ଜେଲ୍‌ ଭିତରେ ଗ୍ୟାଙ୍ଗୱାର୍‌: ଜଣେ ମୃତ, ପୂରା ଘଟଣା ଫେସବୁକ୍‌ରେ ଲାଇଭ୍‌

ଲୁଧିଆନା: ପଞ୍ଜାବ ଲୁଧିଆନାସ୍ଥିତ ସେଣ୍ଟ୍ରାଲ୍ ଜେଲ୍‌ ଭିତରେ ଘଟିଥିବା ତୁମୂଳ କାଣ୍ଡରେ ଜଣେ କଏଦୀଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ ଜଣରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କିଛି ପୁଲିସ୍‌ କର୍ମଚାରୀ ମଧ୍ୟ ଅଛନ୍ତି। ଏହି ଜେଲରେ ମୋଟ ୩ ହଜାର କଏଦୀ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ୧୧.୩୦ ପରଠାରୁ ଜେଲ୍‌ରେ ଅଶାନ୍ତ ପରିସ୍ଥିତି ଆରମ୍ଭ ହୋଇଥିଲା। ସନ୍ନି ସୁଦ୍‌ ନାମକ ଜଣେ ଡ୍ରଗ୍‌ ମାଫିଆ ରାଜେନ୍ଦ୍ର ମେଡିକାଲ କଲେଜ୍‌ଠାରେ ମୃତ୍ୟୁବରଣ କରିଥିବାର […]

ludhiaana

Subrat Kumar Nayak
  • Published: Thursday, 27 June 2019
  • , Updated: 27 June 2019, 10:31 PM IST

ଲୁଧିଆନା: ପଞ୍ଜାବ ଲୁଧିଆନାସ୍ଥିତ ସେଣ୍ଟ୍ରାଲ୍ ଜେଲ୍‌ ଭିତରେ ଘଟିଥିବା ତୁମୂଳ କାଣ୍ଡରେ ଜଣେ କଏଦୀଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ ଜଣରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କିଛି ପୁଲିସ୍‌ କର୍ମଚାରୀ ମଧ୍ୟ ଅଛନ୍ତି। ଏହି ଜେଲରେ ମୋଟ ୩ ହଜାର କଏଦୀ ଅଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ୧୧.୩୦ ପରଠାରୁ ଜେଲ୍‌ରେ ଅଶାନ୍ତ ପରିସ୍ଥିତି ଆରମ୍ଭ ହୋଇଥିଲା। ସନ୍ନି ସୁଦ୍‌ ନାମକ ଜଣେ ଡ୍ରଗ୍‌ ମାଫିଆ ରାଜେନ୍ଦ୍ର ମେଡିକାଲ କଲେଜ୍‌ଠାରେ ମୃତ୍ୟୁବରଣ କରିଥିବାର ଖବର ଆସିବାପରେ କଏଦୀମାନେ ତାତି ଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ପୁଲିସ୍‌ ହିଁ ତା’କୁ ହତ୍ୟା କରିଛି। ଏହି ହିଂସାକାଣ୍ଡ ଏତେ ଭୟଙ୍କର ରୂପ ଧାରଣ କରିଥିଲା ଯେ, ପୁଲିସ୍‌କୁ ପ୍ରଥମେ ଲାଠିଚାର୍ଜ ଓ ଶେଷରେ ଗୁଳିମାଡ଼ କରିବାକୁ ପଡ଼ିଥିଲା। କଏଦୀ ଏଥିରେ ଉତ୍‌କ୍ଷିପ୍ତ ହୋଇ ପୁଲିସ୍‌ ଉପରକୁ ଢେଲା ମାଡ଼ କରିଥିଲେ।

https://twitter.com/vishavdeep_rana/status/1144212717131067392?s=20
କିଛି କଏଦୀ ପୁଲିସ୍‌ କର୍ମଚାରୀଙ୍କଠାରୁ ଅସ୍ତ୍ର ମଧ୍ୟ ଛଡ଼ାଇ ନେଇଥିଲେ। ଗଣ୍ଡଗୋଳ ଚାଲିଥିବା ବେଳେ ୪ ଜଣ କଏଦୀ ଜେଲରୁ ଖସିଯିବାରେ ସଫଳ ହୋଇଥିଲେ। କିନ୍ତୁ ପରେ ସେମାନଙ୍କୁ ପୁଲିସ୍‌ ଧରି ପୁଣିଥରେ ଜେଲ୍‌ରେ ପୂରାଇଛି।
https://twitter.com/InderBhan007/status/1144162325974278144?s=20
ତେବେ ଏହି ସଂଘର୍ଷ ଚାଲିଥିବା ବେଳେ କିଛି କଏଦୀ ଫେସବୁକ୍‌ରେ ଏହାକୁ ଲାଇଭ୍‌ କରିଥିଲେ। ବେଶ୍‌ କିଛି ଘଣ୍ଟାର ହିଂସା ପରେ ଅପରାହ୍ଣ ୧.୩୦ ବେଳକୁ ଏହା ଥମିଥିଲା। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହି ଘଟଣାର ମାଜିଷ୍ଟ୍ରେଟ୍‌ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସେ କହିଛନ୍ତି, ଏହି ଘଟଣା ପାଇଁ ରାଜ୍ୟରେ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇନାହିଁ। କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ପଞ୍ଜାବରେ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ସିଆରପିଏଫ୍‌ ଯବାନ ନିଯୁକ୍ତ ହେବେ। ଅନ୍ୟପକ୍ଷରେ ପଞ୍ଜାବ ସରକାର ଦୀର୍ଘଦିନ ହେଲା ଜେଲରେ କଡ଼ା ସୁରକ୍ଷା ନେଇ ଦାବି କରିଆସୁଛନ୍ତି।

Related story