ଦେଶ ଭାଙ୍ଗୁଥିବା ବ୍ୟକ୍ତିଙ୍କୁ ଖୋଜି ବାହାର କରିବା ଏନଏସଜିର କାମ: ଶାହ

କୋଲକାତା: ଦେଶକୁ ବିଭାଜନ କରିବା ପାଇଁ ଚେଷ୍ଟା କରୁଥିବା ଗୋଷ୍ଠୀ ଏବଂ ବ୍ୟକ୍ତିଙ୍କୁ ଖୋଜି ବାହାର କରିବା କାମ ଏନଏସଜି (ଜାତୀୟ ସୁରକ୍ଷା ଗାର୍ଡ)। ଯିଏ ଏଭଳି କାମରେ ସଂଶ୍ଳିଷ୍ଟ ରହିଛି ସେମାନଙ୍କ ଭିତରେ ଭୟର ବାତାବାରଣ ସୃଷ୍ଟି କରିବା ଏନଏସଜିର କାମ। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ପଶ୍ଚିମବଙ୍ଗର ରାଜାରହାଟରେ ଏଭଳି ମତ ରଖିଛନ୍ତି। ଏହି ଗସ୍ତ ବେଳେ ଜାତୀୟ ସୁରକ୍ଷା ଗାର୍ଡର ଏକ ନୂତନ କୋଠା ସ୍ପେଶାଲ କମ୍ପୋଜିଟ୍ ଗ୍ରୁପ୍ କମ୍ପ୍ଲେକ୍ସର ଉଦଘାଟନ […]

AMIT SAHA BJP

AMIT SAHA BJP

Subhransu Sekhar
  • Published: Sunday, 01 March 2020
  • Updated: 01 March 2020, 02:28 PM IST

Sports

Latest News

କୋଲକାତା: ଦେଶକୁ ବିଭାଜନ କରିବା ପାଇଁ ଚେଷ୍ଟା କରୁଥିବା ଗୋଷ୍ଠୀ ଏବଂ ବ୍ୟକ୍ତିଙ୍କୁ ଖୋଜି ବାହାର କରିବା କାମ ଏନଏସଜି (ଜାତୀୟ ସୁରକ୍ଷା ଗାର୍ଡ)। ଯିଏ ଏଭଳି କାମରେ ସଂଶ୍ଳିଷ୍ଟ ରହିଛି ସେମାନଙ୍କ ଭିତରେ ଭୟର ବାତାବାରଣ ସୃଷ୍ଟି କରିବା ଏନଏସଜିର କାମ। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ପଶ୍ଚିମବଙ୍ଗର ରାଜାରହାଟରେ ଏଭଳି ମତ ରଖିଛନ୍ତି।

ଏହି ଗସ୍ତ ବେଳେ ଜାତୀୟ ସୁରକ୍ଷା ଗାର୍ଡର ଏକ ନୂତନ କୋଠା ସ୍ପେଶାଲ କମ୍ପୋଜିଟ୍ ଗ୍ରୁପ୍ କମ୍ପ୍ଲେକ୍ସର ଉଦଘାଟନ କରିଛନ୍ତି ଅମିତ ଶାହ। ସେ କହିଛନ୍ତି ଯେ ଦେଶକୁ କୌଣସି ବିପଦ ଆସିବା ପୂର୍ବରୁ ଜୀବନକୁ ଖାତିର ନକରି ଏନଏସଜି ଅନେକ ଉଦାହରଣ ସୃଷ୍ଟି କରିଛି।

ଆଜି ସକାଳେ ଅମିତ ଶାହା କୋଲକାତା ବିମାନବନ୍ଦରରେ ପହଞ୍ଚିଥିଲେ। ପଶ୍ଚିମବଙ୍ଗ ବିଜେପି ସଭାପତି ତଥା ସାଂସଦ ଦିଲୀପ ଘୋଷ ଅନ୍ୟ ନେତା ବିମାନବନ୍ଦରରେ ଶାହାଙ୍କୁ ସ୍ୱାଗତ କରିଥିଲେ। ଶାହ ନେତାଜୀ ସୁବାଷ ଚନ୍ଦ୍ର ବୋଷ ବିମାନ ବନ୍ଦରର ଏକ ନମ୍ୱର ଫାଟକ ଦେଇ ବାହାରକୁ ଆସିବା ବେଳେ ତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ନାଗରିକତା ସଂଶୋଧନ ଆଇନ (ସିଏଏ) କୁ ବିରୋଧ କରି ବିମାନବନ୍ଦର ବାହାରେ 'ଗୋ ବ୍ୟାକ' ନାରା ଦେଇଥିଲେ ବିରୋଧୀ ଦଳର ନେତା ଓ ସମର୍ଥକ। ବାମପନ୍ଥୀ ଏବଂ କଂଗ୍ରେସର ଶତାଧିକ କର୍ମୀ ଏହି ବିରୋଧ କରୁଥିଲେ।

ଏହି ଦିନିକିଆ ପଶ୍ଚିମବଙ୍ଗ ଗସ୍ତ ଅବସରରେ ଅମିତ ଶାହ ସିଏଏ ସପକ୍ଷରେ ଏକ ରାଲି କରିବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos