ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନକୁ ନେଇ ଏବେ ସାରା ଦେଶରେ ନିଆଁ ଲାଗିଛି। ଏହି ଆନ୍ଦୋଳନରେ ଅନେକ ସାର୍ବଜନୀନ ସମ୍ପତ୍ତି ନଷ୍ଟ ହୋଇଛି। ଏହାକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆନ୍ଦୋଳନକାରୀଙ୍କୁ ଚେତାବନୀ ଦେଇଛନ୍ତି। ବିରୋଧ ପ୍ରଦର୍ଶନ ଆଳରେ ଆନ୍ଦୋଳନକାରୀ ହିଂସା କିମ୍ୱା କ୍ଷତି ପହଞ୍ଚାଇ ପାରିବେ ନାହିଁ। ଯଦି ଆଗାମୀ ଦିନରେ ଆନ୍ଦୋଳନ ବେଳେ ଆନ୍ଦୋଳନକାରୀ ହିଂସା କିମ୍ୱା ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବେ ତା'ହେଲେ ଆଗାମୀ ଦିନରେ ସେମାନଙ୍କର ସମ୍ପତ୍ତି ଜବତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
https://twitter.com/ANINewsUP/status/1207640842719989760
ସିଏଏକୁ ବିରୋଧ କରିବାକୁ ଯାଇ ରାଜଧାନୀ ଲକ୍ଷ୍ନୌ ସହିତ ରାଜ୍ୟର ଅନେକ ସହରରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରଦର୍ଶନ ହୋଇଥିଲା। ଏହି ସମୟରେ ଆନ୍ଦୋଳନକାରୀ ପଥର ମାଡ଼, ଭଙ୍ଗାରୁଜା କରିଥିଲେ। ଆନ୍ଦୋଳନକାରୀ ମାନେ ୨୦ଟି ମୋଟର ସାଇକେଲ, ୧୦ଟି କାର୍, ୩ ବସ୍ ଏବଂ ଗଣମାଧ୍ୟମର ୪ଟି ଓବି ଭ୍ୟାନରେ ନିଆଁ ଲଗାଇ ଦେଇଥିଲେ। ଏମିତିକି ଶୁକ୍ରବାର ହେବାକୁ ଥିବା ରାଜ୍ୟର ସମସ୍ତ ପରୀକ୍ଷା କାର୍ଯ୍ୟକ୍ରମ ବାତିଲ୍ ହୋଇଛି।
https://twitter.com/ANINewsUP/status/1207634769892130816