ପିଓକେକୁ ନେଇ ଇମ୍ରାନଙ୍କ ଉପରେ ବଢ଼ିଲା ଚାପ

ଇସ୍‌ଲାମାବାଦ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ରାଗରେ ବିଳିବିଳାଉଥିବା ପାକିସ୍ତାନ ଏବେ ଅକଳରେ ପଡ଼ିଯାଇଛି। ଜମ୍ମୁ-କଶ୍ମୀର ପାଇଁ ଲଢ଼େଇ କରିବାକୁ କହୁଥିବା ଇମ୍ରାନ୍‌ ଖାନ୍‌ ସରକରର ଏବେ ପାକ ଅଧିକୃତ କଶ୍ମୀର(ପିଓକେ)କୁ ନେଇ ଚାପରେ ରହିଛନ୍ତି। ପିଓକେକୁ ସୁରକ୍ଷା ଯୋଗାଇବାରେ ଇମ୍ରାନ୍‌ ଖାନ୍‌ ସରକାର ସମର୍ଥ ହେବେନାହିଁ ବୋଲି ଆଜି ପାକିସ୍ତାନ ବିରୋଧୀ ଦଳ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି) ମୁଖ୍ୟ ବିଲୱାଲା ଭୁଟ୍ଟୋ କହିଛନ୍ତି। ସେ କହିଛନ୍ତି, “ପାକିସ୍ତାନ ପୂର୍ବରୁ ଭାରତ ଠାରୁ ଶ୍ରୀନଗର ଛଡ଼ାଇ […]

q

Hemant Lenka
  • Published: Tuesday, 27 August 2019
  • , Updated: 27 August 2019, 04:32 PM IST

ଇସ୍‌ଲାମାବାଦ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ରାଗରେ ବିଳିବିଳାଉଥିବା ପାକିସ୍ତାନ ଏବେ ଅକଳରେ ପଡ଼ିଯାଇଛି। ଜମ୍ମୁ-କଶ୍ମୀର ପାଇଁ ଲଢ଼େଇ କରିବାକୁ କହୁଥିବା ଇମ୍ରାନ୍‌ ଖାନ୍‌ ସରକରର ଏବେ ପାକ ଅଧିକୃତ କଶ୍ମୀର(ପିଓକେ)କୁ ନେଇ ଚାପରେ ରହିଛନ୍ତି।

ପିଓକେକୁ ସୁରକ୍ଷା ଯୋଗାଇବାରେ ଇମ୍ରାନ୍‌ ଖାନ୍‌ ସରକାର ସମର୍ଥ ହେବେନାହିଁ ବୋଲି ଆଜି ପାକିସ୍ତାନ ବିରୋଧୀ ଦଳ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି) ମୁଖ୍ୟ ବିଲୱାଲା ଭୁଟ୍ଟୋ କହିଛନ୍ତି। ସେ କହିଛନ୍ତି, “ପାକିସ୍ତାନ ପୂର୍ବରୁ ଭାରତ ଠାରୁ ଶ୍ରୀନଗର ଛଡ଼ାଇ ଆଣିବ ବୋଲି କହୁଥିଲା। ହେଲେ ଏବେ ସମୟ ଏମିତି ହେଲାଣି ଯେ ପାକିସ୍ତାନ ମୁଜାଫରବାଦ (ପିଓକେର ରାଜଧାନୀ)କୁ ରକ୍ଷା କରିବା କଷ୍ଟକର ।

ପୂର୍ବରୁ କଶ୍ମୀର ପଲିସକୁ ଆମେ ଗୁରୁତ୍ୱ ଦେଇ ଶ୍ରୀନଗର କେମିତି ପାକିସ୍ତାନରେ ମିଶିବ, ସେକଥା ଚିନ୍ତା କରୁଥିଲୁ। ହେଲେ ଏବେ ମୁଜାଫରବାଦ ଭାରତରେ ମିଶିବା ପରିସ୍ଥିତି ସୃଷ୍ଟି ହେଲାଣି। ଇମ୍ରାନ ଖାନ୍‌ ସରକାରଙ୍କ ଦୁର୍ବଳ ନୀତି ଯୋଗୁ ଆଜି ଏଭଳି ସ୍ଥିତି ସୃଷ୍ଟି ହୋଇଛି।”

ପୂର୍ବରୁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ପିଓକେ ସମ୍ପର୍କରେ ବଡ଼ ବୟାନ ଦେଇଥିଲେ। ସେ କହିଥିଲେ ଯେ ପିଓକେ ବି ଭାରତର ଏକ ଅଂଶବିଶେଷ। ଏବେ ପାକିସ୍ତାନ ସହ ଯଦି କିଛି କଥାବର୍ତ୍ତା କରାଯିବ, ତା’ହେଲେ ସେଥିରେ ପିଓକେକୁ ସାମିଲ କରାଯିବ।

Related story