୫ ମାସରେ ଦ୍ୱିତୀୟ ହିନ୍ଦୁବାଦୀ ନେତା ହତ୍ୟାର ଶିକାର, ବର୍ଷିଲେ ବିରୋଧୀ

ଲକ୍ଷ୍ନୌ: ଅନ୍ତର୍ଜାତୀୟ ହିନ୍ଦୁ ମହାସଭାର ଅଧ୍ୟକ୍ଷ ରଞ୍ଜିତ ବଚ୍ଚନ ଗୁଳି ମାଡ଼ର ଶିକାର ହୋଇ ହତ୍ୟାର ଶିକାର ହୋଇଛନ୍ତି। ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌର ହଜରତଗଂଜ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ରଞ୍ଜିତ ସକାଳେ ପ୍ରାତଃ ଭ୍ରମଣ ପାଇଁ ବାହାରିଥିବା ବେଳେ କେହି ଜଣେ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ଗୁଳିକରି ହତ୍ୟା କରିଛି। ମୁଣ୍ଡରେ ତାଙ୍କର ଗୁଳି ବାଜିବାରୁ ସେ ଘଟଣାସ୍ଥଳରେ ଟଳିପଡ଼ିଥିଲେ। ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ କରିଛି। ନାକ ତଳେ […]

Hindu Leader Ranjeet Bachchan In Lucknow

Subhransu Sekhar
  • Published: Sunday, 02 February 2020
  • , Updated: 02 February 2020, 03:45 PM IST

ଲକ୍ଷ୍ନୌ: ଅନ୍ତର୍ଜାତୀୟ ହିନ୍ଦୁ ମହାସଭାର ଅଧ୍ୟକ୍ଷ ରଞ୍ଜିତ ବଚ୍ଚନ ଗୁଳି ମାଡ଼ର ଶିକାର ହୋଇ ହତ୍ୟାର ଶିକାର ହୋଇଛନ୍ତି। ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌର ହଜରତଗଂଜ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ରଞ୍ଜିତ ସକାଳେ ପ୍ରାତଃ ଭ୍ରମଣ ପାଇଁ ବାହାରିଥିବା ବେଳେ କେହି ଜଣେ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ଗୁଳିକରି ହତ୍ୟା କରିଛି। ମୁଣ୍ଡରେ ତାଙ୍କର ଗୁଳି ବାଜିବାରୁ ସେ ଘଟଣାସ୍ଥଳରେ ଟଳିପଡ଼ିଥିଲେ। ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ କରିଛି। ନାକ ତଳେ ୯ ମିଲିମିଟରର ଗୁଳି ବାଜିଥିବାରୁ ପ୍ରବଳ ରକ୍ତ ବୋହିଯିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି। ସାଧାରଣତଃ ୯ ମିଲିମିଟରର ବନ୍ଧୁକ ଜଣେ ସୁପାରୀ କିଲର ବ୍ୟବହାର କରିଥାନ୍ତି।

ରଞ୍ଜିତ ବଚ୍ଚନ ହଜତରଗଞ୍ଜର ଓସିଆର କୋଠାରେ ରହୁଥିଲେ। ସେ କିନ୍ତୁ ଗୋରଖପୁରର ମୂଳବାସିନ୍ଦା। ସେ ସମାଜବାଦୀ ପାର୍ଟିର ସାଂସ୍କୃତିକ କାର୍ଯ୍ୟକ୍ରମରେ ବି ସାମିଲ ହେଉଥିଲେ।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ବିଗତ ୫ ମାସ ଭିତରେ ଦ୍ୱିତୀୟ ହିନ୍ଦୁବାଦୀ ନେତା ହତ୍ୟାର ଶିକାର ହୋଇଛନ୍ତି। ଏହାକୁ ନେଇ ବିରୋଧୀ ମଧ୍ୟ ସରକାର ଉପରେ ବର୍ଷିଛନ୍ତି। ୨୦୧୯ ଅକ୍ଟୋବର ୧୮ରେ ହିନ୍ଦୁ ସମାଜ ପାର୍ଟିର ଅଧ୍ୟକ୍ଷ କମଲେଶ ତିଓ୍ୱାରୀଙ୍କୁ ଗଳା ଦବେଇ ହତ୍ୟା କରାଯାଇଥିଲା।

ଉତ୍ତର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁ ଏହି ଘଟଣାକୁ ନେଇ ଯୋଗୀ ସରକାର ବିରୋଧରେ ବର୍ଷିଛନ୍ତି। ୟୁପିରେ ଆଇନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ରାଜ୍ୟରେ ଲଗାତାର ଭାବରେ ହତ୍ୟା ଏବଂ ଲୁଟ ଭଳି ଘଟଣା ଘଟୁଛି। କିନ୍ତୁ ସରକାର ନିରବ ରହିଛନ୍ତି। ଏବେ ଉତ୍ତର ପ୍ରଦେଶ ହତ୍ୟା ପାଇଁ ପରିଚିତ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଭାଷଣ ଦେବାରେ ବ୍ୟସ୍ତ। ହେଲେ ଆଇନ ବ୍ୟବସ୍ଥାକୁ ସମ୍ଭାଳିବାରେ ସମ୍ପୂର୍ଣ୍ଣ ବିଫଳ ବୋଲି ସେ କହିଛନ୍ତି।

Related story