ଲସ୍କରର ଟପ୍‌ କମାଣ୍ଡର ସମେତ ୪ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆଜି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କୀ ନିହତ ହୋଇଛନ୍ତି। ଏହି ୪ ଆତଙ୍କୀଙ୍କ ମଧ୍ୟରେ ଲସ୍କରର ଟପ୍‌ କମାଣ୍ଡର ଜାହିଦ ନାଜିର ଭଟ ରହିଛି। ଜମ୍ମୁ-କଶ୍ମୀରର ଦୁଇଟି ସ୍ଥାନରେ ଘଟିଥିବା ଏନକାଉଣ୍ଟର୍‌ରେ ସୁରକ୍ଷାକର୍ମୀଙ୍କୁ ଏଭଳି ସଫଳତା ମିଳିଛି। ପ୍ରଥମ ଏନକାଉଣ୍ଟର କୁଲଗାମରେ ହୋଇଥିଲା। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ତେବେ ସେମାନଙ୍କ ମୃତଦେହ ମିଳିନାହିଁ। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। କୁଲଗାମର ଚିଙ୍ଗାମ […]

gf

Hemant Lenka
  • Published: Saturday, 10 October 2020
  • , Updated: 10 October 2020, 09:07 PM IST

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆଜି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କୀ ନିହତ ହୋଇଛନ୍ତି। ଏହି ୪ ଆତଙ୍କୀଙ୍କ ମଧ୍ୟରେ ଲସ୍କରର ଟପ୍‌ କମାଣ୍ଡର ଜାହିଦ ନାଜିର ଭଟ ରହିଛି। ଜମ୍ମୁ-କଶ୍ମୀରର ଦୁଇଟି ସ୍ଥାନରେ ଘଟିଥିବା ଏନକାଉଣ୍ଟର୍‌ରେ ସୁରକ୍ଷାକର୍ମୀଙ୍କୁ ଏଭଳି ସଫଳତା ମିଳିଛି।

ପ୍ରଥମ ଏନକାଉଣ୍ଟର କୁଲଗାମରେ ହୋଇଥିଲା। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ତେବେ ସେମାନଙ୍କ ମୃତଦେହ ମିଳିନାହିଁ। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। କୁଲଗାମର ଚିଙ୍ଗାମ ଅଞ୍ଚଳରେ କିଛି ଆତଙ୍କୀ ଲୁଚି ରହିଥିବା ଖବର ମିଳିବା ପରେ ପୁଲିସ୍‌ ଓ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରେ ଆତଙ୍କୀମାନେ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିମୟରେ ୨ ଆତଙ୍କୀ ନିହତ ହୋଇଥିଲେ।

ଏହାର କିଛି ସମୟ ପରେ ପୁଲୱାମାର ଦାଦୋରା ଠାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ଏଥିରେ ୨ ଆତଙ୍କୀ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜାହିଦ ରହିଛି। ଏହି ଦୁଇ ଆତଙ୍କୀଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ, ଦୁଇଟି ଏକେ ୪୭ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।

Related story