ପୁଣି ଓଟିଭିକୁ ଜାତୀୟ ସ୍ତରରେ ସଫଳତା

ନୂଆଦିଲ୍ଲୀ: ଓଡ଼ିଶାର ନମ୍ୱର ଓ୍ୱାନ ନ୍ୟୁଜ ଚ୍ୟାନେଲ ‘ଓଟିଭି’କୁ ମିଳିଛି ଆଉ ଏକ ସଫଳତା। ଇଣ୍ଡିଆନ୍ ଟେଲିଭିଜନ ଡଟ୍ କମ୍ ତରଫରୁ ଓଟିଭିର ‘ଆପଣ ଏକା ନୁହନ୍ତି’ କାର୍ଯ୍ୟକ୍ରମକୁ ପ୍ରଶଂସା କରାଯାଇଛି। ସମାଜ ପାଇଁ ଏହି କାର୍ଯ୍ୟକ୍ରମ ବଡ଼ ସଫଳତା ବୋଲି ଇଣ୍ଡିଆନ୍ ଟେଲିଭିଜନ ଡଟ୍ କମ୍ କହିଛି। ‘ଆପଣ ଏକା ନୁହଁନ୍ତି’ ପ୍ରତି ଘରେ ଘରେ ପରିଚିତ। ଦୁଃଖୀ, ଅସହାୟଙ୍କ ସମସ୍ୟା ବ୍ୟବସ୍ଥା ପାଖରେ ପହଞ୍ଚାଇ ଏହି କାର୍ଯ୍ୟକ୍ରମ ବେଶ ଲୋକପ୍ରିୟ ହୋଇଛି। ଦେଶର ସମସ୍ତ […]

OTV-Award

Subhransu Sekhar
  • Published: Friday, 06 November 2020
  • , Updated: 06 November 2020, 10:07 PM IST

ନୂଆଦିଲ୍ଲୀ: ଓଡ଼ିଶାର ନମ୍ୱର ଓ୍ୱାନ ନ୍ୟୁଜ ଚ୍ୟାନେଲ 'ଓଟିଭି'କୁ ମିଳିଛି ଆଉ ଏକ ସଫଳତା। ଇଣ୍ଡିଆନ୍ ଟେଲିଭିଜନ ଡଟ୍ କମ୍ ତରଫରୁ ଓଟିଭିର ‘ଆପଣ ଏକା ନୁହନ୍ତି’ କାର୍ଯ୍ୟକ୍ରମକୁ ପ୍ରଶଂସା କରାଯାଇଛି। ସମାଜ ପାଇଁ ଏହି କାର୍ଯ୍ୟକ୍ରମ ବଡ଼ ସଫଳତା ବୋଲି ଇଣ୍ଡିଆନ୍ ଟେଲିଭିଜନ ଡଟ୍ କମ୍ କହିଛି। 'ଆପଣ ଏକା ନୁହଁନ୍ତି' ପ୍ରତି ଘରେ ଘରେ ପରିଚିତ। ଦୁଃଖୀ, ଅସହାୟଙ୍କ ସମସ୍ୟା ବ୍ୟବସ୍ଥା ପାଖରେ ପହଞ୍ଚାଇ ଏହି କାର୍ଯ୍ୟକ୍ରମ ବେଶ ଲୋକପ୍ରିୟ ହୋଇଛି।

ଦେଶର ସମସ୍ତ ମିଡିଆ ହାଉସ ସଂସ୍ଥାକୁ ନେଇ ଏହି indiantelevision.com  ତିଆରି ହୋଇଛି। ପ୍ରତିବର୍ଷ ଏହି ଗ୍ରୁପ ଗୁଣାତ୍ମକ ସାମ୍ୱାଦିକତା, ରିପୋର୍ଟର, ଆଙ୍କର, ପ୍ରଡ୍ୟୁସର ଓ କ୍ୟାମେରା, ଭିଡିଓ ଜର୍ଣ୍ଣାଲିଷ୍ଟ, କାର୍ଯ୍ୟକ୍ରମ ପାଇଁ ପ୍ରଶଂସା କରିଥାଏ।

