ପଦ ଛାଡ଼ିଲେ ଏନ୍‌ଏସ୍‌ଇ ଅଧ୍ୟକ୍ଷ ଅଶୋକ ଚାୱଲା

ନୂଆଦିଲ୍ଲୀ: ନ୍ୟାଶନାଲ୍‌ ଷ୍ଟକ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ଅଧ୍ୟକ୍ଷ ଅଶୋକ ଚାୱଲା ଆଜି ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ନାଁ ବହୁ ଚର୍ଚ୍ଚିତ ଏୟାସେଲ୍‌ ମ୍ୟାକ୍ସିସ ସହ ଜଡ଼ିତ ଥିଲା। ଏବେ ସିବିଆଇ ଏହାର ତଦନ୍ତ କରୁଛି। ଏହି ଘଟଣାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ନାଁ ମଧ୍ୟ ରହିଛି। କେବଳ ଚାୱଲା କିମ୍ବା ଚିଦାମ୍ବରମ୍‌ ନୁହନ୍ତି, ଏକାଧିକ ପ୍ରଶାସନିକ ଅଧିକାରୀଙ୍କ ନାଁ ଏହି ଦୁର୍ନୀତି ସହ ଜଡ଼ିତ ରହିଛି। ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଶ୍ରୀ ଚାୱଲା ଏଭଳି ଇସ୍ତଫା […]

yuo

Hemant Lenka
  • Published: Friday, 11 January 2019
  • , Updated: 11 January 2019, 10:33 PM IST

ନୂଆଦିଲ୍ଲୀ: ନ୍ୟାଶନାଲ୍‌ ଷ୍ଟକ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ଅଧ୍ୟକ୍ଷ ଅଶୋକ ଚାୱଲା ଆଜି ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ନାଁ ବହୁ ଚର୍ଚ୍ଚିତ ଏୟାସେଲ୍‌ ମ୍ୟାକ୍ସିସ ସହ ଜଡ଼ିତ ଥିଲା। ଏବେ ସିବିଆଇ ଏହାର ତଦନ୍ତ କରୁଛି।

ଏହି ଘଟଣାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ନାଁ ମଧ୍ୟ ରହିଛି। କେବଳ ଚାୱଲା କିମ୍ବା ଚିଦାମ୍ବରମ୍‌ ନୁହନ୍ତି, ଏକାଧିକ ପ୍ରଶାସନିକ ଅଧିକାରୀଙ୍କ ନାଁ ଏହି ଦୁର୍ନୀତି ସହ ଜଡ଼ିତ ରହିଛି। ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଶ୍ରୀ ଚାୱଲା ଏଭଳି ଇସ୍ତଫା ଦେଇଥିବା ଏନ୍‌ଏସ୍‌ଇ ପକ୍ଷରୁ କୁହାଯାଇଛି। ସିବିଆଇ ଜୁଲାଇ ମାସରୁ ଏୟାରସେଲ୍‌ ମ୍ୟାକ୍ସିସ୍‌ ଘଟଣାରେ ଚାର୍ଜଶିଟ୍‌ ଦାଖଲ କରିଥିଲା।

ତେବେ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ତଦନ୍ତ କରିବା ପାଇଁ ସରକାରଙ୍କ ଅନୁମତି ଆବଶ୍ୟକ ଥିବାରୁ ଏଯାଏ ସିବିଆଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରି ନଥିଲା କିମ୍ବା କାହାକୁ ଜେରା କରିପାରି ନଥିଲା। ତେବେ ସରକାର ଆଜି ସିବିଆଇକୁ ମାମଲାରେ ଆଗକୁ ବଢ଼ିବାକୁ ଅନୁମତି ଦେବାରୁ ଶ୍ରୀ ଚାୱଲା ଇସ୍ତଫା ଦେଇଥିବା କୁହାଯାଉଛି।

Related story