ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହେଲାଣି ଯେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ନିକଟରେ ପହଞ୍ଚି ଯାଇଛି। ସେହିପରି ଭାରତ ଏବେ କରୋନା ଦ୍ୱାରା ପ୍ରଭାବିତ ରାଷ୍ଟ୍ର ତାଲିକାର ୩ନଂ ସ୍ଥାନରେ ରହିଛି। ଏସବୁ ଭିତରେ ଭାରତରେ ଏଯାଏ କେତେ କରୋନା ଟେଷ୍ଟ ହୋଇଛି, ତା’ର ସୂଚନା ଦେଇଛି ଆଇସିଏମଆର।
ଆଇସିଏମଆର ଅଧୀନରେ ହିଁ ସମଗ୍ର ଦେଶର ବିଭିନ୍ନ ସରକାରୀ ଓ ବେସରକାରୀ ଲ୍ୟାବରେ କରୋନା ଟେଷ୍ଟ କରାଯାଉଛି। ଆଇସିଏମଆର କହିଛି ଯେ ବର୍ତ୍ତମାନ ଦୈନିକ ପ୍ରାୟ ୨ ଲକ୍ଷ ନମୁନା ଟେଷ୍ଟ କରାଯାଉଛି। ଜାନୁଆରୀରୁ ଆଜିକ ମଧ୍ୟରେ ସମଗ୍ର ଦେଶରେ ମୋଟ ୧,୦୦,୦୪,୧୦୧ ନମୁନା ପରୀକ୍ଷା କରାଯାଇଛି।
ଜୁନ୍ ୫ରେ କେବଳ ୧,୮୦,୫୮୬ଟି ନମୁନା ପରୀକ୍ଷା କରାଯାଇଛି। ୧୪ ଦିନର ହାରାହାରି ନମୁନା ପରୀକ୍ଷଣକୁ ଦେଖିଲେ, ଏହା ୨ ଲକ୍ଷ ୧୫ ହଜାର ରହିଛି। ଗତ ୫ ଦିନରେ ୧୦ ଲକ୍ଷରୁ ଅଧିକ ନମୁନା ପରୀକ୍ଷା ହୋଇଛି। ଟେଷ୍ଟକୁ ବ୍ୟାପକ କରିବା ପାଇଁ ଆଇସିଏମଆର ୭୮୮ ସରକାରୀ ଓ ୩୧୭ ଘରୋଇ ଲ୍ୟାବରେ କରୋନା ପରୀକ୍ଷା କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାତ୍ର ଭୋଜନ ପରେ ମିଠା ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ
ରାତ୍ର ଭୋଜନ ପରେ ମିଠାଖାଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ରହିଛି।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
କ୍ୟାନ୍ସର ପାଇଁ ଆସିଲା ଟିକା, ନୂଆବର୍ଷରୁ ମାଗଣା ମିଳିବ
ନୂଆବର୍ଷରୁ ଏହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ତେବେ ଏହି ଟିକାର ନା' କ'ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା’ କାରଖାନା; ଚଢାଉ କଲା ପୁଲିସ୍
ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଚା'।