ରେଳଯାତ୍ରୀଙ୍କ ପାଇଁ ଖୁସି ଖବର; ତତ୍‌କାଳ ଟିକେଟ୍ ବୁକ୍‌ ପାଇଁ IRCTC ଆଣିଲା ଇ-ୱାଲେଟ୍‌

ତତ୍‌କାଳ ଟିକେଟ୍ ବୁକ୍ କଲା ବେଳେ କେତେ ହଇରାଣ ହେବାକୁ ପଡ଼େ ତାହା ରେଳଯାତ୍ରୀମାନେ କେବେ ନା କେବେ ନିହାତି ଅଙ୍ଗେ ନିଭାଇଥିବେ। ବେଳେ ବେଳେ ପଇସା ଦେଉ ଦେଉ ହାତରୁ ଟିକେଟ୍ ଚାଲିଯାଏ। ଏମିତିରେ ଆଇଆର୍‌ସିଟିସି ଆରମ୍ଭ କରିଛି ଇ-ୱାଲେଟ୍‌ ତତ୍‌କାଳ ଟିକେଟ୍ ବୁକିଂ ସେବା। ଏହାର ନାଁ IRCTC ରେଲ୍ କନେକ୍ଟ ରଖାଯାଇଛି। ଏହାଦ୍ୱାରା ପୂର୍ବଭଳି ଆଉ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। IRCTCର ଏହି ଇ-ୱାଲେଟ୍‌ର ବ୍ୟବହାର ବି ଭାରି ସହଜ। […]

ticket-counter

Rakesh Mallick
  • Published: Monday, 07 May 2018
  • , Updated: 07 May 2018, 06:36 PM IST

ତତ୍‌କାଳ ଟିକେଟ୍ ବୁକ୍ କଲା ବେଳେ କେତେ ହଇରାଣ ହେବାକୁ ପଡ଼େ ତାହା ରେଳଯାତ୍ରୀମାନେ କେବେ ନା କେବେ ନିହାତି ଅଙ୍ଗେ ନିଭାଇଥିବେ। ବେଳେ ବେଳେ ପଇସା ଦେଉ ଦେଉ ହାତରୁ ଟିକେଟ୍ ଚାଲିଯାଏ। ଏମିତିରେ ଆଇଆର୍‌ସିଟିସି ଆରମ୍ଭ କରିଛି ଇ-ୱାଲେଟ୍‌ ତତ୍‌କାଳ ଟିକେଟ୍ ବୁକିଂ ସେବା। ଏହାର ନାଁ IRCTC ରେଲ୍ କନେକ୍ଟ ରଖାଯାଇଛି। ଏହାଦ୍ୱାରା ପୂର୍ବଭଳି ଆଉ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

IRCTCର ଏହି ଇ-ୱାଲେଟ୍‌ର ବ୍ୟବହାର ବି ଭାରି ସହଜ। ଯେମିତି ଆପଣ ପେଟିଏମ୍‌ରେ ଅର୍ଥ ପେମେଣ୍ଟ କରନ୍ତି ଏଇଥିରେ ବି ସେମିତି କରିବେ।  ଅନ୍ୟସବୁ ୱାଲେଟ୍ ପରି ଏଥିରେ ବି ପୂର୍ବରୁ ଟଙ୍କା ଜମା କରିବାର ବିକଳ୍ପ ରହିବ। ଫଳରେ ଟିକେଟ୍‌ ବୁକିଂ ସମୟରେ ଏଥିରେ ପେମେଣ୍ଟ କରିବା ସହଜ ହେବ। ଏହା ପୂର୍ବରୁ ତତ୍‌କାଳରେ ବୁକିଂ ସୁବିଧା କୋଣସି ୱାଲେଟ୍‌ରେ ଦିଆଯାଇନାହିଁ।

IRCTCର ଇ-ୱାଲେଟ୍‌ ଆକାଉଣ୍ଟରେ ସର୍ବାଧିକ ୧୦,୦୦୦ ଟଙ୍କା ଜମା କରାଯାଇ ପାରିବ। ଟ୍ରେନ୍‌ ରଦ୍ଦ ହୋଇଗଲେ ଯାତ୍ରୀଙ୍କ ଟିକେଟ୍‌ ବୁକିଂର ଟଙ୍କା ୱାଲେଟ୍‌କୁ ଫେରି ଆସିବ।

Related story