ସମାନ ରାଙ୍କ, ସମାନ ପେନସନ ଦାବିରେ ଆଜିଠୁ ପୂର୍ବତନ ସେନା କର୍ମଚାରୀଙ୍କ ଆମରଣ ଅନଶନ

ନୂଆଦିଲ୍ଲୀ: ଦେଶବ୍ୟାପୀ ତେଜୁଛି ସମାନ ରାଙ୍କ, ସମାନ ପେନସନ ଦାବି। ସୋମବାର ସକାଳୁ ହଜାର ହଜାର ସଂଖ୍ୟକ ପୂର୍ବତନ ସେନା କର୍ମଚାରୀ ନୂଆଦିଲ୍ଲୀର ଜନ୍ତରମନ୍ତରରେ ଏକାଠି ହୋଇ ଏହି ଦାବି ପୂରଣ ନେଇ ଆମରଣ ଅନଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବାରେ ସରକାରଙ୍କ ଟାଳଟୁଳ ନୀତି ବିରୋଧରେ ପୂର୍ବତନ ସେନା କର୍ମଚାରୀମାନେ ରବିବାର ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଭିନ୍ନ ପ୍ଲା କାର୍ଡ ଓ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଭାରତୀୟ […]

orop

orop

Rakesh Mallick
  • Published: Monday, 15 June 2015
  • Updated: 15 June 2015, 03:45 AM IST

Sports

Latest News

ନୂଆଦିଲ୍ଲୀ: ଦେଶବ୍ୟାପୀ ତେଜୁଛି ସମାନ ରାଙ୍କ, ସମାନ ପେନସନ ଦାବି। ସୋମବାର ସକାଳୁ ହଜାର ହଜାର ସଂଖ୍ୟକ ପୂର୍ବତନ ସେନା କର୍ମଚାରୀ ନୂଆଦିଲ୍ଲୀର ଜନ୍ତରମନ୍ତରରେ ଏକାଠି ହୋଇ ଏହି ଦାବି ପୂରଣ ନେଇ ଆମରଣ ଅନଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବାରେ ସରକାରଙ୍କ ଟାଳଟୁଳ ନୀତି ବିରୋଧରେ ପୂର୍ବତନ ସେନା କର୍ମଚାରୀମାନେ ରବିବାର ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଭିନ୍ନ ପ୍ଲା କାର୍ଡ ଓ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଭାରତୀୟ ପୂର୍ବତନ ସେନା କର୍ମଚାରୀ ଆନ୍ଦୋଳନ (ଆଇଇଏସଏମ‍‌) ପକ୍ଷରୁ ଆଜିଠାରୁ ଅବସରପ୍ରାପ୍ତ କର୍ମଚାରୀମାନେ ଆମରଣ ଅନଶନରେ ବସିବେ ବୋଲି କହିଛନ୍ତି ।

ରବିବାର କର୍ମଚାରୀମାନେ ରକ୍ତରେ ପିଟିସନ ଲେଖି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି। ଯୋଜନା କାର୍ଯ୍ୟକାରୀ କରିବାକୁ ଅଧିକ ଦିନ ମହଲତ ମାଗିଥିବା କାରଣରୁ ସରକାରଙ୍କୁ ଏଥିପାଇଁ ସମାଲୋଚନା କରାଯାଇଛି।ମେ ୩୧ରେ ପ୍ରଧାନମନ୍ତ୍ରୀ ତାଙ୍କ ‘ମନ‍‌ କି ବାତ୍’ କାର୍ଯ୍ୟକ୍ରମରେ କହିଥିଲେ ଯେ ସରକାର ଓଆରଓପି ଲାଗୁ କରିବାକୁ ପ୍ରତିଶ୍ରୁତିବଦ୍ଧ। ଓଆରଓପି ଯୋଜନା ଦୀର୍ଘ ୪୦ବର୍ଷ ଧରି ସରକାରଙ୍କ ବିଚାରାଧୀନ ଥିବାବେଳେ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ। ଏହି ଯୋଜନା କାର୍ଯ୍ୟକାରୀ ହେଲେ ୩୦ଲକ୍ଷ ଅବସରପ୍ରାପ୍ତ ସେନା କର୍ମଚାରୀ ଓ ୬ଲକ୍ଷ ସହିଦଙ୍କ ପତ୍ନୀ ଲାଭବାନ ହେବେ। ଗତବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ସରକାର ଏହି ଯୋଜନା ବାବଦକୁ ୫୦୦ କୋଟି ଟଙ୍କା ଘୋଷଣା କରିଥିଲେ । ପରେ ମୋଦି ସରକାର ଏହି ଅର୍ଥ ପରିମାଣକୁ ୧୦୦୦ କୋଟି ଟଙ୍କାକୁ ବୃଦ୍ଧି କରିଥିଲେ। ତେବେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ହେଲେ ୮୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆବଶ୍ୟକ। ଓଆରଓପି ଯୋଜନା ଦ୍ୱାରା ସେନା ବାହିନୀରୁ ଅବସର ନେଇଥିବା କର୍ମଚାରୀ ସମାନ ପଦ ଓ ସମାନ ସମୟର ଚାକିରି ପାଇଁ ସମାନ ପେନସନ ପାଇବେ। ବର୍ତ୍ତମାନର ନିୟମ ଅନୁଯାୟୀ ୨୦୦୬ ପୂର୍ବରୁ ଅବସର ଗ୍ରହଣ କରିଥିବା ସମାନ ରାଙ୍କ ଓ ସମାନ ଅବଧିର ଚାକିରି କରି କମ‍ ପେନସନ ପାଉଛନ୍ତି। ୨୦୦୬ ପରେ ଅବସର ଗ୍ରହଣ କରିଥିବା ସମାନ ରାଙ୍କର କର୍ମଚାରୀମାନେ ଅଧିକ ପେନସନ ପାଉଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos