Advertisment

୨୦୧୯ରେ ୨୦୦୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କଲାଣି ପାକିସ୍ତାନ: କେନ୍ଦ୍ର

ନୂଆଦିଲ୍ଲୀ: ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିବାରେ ସବୁ ସୀମା ଟପିଛି ପାକିସ୍ତାନ। ଚଳିତ ବର୍ଷ ପୂରିବାକୁ ଆହୁରି ୩ ମାସ ୧୫ ଦିନ ବାକିଥିବା ବେଳେ ପାକିସ୍ତାନ ଏଯାବତ୍ ୨୦୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିସାରିଛି। ଯେଉଁଥିରେ ୨୧ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ଆଜି କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି। ପାକିସ୍ତାନ ବାରମ୍ୱାର ଅସ୍ତ୍ରବିରତି ଉଲ୍ଲଂଘନ କରି ୨୦୦୩ରେ ବାଜପେୟୀ ସରକାରଙ୍କ ସମୟରେ ହୋଇଥିବା ଚୁକ୍ତିର ଉଲ୍ଲଂଘନ କରିଛି। ଜାତିସଂଘ ପରିଷଦରେ ପାକିସ୍ତାନ […]

author-image
Subhransu Sekhar
ଅଦ୍ୟତନ ହୋଇଛି
୨୦୧୯ରେ ୨୦୦୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କଲାଣି ପାକିସ୍ତାନ: କେନ୍ଦ୍ର

PAK-CEASEFIRE

ନୂଆଦିଲ୍ଲୀ: ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିବାରେ ସବୁ ସୀମା ଟପିଛି ପାକିସ୍ତାନ। ଚଳିତ ବର୍ଷ ପୂରିବାକୁ ଆହୁରି ୩ ମାସ ୧୫ ଦିନ ବାକିଥିବା ବେଳେ ପାକିସ୍ତାନ ଏଯାବତ୍ ୨୦୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିସାରିଛି। ଯେଉଁଥିରେ ୨୧ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ଆଜି କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି। ପାକିସ୍ତାନ ବାରମ୍ୱାର ଅସ୍ତ୍ରବିରତି ଉଲ୍ଲଂଘନ କରି ୨୦୦୩ରେ ବାଜପେୟୀ ସରକାରଙ୍କ ସମୟରେ ହୋଇଥିବା ଚୁକ୍ତିର ଉଲ୍ଲଂଘନ କରିଛି।

Advertisment

ଜାତିସଂଘ ପରିଷଦରେ ପାକିସ୍ତାନ ଜମ୍ମୁ କଶ୍ମୀରରେ ମାନବାଧିକାର ଉଲ୍ଲଂଘନ ହୋଇଛି ବୋଲି ଦାବି କରୁଥିବାବେଳେ ଭାରତ ସରକାର ଏବେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନର ଚିଠା ସାର୍ବଜନୀନ କରିଛନ୍ତି। କେନ୍ଦ୍ର ସରକାରଙ୍କ ମୁଖପାତ୍ର ପ୍ରତିକ୍ରିୟାରେ କହିଛନ୍ତି ପାକିସ୍ତାନକୁ ଅନେକ ଥର ଫୋନ୍ କରି ୨୦୦୩ ମସିହା ଚୁକ୍ତି ବାବଦରେ ଅବଗତ କରାଇଛୁ। ହେଲେ ପାକିସ୍ତାନ ଏ ବାବଦରେ କର୍ଣ୍ଣପାତ କରୁନାହିଁ। ପାକିସ୍ତାନର ପ୍ରତ୍ୟେକ ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ଅନୁପ୍ରବେଶ ପ୍ରୟାସର କଡ଼ା ଜବାବ ଭାରତୀୟ ସେନା ଦେଉଛନ୍ତି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ସପ୍ତାହରେ ପାକିସ୍ତାନ ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଭାରତ ବିରୋଧରେ ଅନ୍ତଃରାଷ୍ଟ୍ରୀୟ ମଞ୍ଚରେ ନିଜର ସ୍ୱର ଉତ୍ତୋଳନ କରିଥିଲା। ଏହା ସହିତ ଜାତିସଂଘର ମାନବାଧିକର ପରିଷଦରେ ଭାରତ ବିରୋଧରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ଆଣିଥିଲା। ଯାହାର ଜବାବରେ ଭାରତ କହିଥିଲା ପାକିସ୍ତାନ ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଯେଉଁ ଅଭିଯୋଗ ଆଣୁଛି ତାହା ଅମୂଳକ।

Advertisment

ମୁଖ୍ୟତଃ ଫେବୃଆରୀ ୧୪ରେ ଜମ୍ମୁ କଶ୍ମୀରର ପୁଲଓ୍ୱାମା ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହାପରେ ପାକିସ୍ତାନର ବାଲାକୋଟରେ ଭାରତ ଫେବୃଆରୀ ୨୮ରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏହାପରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ବଢ଼ିଥିବା ଦେଖିବାକୁ ମିଳିଛି।