ଏହା ପୂର୍ବରୁ ସେପ୍ଟେମ୍ୱର ୨୫ରେ ବାର୍କ ଟିଆରପି ପ୍ରକାଶ କରିଥିଲା। ଯେଉଁଥିରେ ସାରା ଦେଶରେ ଏକମାତ୍ର ଓଡ଼ିଆ ଭାଷା ଭିତ୍ତିକ ଚ୍ୟାନେଲ ଭାବେ ‘ଓଡ଼ିଶା ଟେଲିଭିଜନ ନେଟଓ୍ୱର୍କ ଲିମିଟେଡ୍’ (ଓଟିଏଲ) ବାର୍କ ନେଟଓ୍ୱାର୍କ ତାଲିକାରେ ଶ୍ରେଷ୍ଠ ୧୩ ତାଲିକାରେ ସ୍ଥାନ ପାଇଥିଲା। ‘ଓଟିଭି’ ନେଟଓ୍ୱର୍କ ତଥା ପ୍ରତିଟି ଓଡ଼ିଆ ଦର୍ଶକଙ୍କ ପାଇଁ ଏହା ହେଉଛି ଏକ ବଡ଼ ସଫଳତା।

https://twitter.com/ITVNewz/status/1324664806759018498

ସେପ୍ଟେମ୍ୱର ସଫଳତା

ପ୍ରାୟ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଦର୍ଶକଙ୍କ ସ୍ନେହ, ପ୍ରେମ ଓ ସମର୍ଥନ ‘ଓଟିଭି’ ସହ ରହିଆସିଛି, ଯାହାର ପ୍ରତିଫଳନ ହେଉଛି ‘ଓଟିଭି’କୁ ଜାତୀୟ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନର ମାନ୍ୟତା। ବାର୍କ ନେଟଓ୍ୱର୍କ ପକ୍ଷରୁ ଅଗଷ୍ଟ ମାସର ନେଟଓ୍ୱର୍କ ସ୍ତରୀୟ ପ୍ରଦର୍ଶନକୁ ନେଇ ଶ୍ରେଷ୍ଠ ୧୫ଟି ଟିଭି ନେଟଓ୍ୱର୍କ ତାଲିକା ପ୍ରକାଶ କରାଯାଇଛି, ଯେଉଁଥିରେ ଟପ୍ ୧୩ରେ ଓଟିଏଲ ରହିଛି। ତେବେ ସବୁଠାରୁ ବଡ଼ କଥା ହେଲା ଶ୍ରେଷ୍ଠ ୧୪ରେ ‘ଟିଭି ଟୁଡେ ନେଟଓ୍ୱର୍କ ଲିମିଟେଡ୍’ ଏବଂ ୧୫ରେ ‘ଏବିପି ନେଟଓ୍ୱାର୍ଡ ପ୍ରାଇଭେଟ୍ ଲିମିଟେଡ୍’ ସ୍ଥାନ ପାଇଛନ୍ତି। ତେବେ ଏହି ତାଲିକାର ଶୀର୍ଷ ସ୍ଥାନରେ ରହିଛି ‘ଷ୍ଟାର୍ ନେଟଓ୍ୱର୍କ’।

ଜୁଲାଇରେ ସଫଳତା

ସବୁଠାରୁ ବଡ଼ କଥା ହେଲେ ଜାତୀୟ ସ୍ତରରେ ସର୍ବାଦୃତ ଟିଭି ନେଟଓ୍ୱର୍କ ତାଲିକାରେ ଲଗାତର ୨ୟ ଥର ପାଇଁ ଏକମାତ୍ର ଓଡ଼ିଆ ଚ୍ୟାନେଲ ଭାବେ ଓଟିଭି ନେଟଓ୍ୱର୍କ ରହିଛି। ଜୁଲାଇ ମାସର ବାର୍କ ନେଟଓ୍ୱର୍କ ତାଲିକାରେ ଓଟିଭି ଶ୍ରେଷ୍ଠ ୧୫ରେ ଥିଲା।

Related story