି ଅନୁସାରେ, ଏଣିକି ଯେକୌଣସି ଭାରତୀୟ ଜମ୍ମୁ-କଶ୍ମୀର ଓ ଲଦାଖରେ ଜମି କିଣିପାରିବେ। ଭାରତର ଅନ୍ୟ […]

fh

Hemant Lenka
  • Published: Tuesday, 27 October 2020
  • , Updated: 27 October 2020, 03:53 PM IST

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଆଜି କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖ ପାଇଁ ନୂଆ ବିଜ୍ଞପ୍ତି ପ୍ରକାଶ କରିଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ବିଜ୍ଞପ୍ତି ଜରିଆରେ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ନୂଆ ଆଇନକୁ ବିଧିବଦ୍ଧ ଭାବେ ଅନୁମତି ଦିଆଯାଇଛି। ବିଜ୍ଞପ୍ତି ଦ୍ୱାରା କେନ୍ଦ୍ର ସରକାର ରାଜ୍ୟର ୨୬ଟି ଆଇନକୁ ବଦଳାଇ ଦେଇଛନ୍ତି।

ନୂଆ ବିଜ୍ଞପ୍ତି ଅନୁସାରେ, ଏଣିକି ଯେକୌଣସି ଭାରତୀୟ ଜମ୍ମୁ-କଶ୍ମୀର ଓ ଲଦାଖରେ ଜମି କିଣିପାରିବେ। ଭାରତର ଅନ୍ୟ ପ୍ରାନ୍ତରେ ଯେଉଁଭଳି ଭାବେ ଯେ କୌଣସି ଲୋକ ଜମି କିଣି ପାରୁଛନ୍ତି, ଏବେ ଜମ୍ମୁ-କଶ୍ମୀର ଓ ଲଦାଖରେ ସମାନ ନିୟମ ଲାଗୁ ହେବ। ପୂର୍ବରୁ କେବଳ ଜମ୍ମୁ-କଶ୍ମୀରର ସ୍ଥାୟୀ ଅଧିବାସୀମାନେ ହିଁ ସେଠାରେ ଜମି କିଣିବାର ଅଧିକାର ପାଉଥିଲେ।

ହେଲେ କେନ୍ଦ୍ର ସରକାର ଏହାକୁ ଖାରଜ କରିଦେଇଛନ୍ତି। ସେହିପରି ଏହି ନୂଆ ନିୟମ ତତ୍କାଳ ଭାବେ ଲାଗୁ କରାଯିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ତେବେ ନୂଆ ବିଜ୍ଞପ୍ତିକୁ ନ୍ୟାଶନାଲ କନଫରେନ୍ସର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବିରୋଧ କରିଛନ୍ତି।

ସେ କହିଛନ୍ତି, ଜମ୍ମୁ-କଶ୍ମୀର ଜମି ଆଇନରେ ହୋଇଥିବା ସଂଶୋଧନ ଆଦୌ ଗ୍ରହଣୀୟ ନୁହେଁ। ଏବେ ଜମ୍ମୁ-କଶ୍ମୀରକୁ ବିକ୍ରି ପାଇଁ ଯୋଜନା ଆରମ୍ଭ ହୋଇଛି। ଏହି ନୂଆ ନିୟମ ଦ୍ୱାରା ଗରିବ ଓ ଛୋଟ ଜମି ମାଲିକମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବେ ବୋଲି ସେ କହିଛନ୍ତି।

Related story