ସତରେ କ’ଣ ମୋଦି ମେକ୍‌ଅପ୍‌ରେ ୮୦ ଲକ୍ଷ ଖର୍ଚ୍ଚ କରନ୍ତି?

ନୂଆଦିଲ୍ଲୀ: ଏବେ ସୋଶାଲ ମିଡିଆରେ ଏବଂ ବେଶ୍‌ କିଛି ଗଣମାଧ୍ୟମରେ ଏକ ଭିଡିଓ ଏବଂ ଖବର ଭାଇରାଲ ହେଉଛି ଯେଉଁଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଆଡ଼େ ମେକ୍‌ ଅପ୍‌ରେ ବା ଚେହେରା ସଜାଇବାରେ ମାସିକ ୮୦ ଲକ୍ଷ ଟଙ୍କା ଉଡ଼େଇ ଦିଅନ୍ତି। ଏଥିପାଇଁ ବିୟୁଟିସିଆନ୍‌ ମଧ୍ୟ ନିଯୁକ୍ତ ହୋଇଛନ୍ତି ବୋଲି ମଧ୍ୟ ଦାବି କରୁଥିବା ଏକ ଭିଡିଓ ଏବେ ହଜାର ହଜାର ଦର୍ଶକ ଦେଖିସାରିଲେଣି ଏବଂ ଲାଇକ୍‌ ଓ କମେଣ୍ଟ ଆଦି ଦେଇସାରିଲେଣି। କିନ୍ତୁ ଏହା […]

modi

modi

Subrat Kumar Nayak
  • Published: Saturday, 11 May 2019
  • Updated: 11 May 2019, 07:10 PM IST

Sports

Latest News

ନୂଆଦିଲ୍ଲୀ: ଏବେ ସୋଶାଲ ମିଡିଆରେ ଏବଂ ବେଶ୍‌ କିଛି ଗଣମାଧ୍ୟମରେ ଏକ ଭିଡିଓ ଏବଂ ଖବର ଭାଇରାଲ ହେଉଛି ଯେଉଁଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଆଡ଼େ ମେକ୍‌ ଅପ୍‌ରେ ବା ଚେହେରା ସଜାଇବାରେ ମାସିକ ୮୦ ଲକ୍ଷ ଟଙ୍କା ଉଡ଼େଇ ଦିଅନ୍ତି। ଏଥିପାଇଁ ବିୟୁଟିସିଆନ୍‌ ମଧ୍ୟ ନିଯୁକ୍ତ ହୋଇଛନ୍ତି ବୋଲି ମଧ୍ୟ ଦାବି କରୁଥିବା ଏକ ଭିଡିଓ ଏବେ ହଜାର ହଜାର ଦର୍ଶକ ଦେଖିସାରିଲେଣି ଏବଂ ଲାଇକ୍‌ ଓ କମେଣ୍ଟ ଆଦି ଦେଇସାରିଲେଣି। କିନ୍ତୁ ଏହା ସତ ନା ଡାହାମିଛ, ସେକଥା ବର୍ତ୍ତମାନ ସାମ୍ନାକୁ ଆସିଛି।

ପୂର୍ବରୁ ଗୁରୁଗ୍ରାମ କଂଗ୍ରେସ ଶେୟାର କରିଥିବା ଏହି ଭିଡିଓ ସହ ଏହାର କିଛି ଫଟୋ ମଧ୍ୟ ୨୦୧୮ରେ ଦେଖିବାକୁ ମିଳିଥିଲା। ଏହା ଏବର୍ଷ ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ କିଛି ଲେଖା ସହ ପୁଣି ଭାଇରାଲ ହେବା ଆରମ୍ଭ କରିଛି।

ପ୍ରକୃତରେ ଭିଡିଓ ଓ ଫଟୋ ସବୁ ସିଙ୍ଗାପୁରରେ ଥିବା ମ୍ୟାଡାମ୍‌ ତୁସାଦ ମ୍ୟୁଜିୟମରେ ମୋଦିଙ୍କ ମହମ ପ୍ରତିକୃତି ସ୍ଥାପନ ବେଳର। ୮ ସେକେଣ୍ଡର ଭାଇରାଲ ଭିଡିଓରେ ମଧ୍ୟ ଗୋଟିଏ ଫ୍ରେମ୍‌ରେ ‘ମ୍ୟାଡାମ୍‌ ତୁସାଦ ବଡି ମେଜରମେଣ୍ଟ’ ବୋଲି ଲେଖା ଅଛି।

ପ୍ରଥମେ ୨୦୧୬ ମସିହାରେ ଅପ୍‌ଲୋଡ୍‌ ହୋଇଥିବା ଏହି ଭିଡିଓରେ କୌଣସି ବିଉଟିସିଆନ୍‌ ନାହାନ୍ତି କି ସେମାନେ ମେକ୍‌ଅପ୍‌ ଦେଉନାହାନ୍ତି। ସେମାନେ ‘ମ୍ୟାଡାମ୍‌ ତୁସାଦ’ ମ୍ୟୁଜିୟମର କର୍ମଚାରୀ ଏବଂ ମୋଦିଙ୍କ ମହମରେ ପ୍ରତିକୃତି ନିର୍ମାଣ ପାଇଁ ମାପ ନେଉଥିବା ଜଣାପଡ଼ିଛି। ଏତଦ୍‌ବ୍ୟତୀତ ମୋଦି ମେକ୍‌ଅପ୍‌ ବାବଦକୁ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା କେବେ ମଧ୍ୟ ଆରଟିଆଇ ଯୋଗେ ଉପଲବ୍ଧ ହୋଇନଥିବାରୁ ସୋଶାଲ ମିଡିଆ ଏବଂ କିଛି ଗଣମାଧ୍ୟମଙ୍କ ଦାବି ସମ୍ପୂର୍ଣ୍ଣ ମିଛ ବୋଲି ପ୍ରମାଣିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos