ଆରଟିଆଇ ଆବେଦନକାରୀଙ୍କୁ ନାଗରିକତାର ପ୍ରମାଣ ମାଗିଲେ କୁଳପତି

ଲକ୍ଷ୍ମୌ: ସାରା ଦେଶରେ ନାଗରିକତା ସଂଶୋଧନ ଆଇନ୍ (ସିଏଏ) ଏବଂ ଏନଆରସିକୁ ନେଇ ବିବାଦ ଚାଲିଛି। ଏହାରି ଭିତରେ ଜଣେ ସୂଚନା ଅଧିକାର କର୍ମୀ ଆରଟିଆଇ ଜରିଆରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ସୂଚନା ମାଗିଥିଲେ। ହେଲେ ସୂଚନା ଦେବା ପୂର୍ବରୁ ଆରଟିଆଇ ଆବେଦକଙ୍କୁ ତାଙ୍କର ନାଗରିକତାର ପ୍ରମାଣ ଦେବାକୁ କହିଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି। ଆରଟିଆଇ ଆବେଦକ ଆଲୋକ ଚାଟିଁଆ କହିଛନ୍ତି, କୁଳପତି ଏଭଳି କରି ଆରଟିଆଇ ଆଇନକୁ ଅସମ୍ମାନ କରିଛନ୍ତି। ଏଭଳି କରିବାର କୌଣସି ଅଧିକାର ତାଙ୍କ ପାଖରେ […]

lucknow university

Subhransu Sekhar
  • Published: Tuesday, 04 February 2020
  • , Updated: 04 February 2020, 04:23 PM IST

ଲକ୍ଷ୍ମୌ: ସାରା ଦେଶରେ ନାଗରିକତା ସଂଶୋଧନ ଆଇନ୍ (ସିଏଏ) ଏବଂ ଏନଆରସିକୁ ନେଇ ବିବାଦ ଚାଲିଛି। ଏହାରି ଭିତରେ ଜଣେ ସୂଚନା ଅଧିକାର କର୍ମୀ ଆରଟିଆଇ ଜରିଆରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ସୂଚନା ମାଗିଥିଲେ। ହେଲେ ସୂଚନା ଦେବା ପୂର୍ବରୁ ଆରଟିଆଇ ଆବେଦକଙ୍କୁ ତାଙ୍କର ନାଗରିକତାର ପ୍ରମାଣ ଦେବାକୁ କହିଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି।

ଆରଟିଆଇ ଆବେଦକ ଆଲୋକ ଚାଟିଁଆ କହିଛନ୍ତି, କୁଳପତି ଏଭଳି କରି ଆରଟିଆଇ ଆଇନକୁ ଅସମ୍ମାନ କରିଛନ୍ତି। ଏଭଳି କରିବାର କୌଣସି ଅଧିକାର ତାଙ୍କ ପାଖରେ ନାହିଁ। ମୁଁ ମଧ୍ୟ ଏଠାରେ ଥିବା ଏକ ଡିଗ୍ରୀ କଲେଜର ଅଧ୍ୟାପକ ଥିଲି। ଆରଟିଆଇ ଜରିଆରେ ସେଲ୍ଫ ଫାଇନାନ୍ସିଂ କୋର୍ସର ଫି ଏବଂ ଅଧ୍ୟାପକଙ୍କ ଦରମା ବାବଦରେ ତଥ୍ୟ ମାଗିଥିଲି’।

ଏ ନେଇ ବିଶ୍ୱବିଦ୍ୟାଳୟ ପ୍ରଶାସନିକ ବିଭାଗ ଏଭଳି ଘଟଣାକୁ ସ୍ୱୀକାର କରିଛି। କିଛି ବର୍ଷ ହେବ ଏଭଳି କାମ ଚାଲିଛି ବୋଲି ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି।

Related story