ଫେକ୍‌ ଆକାଉଣ୍ଟ୍‌ରୁ ପତଞ୍ଜଳି ଗ୍ରୁପ୍ ମୁଖ୍ୟଙ୍କ ନାଁରେ ଅଶ୍ଳୀଳ ମେସେଜ୍‌ ପଠାଉଥିଲା, ଏହି ଯୁବକ !

ନୂଆଦିଲ୍ଲୀ: ପତଞ୍ଜଳି ଗ୍ରୁପ୍‌ର ମୁଖ୍ୟ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ନାଁରେ ଫେସ୍‌ବୁକ୍‌ରେ ଫେକ୍ ଆକାଉଣ୍ଟ୍‌ ଖୋଲି ସେଥିରୁ ଅଶ୍ଳୀଳ ମେସେଜ୍ ପଠାଇବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି । ଏନେଇ ପତଞ୍ଜଳି ଗ୍ରୁପ୍ ପକ୍ଷରୁ ଏତଲା ରୁଜୁ ହେବା ପରେ ନୋଏଡା ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଉଛି ସହରନ୍‌ପୁରର ଚିଲ୍‌କାନାରେ ରହୁଥିବା ୩୦ ବର୍ଷ ବୟସ୍କ ମହମ୍ମଦ ଜିଶନ୍। ଜିଶନ୍‌ କୌଣସି କାମରେ ନୋଏଡାର ସେକ୍ଟର୍ -୧୦କୁ ଆସିଥିବାବେଳେ ସେଠାର ଏକ […]

l_patanjali-balakrishna

Ordigital Desk
  • Published: Sunday, 12 August 2018
  • , Updated: 12 August 2018, 01:43 PM IST

ନୂଆଦିଲ୍ଲୀ: ପତଞ୍ଜଳି ଗ୍ରୁପ୍‌ର ମୁଖ୍ୟ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ନାଁରେ ଫେସ୍‌ବୁକ୍‌ରେ ଫେକ୍ ଆକାଉଣ୍ଟ୍‌ ଖୋଲି ସେଥିରୁ ଅଶ୍ଳୀଳ ମେସେଜ୍ ପଠାଇବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି । ଏନେଇ ପତଞ୍ଜଳି ଗ୍ରୁପ୍ ପକ୍ଷରୁ ଏତଲା ରୁଜୁ ହେବା ପରେ ନୋଏଡା ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି।

ଗିରଫ ହୋଇଥିବା ଅଭିଯୁକ୍ତ ହେଉଛି ସହରନ୍‌ପୁରର ଚିଲ୍‌କାନାରେ ରହୁଥିବା ୩୦ ବର୍ଷ ବୟସ୍କ ମହମ୍ମଦ ଜିଶନ୍। ଜିଶନ୍‌ କୌଣସି କାମରେ ନୋଏଡାର ସେକ୍ଟର୍ -୧୦କୁ ଆସିଥିବାବେଳେ ସେଠାର ଏକ କାର୍ ଶୋ’ରୁମ୍‌ରୁ ପୁଲିସ୍‌ ତାକୁ କାବୁ କରି ନେଇଥିଲା।

ପତଞ୍ଜଳି ଗ୍ରୁପ୍‌ର ବେଦିକ୍‌ ବ୍ରଡ୍‌କାଷ୍ଟିଙ୍ଗ୍‌ ବିଭାଗର ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରମୋଦ ଯୋଶୀ ଏନେଇ ଅଗଷ୍ଟ ୪ ତାରିଖରେ ନୋଏଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଯୋଶୀ ଦର୍ଶାଇଥିଲେ ଯେ, ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ତଥା ଏହାର ନିର୍ଦ୍ଦେଶକ ଓ ପ୍ରମୋଟର୍‌ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ନାଁରେ କେହି ଜଣେ ଅଜଣା ବ୍ୟକ୍ତି ଫେସ୍‌ବୁକ୍‌ରେ ଏକ ଫେକ୍ ଆକାଉଣ୍ଟ୍ ଖୋଳିଛି। ଏହି ଫେକ୍ ଆକାଉଣ୍ଟ୍‌ରୁ ଆଚାର୍ଯ୍ୟଙ୍କ ଅନୁଗାମୀମାନଙ୍କୁ ସଂପୃକ୍ତ ବ୍ୟକ୍ତି ଅଶ୍ଳୀଳ ମେସେଜ୍ ପଠାଇବା ସହ ବହୁ ଆପତ୍ତିଜନକ ଟିପ୍ପଣୀ ଦେଉ ଥିବାରୁ ଏହା ଆଚାର୍ଯ୍ୟ ବାଳକୃଷ୍ଣଙ୍କ ପ୍ରତିଷ୍ଠାକୁ କ୍ଷତିଗ୍ରସ୍ତ କରିଛି।
ପୁଲିସ୍‌ର କହିବା ଅନୁଯାୟୀ, ଏହି ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ସାଇବର୍ ସେଲ୍‌ ଏହାର ଛାନ୍‌ଭିନ୍‌ ଆରମ୍ଭ କରିଥିଲା।

ଫୋନ୍ ନମ୍ବରକୁ ଟ୍ରାକ୍ କରି ପୁଲିସ୍ ଅଭିଯୁକ୍ତ ମହମ୍ମଦ ଜିଶନ୍‌କୁ ଠାବ କରିଥିଲା। ପରେ ସେହି ଫୋନ୍ ଟ୍ରାକିଂ ଜରିଆରେ ହିଁ ଜିଶନ୍‌କୁ ନୋଏଡାରୁ ଗିରଫ କରାଯାଇଥିଲା।

ଜିଶନ୍ ଏହି ଫେକ୍ ଆକାଉଣ୍ଟ୍‌ ଅପରେଟ୍ କରୁଥିବା ସ୍ମାର୍ଟ୍‌ ଫୋନ୍‌ ସହ ଦୁଇଟି ସିମ୍‌ କାର୍ଡ ମଧ୍ୟ ଜବତ ହୋଇଛି। ଜିଶନ୍ ବିରୋଧରେ ଭାରତୀୟ ଦଣ୍ଡ ବିଧି ଆଇନ୍‌ର ଧାରା ୪୧୯,୪୨୦ ଏବଂ ୫୦୦ ଅନୁସାରେ, ଧୋକାବାଜି ଏବଂ ମାନହାନି କରୁଥିବା ଭଳି ଦଫା ଲାଗିଛି।

Related story