ପୁରସ୍କାର ପ୍ରାପ୍ତ ଅଫିସରଙ୍କ ଘରୁ ମିଳିଲା ବିପୁଳ ଟଙ୍କା ଓ ଗହଣା

ନୂଆଦିଲ୍ଲୀ: ସ୍ୱଚ୍ଛତା ଓ ନିରପେକ୍ଷତା ସହ ସରକାରୀ କାମ କରୁଥିବାରୁ ୨ ବର୍ଷ ତଳେ ତେଲଙ୍ଗାନାର ଜଣେ ଅଫିସର ଭି ଲାବନ୍ୟାଙ୍କୁ ଦୁଇ ବର୍ଷ ତଳେ ‘ବେଷ୍ଟ ତହସିଲଦାର’ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ତେବେ ଏହି ଶ୍ରେଷ୍ଠ ତହସିଲଦାରଙ୍କ ଘରୁ ଚଢ଼ଉ ବେଳେ ନଗଦ ୯୩ ଲକ୍ଷ ଟଙ୍କା ଓ ବିପୁଳ ପରିମାଣର ସୁନା ଗହଣା ଜବତ ହୋଇଛି। ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଲାବନ୍ୟା ରଙ୍ଗା ରେଡ୍ଡୀ ଜିଲ୍ଲାରେ ରେଭେନ୍ୟୁ ଅଫିସର ଭାବେ […]

ee

Hemant Lenka
  • Published: Friday, 12 July 2019
  • , Updated: 12 July 2019, 05:18 PM IST

ନୂଆଦିଲ୍ଲୀ: ସ୍ୱଚ୍ଛତା ଓ ନିରପେକ୍ଷତା ସହ ସରକାରୀ କାମ କରୁଥିବାରୁ ୨ ବର୍ଷ ତଳେ ତେଲଙ୍ଗାନାର ଜଣେ ଅଫିସର ଭି ଲାବନ୍ୟାଙ୍କୁ ଦୁଇ ବର୍ଷ ତଳେ ‘ବେଷ୍ଟ ତହସିଲଦାର’ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ତେବେ ଏହି ଶ୍ରେଷ୍ଠ ତହସିଲଦାରଙ୍କ ଘରୁ ଚଢ଼ଉ ବେଳେ ନଗଦ ୯୩ ଲକ୍ଷ ଟଙ୍କା ଓ ବିପୁଳ ପରିମାଣର ସୁନା ଗହଣା ଜବତ ହୋଇଛି। ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ଲାବନ୍ୟା ରଙ୍ଗା ରେଡ୍ଡୀ ଜିଲ୍ଲାରେ ରେଭେନ୍ୟୁ ଅଫିସର ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ତାଙ୍କର କାର୍ଯ୍ୟଶୈଳୀ ଉପରେ ତେଲଙ୍ଗାନା ଦୁର୍ନୀତି ନିରୋଧ ସଂସ୍ଥା ସନ୍ଦେହ ପ୍ରକାଶ କରିଥିଲା। ଏଥିପାଇଁ ସଂସ୍ଥା ପକ୍ଷରୁ ଲାବନ୍ୟାଙ୍କ ହାଇଦ୍ରାବାଦ୍‌ ସ୍ଥିତ ଘରେ ଚଢ଼ଉ କରାଯାଇଥିଲା।

ଚଢ଼ଉ ବେଳେ ନଗଦ ୯୩.୫ ଲକ୍ଷ ଟଙ୍କା ଓ ୪୦୦ ଗ୍ରାମ ସୁନା ଜବତ ହୋଇଛି। ଲାବନ୍ୟାଙ୍କ ଜୁନିୟର ଭାବେ କାର୍ଯ୍ୟ କରୁଥିବା ଗ୍ରାମୀଣ ରେଭିନ୍ୟୁ ଅଫିସର ଜଣେ ଚାଷୀଙ୍କ ଠାରୁ ୪ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ। ଏହାପରେ ଦୁର୍ନୀତି ନିରୋଧୀ ସଂସ୍ଥା ଲାବନ୍ୟାଙ୍କ ଘର ଉପରେ ରେଡ୍‌ କରିବାକୁ ନିଷ୍ପତ୍ତି ନେଇଥିଲା।

Related story