ଡଙ୍ଗାରେ ବୁଲିଲେ, ‘ନମାମି ଗଙ୍ଗେ’ ସମୀକ୍ଷା କଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର କାନପୁରଠାରେ ଆଜି ନମାମି ଗଙ୍ଗେ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏଥିପାଇଁ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଅତ୍ୟାଧୁନିକ ମୋଟର ଚାଳିତ ଡଙ୍କାରେ ଗଙ୍ଗା ପରିକ୍ରମା କରିଛନ୍ତି। କାନପୁରର ଅଟଳ ଘାଟଠାରେ ସେ ପ୍ରାୟ ୪୫ ମିନିଟ୍‌ ଧରି ଗଙ୍ଗା ପରିକ୍ରମା କରିଥିଲେ। ତାଙ୍କ ସହ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ରାୱତ ମଧ୍ୟ ଥିଲେ। […]

boating

Subrat Kumar Nayak
  • Published: Saturday, 14 December 2019
  • , Updated: 14 December 2019, 09:26 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର କାନପୁରଠାରେ ଆଜି ନମାମି ଗଙ୍ଗେ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏଥିପାଇଁ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଅତ୍ୟାଧୁନିକ ମୋଟର ଚାଳିତ ଡଙ୍କାରେ ଗଙ୍ଗା ପରିକ୍ରମା କରିଛନ୍ତି। କାନପୁରର ଅଟଳ ଘାଟଠାରେ ସେ ପ୍ରାୟ ୪୫ ମିନିଟ୍‌ ଧରି ଗଙ୍ଗା ପରିକ୍ରମା କରିଥିଲେ। ତାଙ୍କ ସହ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ରାୱତ ମଧ୍ୟ ଥିଲେ। ସେମାନେ ଶିଶାମନୁ ନାଲାଠାରେ ଚାଲୁ ରହିଥିବା କାମ ଦେଖିଥିଲେ ଏବଂ ସେଠାରେ ରହିଥିବା ସେଲ୍‌ଫି ପଏଣ୍ଟ ମଧ୍ୟ ପରିଦର୍ଶନ କରିଥିଲେ।

ଏଥିସହିତ ସେ ରାଷ୍ଟ୍ରୀୟ ଗଙ୍ଗା ପରିଷଦର ପ୍ରଥମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଗଙ୍ଗା ଓ ଏହାର ଉପନଦୀଗୁଡିକ ସହିତ ଗଙ୍ଗା ଅବବାହିକାର ପୁନରୁଦ୍ଧାର ଏବଂ ଏହାକୁ ପ୍ରଦୂଷଣ ମୁକ୍ତ କରିବାର ସମ୍ପୂର୍ଣ୍ଣ ଦାୟିତ୍ୱ ଏହି ପରିଷଦ ଉପରେ ରହିଛି । ପରିଷଦର ପ୍ରଥମ ବୈଠକର ଲକ୍ଷ୍ୟ ଥିଲା ସମ୍ପୃକ୍ତ ରାଜ୍ୟ ତଥା କେନ୍ଦ୍ରୀୟ ମନ୍ତ୍ରଣାଳୟରେ ଏକ ଗଙ୍ଗା କୈନ୍ଦ୍ରୀକ ଦୃଷ୍ଟିକୋଣର ଗୁରୁତ୍ୱକୁ ଦୃଢ଼ିଭୂତ କରିବା। ଆଜିର ବୈଠକରେ ଜଳଶକ୍ତି, ପରିବେଶ, କୃଷି ଓ ଗ୍ରାମୀଣ ବିକାଶ, ସ୍ୱାସ୍ଥ୍ୟ, ସହରାଞ୍ଚଳ ବିକାଶ, ଶକ୍ତି, ପର୍ଯ୍ୟଟନ, ଜାହାଜ ଚଳାଚଳ ଆଦି ମନ୍ତ୍ରଣାଳୟର କେନ୍ଦ୍ରମନ୍ତ୍ରୀ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ, ବିହାରର ଉପ-ମୁଖ୍ୟମନ୍ତ୍ରୀ, ନୀତି ଆୟୋଗର ଉପାଧ୍ୟକ୍ଷ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ପଶ୍ଚିମବଙ୍ଗରୁ କୌଣସି ପ୍ରତିନିଧି ଉପସ୍ଥିତ ନଥିବାବେଳେ ବର୍ତ୍ତମାନ ଚାଲୁ ରହିଥିବା ନିର୍ବାଚନ ଓ ଆଚରଣ ବିଧି ସଂହିତା ହେତୁ ଝାରଖଣ୍ଡରୁ କୌଣସି ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିନଥିଲେ ।

