ସୀମାରେ ବଢ଼ିଲା ଟେନସନ, ସ୍କୁଲ ଖାଲି କରିବାକୁ ନିର୍ଦ୍ଦେଶ

ଶ୍ରୀନଗଗର: ଲଦାଖର ଗୁଲଓ୍ୱାନ ଉପତ୍ୟକାରେ ଭାରତ-ଚୀନ ସେନା ହାତାହାତି ହେବା ପରେ ସୀମାରେ ଟେନସନ ବଢ଼ିଛି। ଏହାରି ଭିତରେ ଜମ୍ମୁ କଶ୍ମୀରରେ ଦୁଇ ମାସ ପାଇଁ ଏଲପିଜି ରୋଷେଇ ଗ୍ୟାସ ମହଜୁଦ ରଖିବାକୁ ଗ୍ୟାସ ବିତରଣ ସଂସ୍ଥାକୁ ସ୍ଥାନୀୟ ପ୍ରଶାସନ ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି। ଏହାସହିତ ସୁରକ୍ଷାକର୍ମୀଙ୍କ ପାଇଁ ସ୍କୁଲ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। -It’s summer so not many […]

SCHOOL-OPENED-KASHMIR (1)

SCHOOL-OPENED-KASHMIR (1)

Subhransu Sekhar
  • Published: Sunday, 28 June 2020
  • Updated: 28 June 2020, 07:25 PM IST

Sports

Latest News

ଶ୍ରୀନଗଗର: ଲଦାଖର ଗୁଲଓ୍ୱାନ ଉପତ୍ୟକାରେ ଭାରତ-ଚୀନ ସେନା ହାତାହାତି ହେବା ପରେ ସୀମାରେ ଟେନସନ ବଢ଼ିଛି। ଏହାରି ଭିତରେ ଜମ୍ମୁ କଶ୍ମୀରରେ ଦୁଇ ମାସ ପାଇଁ ଏଲପିଜି ରୋଷେଇ ଗ୍ୟାସ ମହଜୁଦ ରଖିବାକୁ ଗ୍ୟାସ ବିତରଣ ସଂସ୍ଥାକୁ ସ୍ଥାନୀୟ ପ୍ରଶାସନ ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି। ଏହାସହିତ ସୁରକ୍ଷାକର୍ମୀଙ୍କ ପାଇଁ ସ୍କୁଲ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି।

https://twitter.com/tanvirsadiq/status/1277100967326961664

ନିକଟରେ ଜୁନ୍ ୨୩ରେ ଜମ୍ମୁ କଶ୍ମୀରର ଉପରାଜ୍ୟପାଳ ଜି.ସି ମୁର୍ମୂ ଏକ ବୈଠକ କରିଥିଲେ। ଏହାପରେ ସରକାର ଦୁଇଟି ନିର୍ଦ୍ଦେଶ ଜାରି କରିଛନ୍ତି। ଗୋଟିଏ ଦୁଇ ମାସ ପାଇଁ ଏଲପିଜି ମହଜୁଦ ରଖିବାକୁ ଅନ୍ୟଟି କାରଗିଲରେ ଥିବା ଗାନ୍ଦରବଲ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପାଇଁ ସ୍କୁଲ କୋଠା ଖାଲି କରିବାକୁ ଉଦ୍ଦିଷ୍ଟ ରହିଛି। କଶ୍ମୀର ସୀମାରେ ଏଭଳି ପରିସ୍ଥିତିକୁ ନେଇ ସ୍ଥାନୀୟ ଲୋକେ ଆଶଙ୍କାରେ ରହିଛନ୍ତି।

ଏହାକୁ ନେଇ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା କହିଛନ୍ତି, ସରକାରଙ୍କ ନିର୍ଦ୍ଦେଶକ୍ରମେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos