କରୋନା ଲକଡାଉନ ଯୋଗୁ ଚାକିରି ହରାଇଲେଣି ୧.୮ କୋଟି ଲୋକ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଯୋଗୁ ଲାଗୁ କରାଯାଇଥିବା ଲକଡାଉନ କେମିତି କୋଟିକୋଟି ଲୋକଙ୍କ ଜୀବିବାକୁ ଛଡ଼ାଇ ନେଇଛି, ତା’ର ରିପୋର୍ଟ ଏବେ ସାମ୍ନାକୁ ଆସିଛି। ମାର୍ଚ୍ଚ ଶେଷ ଆଡ଼କୁ କେନ୍ଦ୍ର ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ପ୍ରଥମେ ୨୧ ଦିନିଆ ଲକଡାଉନ ଲାଗୁ କରିଥିଲେ। ହେଲେ ଏପ୍ରିଲରୁ ଜୁଲାଇ ଶେଷ ମଧ୍ୟରେ ଆସିଥିବା ରିପୋର୍ଟ ଅନୁଯାୟୀ, ଲକଡାଉନ ପାଇଁ ଭାରତରେ ୧.୮ କୋଟିରୁ ଅଧିକ ଲୋକ ଚାକିରି ହରାଇଛନ୍ତି। ଏମାନେ ସମସ୍ତେ ମାସିକ […]

s

s

Hemant Lenka
  • Published: Wednesday, 19 August 2020
  • Updated: 19 August 2020, 04:01 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଯୋଗୁ ଲାଗୁ କରାଯାଇଥିବା ଲକଡାଉନ କେମିତି କୋଟିକୋଟି ଲୋକଙ୍କ ଜୀବିବାକୁ ଛଡ଼ାଇ ନେଇଛି, ତା’ର ରିପୋର୍ଟ ଏବେ ସାମ୍ନାକୁ ଆସିଛି। ମାର୍ଚ୍ଚ ଶେଷ ଆଡ଼କୁ କେନ୍ଦ୍ର ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ପ୍ରଥମେ ୨୧ ଦିନିଆ ଲକଡାଉନ ଲାଗୁ କରିଥିଲେ।

ହେଲେ ଏପ୍ରିଲରୁ ଜୁଲାଇ ଶେଷ ମଧ୍ୟରେ ଆସିଥିବା ରିପୋର୍ଟ ଅନୁଯାୟୀ, ଲକଡାଉନ ପାଇଁ ଭାରତରେ ୧.୮ କୋଟିରୁ ଅଧିକ ଲୋକ ଚାକିରି ହରାଇଛନ୍ତି। ଏମାନେ ସମସ୍ତେ ମାସିକ ଦରମା ନେଇ ନିଜ ପରିବାର ଚଳାଉଥିଲେ। କେବଳ ଜୁଲାଇ ମାସରେ ପ୍ରାୟ ୫୦ ଲକ୍ଷ ଲୋକ ଚାକିରି ହରାଇଥିବା Centre for Monitoring Indian Economy(ସିଏମଆଇ) ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି।

ରିପୋର୍ଟ ଅନୁଯାୟୀ, ଏପ୍ରିଲ ମାସରୁ ଏଯାଏ କରୋନା ମହାମାରୀ ଯୋଗୁ ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରୁଥିବା ପ୍ରାୟ ୧.୮ କୋଟି ଲୋକ ଚାକିରିରୁ ବିଦା ହୋଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କରୋନା ଦେଶରେ ଯେତିକି ଲୋକଙ୍କୁ ଏଯାଏ ସଂକ୍ରମଣ କରିନାହିଁ, ତା’ଠାରୁ ଅଧିକ ଲୋକ ଭାଇରସ ପାଇଁ ଜାରି ଲକଡାଉନ ଯୋଗୁ ଚାକିରି ହରାଇଛନ୍ତି।

ସୂଚନାଯୋଗ୍ୟ, ଦେଶର ସଂଗଠିତ କ୍ଷେତ୍ରରେ ୨୧% ଲୋକ କାମ କରୁଥିବା ବେଳେ ଅଣ ସଂଗଠିତ କ୍ଷେତ୍ରରେ କୋଟି କୋଟି ଲୋକ କାମ କରୁଛନ୍ତି। ଏବେ Centre for Monitoring Indian Economy କେବଳ ସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ମଧ୍ୟରୁ ୧.୮ କୋଟି ଚାକିରି ହରାଇଥିବା କହିଛି।

ଏପ୍ରିଲ ମାସରେ ପ୍ରଥମେ ୧୭.୭ ମିଲିୟନ ଲୋକ ଚାକିରି ହରାଇଥିଲେ। କିନ୍ତୁ ଜୁନ୍‌ ମାସରେ ଏହା ମଧ୍ୟରୁ ୩.୯ ମିଲିୟନ ଲୋକ ନିଯୁକ୍ତି ପାଇଥିଲେ। ତେବେ ଜୁଲାଇ ମାସରେ ପୁଣି ୫୦ ଲକ୍ଷ ଲୋକ ଲୋକ ଚାକିରି ହରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos