ଓଡ଼ିଆ ସହିଦ୍‌ ପ୍ରଦୀପଙ୍କୁ କୀର୍ତ୍ତିଚକ୍ର, ସେନାଧ୍ୟକ୍ଷଙ୍କୁ ପରମ ବିଶିଷ୍ଟ ସେବା ମେଡାଲ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଗୁଳିକୁ ଖାତିର ନ କରି ଜମ୍ମୁ-କଶ୍ମୀରରେ ପୁଲୱାମାଠାରେ ଲଢ଼େଇ କରି ଦେଶ ପାଇଁ ଜୀବନ ଦେଇଥିବା ଓଡ଼ିଆ ପୁଅ ସହିଦ ପ୍ରଦୀପ କୁମାର ପଣ୍ଡାଙ୍କୁ ଚଳିତବର୍ଷ କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯିବ। ତାଙ୍କୁ ମରଣୋତ୍ତର କୀର୍ତ୍ତିଚକ୍ର ମିଳିବ। ସହିଦ ପ୍ରଦୀପ ପଣ୍ଡାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଲିପିଲୋଇରେ।  ଗତବର୍ଷ ସେ ସହିଦ ହୋଇଥିଲେ। ତାଙ୍କ ବ୍ୟତୀତ ସ୍ଥଳ ସେନା ମୁଖ୍ୟ ଜେନେରାଲ ବିପନ ରାୱତଙ୍କୁ ପରମ ବିଶିଷ୍ଟ ସେବା ମେଡାଲ ମିଳିବ। ଚଳିତ ବର୍ଷ […]

g

Hemant Lenka
  • Published: Friday, 25 January 2019
  • , Updated: 25 January 2019, 10:42 PM IST

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଗୁଳିକୁ ଖାତିର ନ କରି ଜମ୍ମୁ-କଶ୍ମୀରରେ ପୁଲୱାମାଠାରେ ଲଢ଼େଇ କରି ଦେଶ ପାଇଁ ଜୀବନ ଦେଇଥିବା ଓଡ଼ିଆ ପୁଅ ସହିଦ ପ୍ରଦୀପ କୁମାର ପଣ୍ଡାଙ୍କୁ ଚଳିତବର୍ଷ କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯିବ।

ତାଙ୍କୁ ମରଣୋତ୍ତର କୀର୍ତ୍ତିଚକ୍ର ମିଳିବ। ସହିଦ ପ୍ରଦୀପ ପଣ୍ଡାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଲିପିଲୋଇରେ।  ଗତବର୍ଷ ସେ ସହିଦ ହୋଇଥିଲେ। ତାଙ୍କ ବ୍ୟତୀତ ସ୍ଥଳ ସେନା ମୁଖ୍ୟ ଜେନେରାଲ ବିପନ ରାୱତଙ୍କୁ ପରମ ବିଶିଷ୍ଟ ସେବା ମେଡାଲ ମିଳିବ।

ଚଳିତ ବର୍ଷ ଜଣଙ୍କୁ ଅଶୋକ ଚକ୍ର, ୪ ଜଣଙ୍କୁ କୀର୍ତ୍ତିଚକ୍ର, ୧୧ ଜଣଙ୍କୁ ଶୌର୍ଯ୍ୟଚକ୍ର, ୨୮ ଜଣଙ୍କୁ ପରମ ବିଶିଷ୍ଟ ସେବା ମେଡାଲ, ୩ ଜଣଙ୍କୁ ଉତ୍ତମ ଯୁଦ୍ଧ ସେବା ମେଡାଲ, ୫୧ ଜଣଙ୍କୁ ଅତି ବିଶଷ୍ଟ ସେବା ମେଡାଲ, ୧୦ ଜଣଙ୍କୁ ଯୁଦ୍ଧ ସେବା ମେଡାଲ, ୧୨୨ ଜଣଙ୍କୁ ବିଶିଷ୍ଟ ସେବା ମେଡାଲ, ୧୦୯ ଜଣଙ୍କୁ ସେନା ମେଡାଲ (ସାହସିକତା), ୭ ଜଣଙ୍କୁ ନୌସେନା ମେଡାଲ, ୨ ଜଣଙ୍କୁ ବାୟୁସେନା ମେଡାଲ, ୪୦ ସେନା ମେଡାଲ (କାର୍ଯ୍ୟ), ୯ ଜଣଙ୍କୁ ନୌସେନା ମେଡାଲ (କାର୍ଯ୍ୟ) ଓ ୧୪ ଜଣଙ୍କୁ ବାୟୁ ସେନା ମେଡାଲ(କାର୍ଯ୍ୟ)।
ପ୍ରଦୀପ ପଣ୍ଡାଙ୍କ ବ୍ୟତୀତ ମେଜର ତୁଷାର ଗୌଉବା, ସୌର୍ଯ୍ୟ ବିଜୟ କୁମାର, କନଷ୍ଟେବଲ୍‌ ରାଜେନ୍ଦ୍ର କୁମାର ନୈନ କୀତ୍ତିଚକ୍ର ପାଇବେ।

Related story