ଚାଇନାକୁ ଡୋଭାଲଙ୍କ କଡ଼ା ଚେତାବନୀ, ‘ସ୍ୱାର୍ଥ ପାଇଁ ନୁହେଁ, ମହତ ଉଦ୍ଦେଶ୍ୟରେ ଲଢ଼ିବୁ’

ନୂଆଦିଲ୍ଲୀ: ପୂର୍ବ ଲଦାଖର ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ରେ ଉତ୍ତେଜନା ଜାରି ରହିଥିବା ବେଳେ ଚାଇନାକୁ କଡ଼ା ଚେତାବନୀ ଦେଇଛନ୍ତି ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ମୁଖ୍ୟ ଅଜିତ୍ ଡୋଭାଲ୍। ସେ କହିଛନ୍ତି ଯେଉଁଠି ଭାରତ ବିପଦ ଅନୁଭବ କରେ, ନିଶ୍ଚିତ ଭାବେ ଲଢ଼େଇ କରିବ। କିନ୍ତୁ ଏହା ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ନୁହେଁ, ବରଂ ମହତ ଉଦ୍ଦେଶ୍ୟ ପାଇଁ ବୋଲି ସେ କହିଛନ୍ତି। ସୋମବାର ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିଓ ଏବଂ  […]

ajit-doval

Subhransu Sekhar
  • Published: Sunday, 25 October 2020
  • , Updated: 25 October 2020, 07:22 PM IST

ନୂଆଦିଲ୍ଲୀ: ପୂର୍ବ ଲଦାଖର ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ରେ ଉତ୍ତେଜନା ଜାରି ରହିଥିବା ବେଳେ ଚାଇନାକୁ କଡ଼ା ଚେତାବନୀ ଦେଇଛନ୍ତି ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ମୁଖ୍ୟ ଅଜିତ୍ ଡୋଭାଲ୍। ସେ କହିଛନ୍ତି ଯେଉଁଠି ଭାରତ ବିପଦ ଅନୁଭବ କରେ, ନିଶ୍ଚିତ ଭାବେ ଲଢ଼େଇ କରିବ। କିନ୍ତୁ ଏହା ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ନୁହେଁ, ବରଂ ମହତ ଉଦ୍ଦେଶ୍ୟ ପାଇଁ ବୋଲି ସେ କହିଛନ୍ତି।

ସୋମବାର ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିଓ ଏବଂ  ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସପର ଆସୁଛନ୍ତି। ଏହି ସମୟରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଚୁକ୍ତି ହେବ ବୋଲି ଜଣାପଡ଼ିଛି। ଯେଉଁଥିରେ ଚାଇନା ମୁଖ୍ୟ ମୁଦ୍ଦା ରହିଛି। ଆମେରିକାର ଏହି ଦୁଇ ପ୍ରମୁଖ ନେତା ଡୋଭାଲଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ତେବେ ଭେଟଘାଟ ପୂର୍ବରୁ ଡୋଭାଲଙ୍କ ମନ୍ତବ୍ୟ ଚାଇନା ପାଇଁ କଡ଼ା ଚେତାବନୀ ବୋଲି କୁହାଯାଉଛି।

ଡୋଭାଲ ଚାଇନାକୁ ଚେତାବନୀ ଦେଇ କହିଛନ୍ତି ଯେ ଆମେ କେବଳ ଯୁଦ୍ଧ କରିବୁ ଯେଉଁଠାରେ ବିପଦ ରହିଛି ଏବଂ ଆମେ ଭଲ ଭାବରେ ଲଢ଼େଇ କରିବୁ ବୋଲି ସେ କହିଛନ୍ତି। ଆମେ ନିଜ ସ୍ୱାର୍ଥ ନୁହଁ ମହତ ଉଦ୍ଦେଶ୍ୟ ରଖି ଲଢ଼ିବୁ ବୋଲି ସେ କହିଛନ୍ତି।

ଏହାପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଭାରତ ଚାଇନା ସୀମାରେ ଥିବା ଉତ୍ତେଜନାକୁ ଦୂର କରି ଶାନ୍ତି ଫେରାଇ ଆଣିବାକୁ ଚାହୁଁଛି। ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲାର ସୁକନାରେ ଥିବା ଭାରତୀୟ ସେନାର ମୁଖ୍ୟାଳୟରେ ଦଶହରା ଅବସରରେ ଅସ୍ତ୍ରଶସ୍ତ୍ର ପୂଜା ବେଳେ ସେ ଏଭଳି କହିଛନ୍ତି। ରାଜନାଥ କହିଛନ୍ତି, ମୁଁ ସୁନିଶ୍ଚିତ ଯେ କୌଣସି ପରିସ୍ଥିତିରେ ଆମର ସୈନିକମାନେ ଅନ୍ୟ ହାତକୁ ଗୋଟିଏ ଇଞ୍ଚ ଜମି ଦେବେ ନାହିଁ।

ସେହିଭଳି ଆରଏସଏସ ମୁଖ୍ୟ ମୋହନ ଭାଗବତ ବିଜୟାଦଶମୀ ଅବସରରେ ଦେଶକୁ ସମ୍ବୋଧିତ କରି କହିଛନ୍ତି ଯେ ଚାଇନା ବିରୋଧରେ ଭାରତର ରଣନୀତି, ସାମରିକ ଶକ୍ତିକୁ ବଢ଼ାଇବା ଦରକାର।

Related story