ଅପରେସନ୍ ମିଆଁମାର: ପ୍ରତିଶୋଧ ନେବାକୁ ଭାରତରେ ପଶିଛନ୍ତି ୨୦ ଆତଙ୍କୀ

ନୂଆଦିଲ୍ଲୀ: ଭାରତୀୟ ସେନା ମିଆଁମାର ଅପରେସନ୍ ପରେ ପ୍ରତିହିଂସା ପରାୟଣ ହୋଇଯାଇଛନ୍ତି ଉତ୍ତର-ପୂର୍ବ ରାଜ୍ୟର ଆତଙ୍କବାଦୀମାନେ। ସେଥିପାଇଁ ଦେଶ ଭିତରେ ବଡ଼ ଧରଣର ଆକ୍ରମଣ କରିବାକୁ ପ୍ରସ୍ତୁତ କରିଛନ୍ତି ଯୋଜନା। ସେହି ଯୋଜନାକୁ ସଫଳ ରୂପ ଦେବା ପାଇଁ ୧୬ ରୁ ୨୦ ଜଣ ଆତଙ୍କବାଦୀ ଦେଶ ଭିତରେ ପଶି ସାରିଛନ୍ତି। ଏମିତି ସତର୍କ ସୂଚନା ଦେଇଛି ଗୁଇନ୍ଦା। ଏହା ପରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ସତର୍କ ରହିବାକୁ ସେନା ଓ ଅନ୍ୟ ସୁରକ୍ଷା କର୍ମୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। […]

sena

sena

Rakesh Mallick
  • Published: Thursday, 11 June 2015
  • Updated: 11 June 2015, 05:17 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ସେନା ମିଆଁମାର ଅପରେସନ୍ ପରେ ପ୍ରତିହିଂସା ପରାୟଣ ହୋଇଯାଇଛନ୍ତି ଉତ୍ତର-ପୂର୍ବ ରାଜ୍ୟର ଆତଙ୍କବାଦୀମାନେ। ସେଥିପାଇଁ ଦେଶ ଭିତରେ ବଡ଼ ଧରଣର ଆକ୍ରମଣ କରିବାକୁ ପ୍ରସ୍ତୁତ କରିଛନ୍ତି ଯୋଜନା। ସେହି ଯୋଜନାକୁ ସଫଳ ରୂପ ଦେବା ପାଇଁ ୧୬ ରୁ ୨୦ ଜଣ ଆତଙ୍କବାଦୀ ଦେଶ ଭିତରେ ପଶି ସାରିଛନ୍ତି। ଏମିତି ସତର୍କ ସୂଚନା ଦେଇଛି ଗୁଇନ୍ଦା। ଏହା ପରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ସତର୍କ ରହିବାକୁ ସେନା ଓ ଅନ୍ୟ ସୁରକ୍ଷା କର୍ମୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ସେନା କ୍ୟାମ୍ପ ଅବା ସୁରକ୍ଷାକର୍ମୀମାନଙ୍କ ଅନ୍ୟ ଠିକଣା ଗୁଡ଼ିକରେ ବି ଆକ୍ରମଣ କରିବାର  ଯଥେଷ୍ଟ ଆଶଙ୍କା ରହିଛି।

ଗୁଇନ୍ଦା ପକ୍ଷରୁ କୁହାଯାଇଛି ଯେ ୪ ରୁ ୫ଟି ଆତଙ୍କବାଦୀ ସଂଗଠନ ମିଶି ପ୍ରତିଶୋଧ ନେବାକୁ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରିଛନ୍ତି। ପରେଶ ବାରୁଆଙ୍କ ନତୃତ୍ୱରେ ଏହି ଆତଙ୍କବାଦୀ ସଂଗଠନ ଗୁଡ଼ିକ ଏକାଠି କାମ କରୁଛନ୍ତି। ଏହି ସଂଗଠନର ନାମ ଦିଆଯାଇଛି ୱେଷ୍ଟର୍ଣ୍ଣ ସାଉଥ ଏସିଆ ରିଭୋଲୁସନାରୀ ଫୋରମ୍। ଏହି ସଂଗଠନର ଆତଙ୍କବାଦୀମାନେ ଜୁନ୍ ୪ ତାରିଖରେ ମଣିପୁରରେ ୧୮ ଜଣ ଯବାନଙ୍କୁ ହତ୍ୟା କରିଥିଲେ। ଏହା ପରେ ଭାରତୀୟ ସେନା ଏକ ବଡ଼ ଓ ସଂପୂର୍ଣ୍ଣ ଭିନ୍ନ ଅପରେସନ୍ କରିଥିଲା। ମିଆଁମାର ଭିତରେ ପଶି ୩୮ ଜଣ ଆତଙ୍କୀଙ୍କୁ ହତ୍ୟା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos