ପୁଣି ଜଣେ କରୋନା ଭାଇରସ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ହୁହୁ ହୋଇ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ସୁଦ୍ଧା ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୨୯ ଥିବା ବେଳେ ଆଜି ଏହା ୩୦ ଛୁଇଁଛି। ଆଜି ଉତ୍ତର ପ୍ରଦେଶର ଗାଜିଆବାଦରେ ଆଉ ଜଣେ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ୩୦ରେ ପହଞ୍ଚି ଯାଇଛି। ଆଜି କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣଙ୍କ ନିକଟରେ ଇରାନରୁ ଫେରିଥିଲେ। ସେଠାରୁ ଫେରିବା ପରେ ତାଙ୍କର ଜ୍ୱର […]

dc

Hemant Lenka
  • Published: Thursday, 05 March 2020
  • , Updated: 05 March 2020, 03:38 PM IST

ନୂଆଦିଲ୍ଲୀ: ଦେଶରେ ହୁହୁ ହୋଇ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ସୁଦ୍ଧା ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୨୯ ଥିବା ବେଳେ ଆଜି ଏହା ୩୦ ଛୁଇଁଛି। ଆଜି ଉତ୍ତର ପ୍ରଦେଶର ଗାଜିଆବାଦରେ ଆଉ ଜଣେ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ୩୦ରେ ପହଞ୍ଚି ଯାଇଛି।

ଆଜି କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣଙ୍କ ନିକଟରେ ଇରାନରୁ ଫେରିଥିଲେ। ସେଠାରୁ ଫେରିବା ପରେ ତାଙ୍କର ଜ୍ୱର ଓ ଥଣ୍ଡା ଲାଗି ରହିଥିଲା। ଶେଷରେ ସେ କରୋନା ଭୂତାଣୁରେ ସଂକ୍ରମଣ ହୋଇଥିବା ଆଶଙ୍କାରେ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା।

ପରୀକ୍ଷାରୁ ତାଙ୍କ ଶରୀରରେ କରୋନା ଭାଇରସ ଥିବା ଜଣାପଡ଼ିଛି।  ଏହା ଜଣାପଡ଼ିବା ପରେ ତାଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି। ଏଠାରେ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର ମଧ୍ୟ କରାଯାଇପାରେ।

Related story