ଏ ଦିଗରେ ହୋଇଥିବା କାର୍ଯ୍ୟର ଅଗ୍ରଗତି ସମୀକ୍ଷା ଓ ଗଙ୍ଗା ନଦୀକୁ ସଫା କରିବାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା, ନିରନ୍ତର ପ୍ରବାହ ଏବଂ ପରିମଳ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ମା’ ଗଙ୍ଗା ହେଉଛନ୍ତି ପବିତ୍ରତମ ନଦୀ ଏବଂ ଏହାର ପୁନରୁଦ୍ଧାର ସହଯୋଗୀ ସଂଘୀୟ ବ୍ୟବସ୍ଥାର ଏକ ଉଜ୍ଜ୍ୱଳତମ ଉଦାହରଣ ହେବ ବୋଲି ପ୍ରଧାନମନ୍ତ୍ରୀ ଦୃଷ୍ଟିପାତ କରିଥିଲେ। ସେ କହିଲେ ଯେ ଗଙ୍ଗା ନଦୀର ପୁନରୁଦ୍ଧାର କରିବା ହେଉଛି ଦେଶ ପାଇଁ ଦୀର୍ଘ ଦିନରୁ ପଡି ରହିଥିବା ଏକ ଆହ୍ୱାନ। ସେ କହିଥିଲେ, ସରକାର ୨୦୧୪ରେ ‘ନମାମି ଗଙ୍ଗେ’ କାର୍ଯ୍ୟକ୍ରମ ଆରମ୍ଭ କରିବା ପରଠାରୁ ଅନେକ କିଛି ସଫଳତା ହାସଲ କରାଯାଇଛି। ପ୍ରଦୂଷଣ ଦୂର କରିବା, ଗଙ୍ଗାର ସଂରକ୍ଷଣ ଏବଂ ପୁନରୁଦ୍ଧାର ଆଦି ଲକ୍ଷ୍ୟରେ ବିଭିନ୍ନ ସରକାରୀ ପଦକ୍ଷେପ ଓ କାର୍ଯ୍ୟଧାରାକୁ ସମନ୍ୱିତ କରିବା ପାଇଁ ବ୍ୟାପକ ଭାବେ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାର ପ୍ରମୁଖ ସଫଳତା ମଧ୍ୟରେ ରହିଛି କାଗଜ କଳରୁ ବର୍ଜ୍ୟବସ୍ତୁ ନିର୍ଗମନ ଶୂନ୍ୟ ସ୍ତରକୁ ଆଣିବା ଏବଂ ଚମଡା କାରଖାନାରୁ ସୃଷ୍ଟି ପ୍ରଦୂଷଣ ହ୍ରାସ। ମାତ୍ର ଏ କ୍ଷେତ୍ରରେ ଅଧିକ କାର୍ଯ୍ୟ କରାଯିବାର ଆବଶ୍ୟକତା ରହିଛି।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଗୁରୁତ୍ୱାରୋପ କରିଥିଲେ ଯେ, ନିର୍ମଳ ଗଙ୍ଗା ପାଇଁ ଏକ ଉନ୍ନତ ଢାଞ୍ଚା ନିର୍ମାଣ କରିବା ନେଇ ଜନ ସାଧାରଣଙ୍କଠାରୁ ବିଶେଷ ସହଯୋଗର ଆବଶ୍ୟକତା ରହିଛି। ଜାତୀୟ ନଦୀ ଅବବାହିକାରେ ଅବସ୍ଥିତ ସହରଗୁଡିକରେ ଉତ୍ତମ ପ୍ରଚଳନର ପ୍ରସାର ଦ୍ୱାରା ବ୍ୟାପକ ସଚେତନତା ସୃଷ୍ଟି ମଧ୍ୟ ଜରୁରୀ । ଯୋଜନାର ଦ୍ରୁତ କାର୍ଯ୍ୟାନ୍ୱୟନ ପାଇଁ ଏକ ଫଳପ୍ରଦ ଢାଞ୍ଚା ସୃଷ୍ଟି କରିବା ପାଇଁ ସମସ୍ତ ଜିଲ୍ଲାଗୁଡିକରେ ଜିଲ୍ଲା ଗଙ୍ଗା କମିଟିର ସାମର୍ଥ୍ୟ ବୃଦ୍ଧି କରାଯିବା ଉଚିତ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ ଯେ, ଗଙ୍ଗା ପୁନରୁଦ୍ଧାର ପ୍ରକଳ୍ପକୁ ଅନୁଦାନ ପ୍ରଦାନ କରିବା ପାଇଁ ବ୍ୟକ୍ତିବିଶେଷ, ପ୍ରବାସୀ ଭାରତୀୟ, କର୍ପୋରେଟ୍‌ କ୍ଷେତ୍ର ଆଦିଙ୍କଠାରୁ ଅନୁଦାନ ଗ୍ରହଣ କରିବା ପାଇଁ ସରକାର ସ୍ୱଚ୍ଛ ଗଙ୍ଗା ପାଣ୍ଠି (ସିଜିଏଫ୍‌) ପ୍ରତିଷ୍ଠା କରିଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ସିଜିଏଫ୍‌କୁ ୧୬.୫୩ କୋଟି ଟଙ୍କା ଦାନ କରିଛନ୍ତି। ୨୦୧୪ ମସିହାଠାରୁ ସେ ପାଇଥିବା ଉପହାରଗୁଡିକର ନିଲାମ ଏବଂ ସିଓଲ ଶାନ୍ତି ପୁରସ୍କାର ବାବଦରେ ପାଇଥିବା ଅର୍ଥରାଶିକୁ ସେ ଏହି ଅନୁଦାନ ପାଣ୍ଠିକୁ ପ୍ରଦାନ କରିଛନ୍ତି।

ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତ, ‘ନମାମି ଗଙ୍ଗେ’ ଗଙ୍ଗା ସମ୍ପର୍କିତ ଅର୍ଥନୈତିକ କାର୍ଯ୍ୟଧାରା କେନ୍ଦ୍ରୀଭୂତ ଏକ ସ୍ଥାୟୀ ବିକାଶ ମଡେଲରେ ପରିବର୍ତ୍ତିତ ହେବ । ଏହି ପ୍ରକ୍ରିୟାର ଅଂଶବିଶେଷ ଭାବେ ଶୂନ୍ୟ ବଜେଟ୍‌ ଚାଷ, ଫଳ ଚାଷ, ଗଙ୍ଗା କୂଳରେ ନର୍ସରୀ ସୃଷ୍ଟି ସହ ସ୍ଥାୟୀ କୃଷି କାର୍ଯ୍ୟ କରିବା ପାଇଁ କୃଷକ ମାନଙ୍କୁ ଉତ୍ସାହିତ କରାଯିବା ଉଚିତ। ଏହି କାର୍ଯ୍ୟକ୍ରମ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ସଙ୍ଗଠନକୁ ପ୍ରାଥମିକତା ଦିଆଯାଇପାରେ। ଏହି କାର୍ଯ୍ୟକ୍ରମ ସହିତ ଜଳ କ୍ରୀଡ଼ା, କ୍ୟାମ୍ପ କ୍ଷେତ୍ରର ବିକାଶ, ସାଇକେଲ ଚାଳନା ଓ ପାଦ ଚଲା ରାସ୍ତା ଆଦି ଭିତ୍ତିଭୂମିର ବିକାଶ ଦ୍ୱାରା ନଦୀ ଅବବାହିକାରେ ପର୍ଯ୍ୟଟନର ସମ୍ଭାବନା ବୃଦ୍ଧି ପାଇବ।

Related story