ଅସାଦୁଦ୍ଦିନ ଓୱେସୀ ଦ୍ୱିତୀୟ ଜିନ୍ନା, ମୁସଲିମଙ୍କୁ ଭାଗବାଣ୍ଟୁଛନ୍ତି: ଉର୍ଦ୍ଦୁ କବି

ଲକ୍ଷ୍ନୌ: ଲୋକସଭା ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କୁ ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲୀ ଜିନ୍ନାଙ୍କ ସହ ତୁଳନା କରିଛନ୍ତି ଉର୍ଦ୍ଦୁ କବି ମୁନ୍ନୱର ରାଣା। ଖାଲି ସେତିକି ନୁହେଁ, ଓୱେସୀଙ୍କ ଭଳି ଲୋକମାନେ ମୁସଲିମ ସଂପ୍ରଦାୟ ମଧ୍ୟରେ ଭେଦଭାବ ସୃଷ୍ଟି କରି ଏହାକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ମୁସଲିମ ସଂପ୍ରଦାୟ କେବେ ହେଲେ ଭାରତରେ ଆଉ ଜଣେ ଜିନ୍ନାଙ୍କୁ ତାଙ୍କ ଯୋଜନାରେ ସଫଳ ହେବାକୁ ଦେବେ ନାହିଁ ବୋଲି ମୁନ୍ନୱର ରାଣା […]

g

Hemant Lenka
  • Published: Friday, 13 November 2020
  • , Updated: 13 November 2020, 04:22 PM IST

ଲକ୍ଷ୍ନୌ: ଲୋକସଭା ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କୁ ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲୀ ଜିନ୍ନାଙ୍କ ସହ ତୁଳନା କରିଛନ୍ତି ଉର୍ଦ୍ଦୁ କବି ମୁନ୍ନୱର ରାଣା। ଖାଲି ସେତିକି ନୁହେଁ, ଓୱେସୀଙ୍କ ଭଳି ଲୋକମାନେ ମୁସଲିମ ସଂପ୍ରଦାୟ ମଧ୍ୟରେ ଭେଦଭାବ ସୃଷ୍ଟି କରି ଏହାକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ମୁସଲିମ ସଂପ୍ରଦାୟ କେବେ ହେଲେ ଭାରତରେ ଆଉ ଜଣେ ଜିନ୍ନାଙ୍କୁ ତାଙ୍କ ଯୋଜନାରେ ସଫଳ ହେବାକୁ ଦେବେ ନାହିଁ ବୋଲି ମୁନ୍ନୱର ରାଣା କହିଛନ୍ତି।

ବିହାର ବିଧାନସଭା ନିର୍ବାଚନରେ ଓୱେସୀଙ୍କ ଏଆଇଏମଆଇଏମ ୫ଟି ଆସନ ଜିତିଛି। ଦଳ ଏକାକୀ ଲଢ଼ିବା ସହ ବିରୋଧୀ ଗଠନ କରିଥିବା ମହାଗଠବନ୍ଧନ ବିରୋଧରେ ମଧ୍ୟ ପ୍ରାର୍ଥୀ ଦେଇଥିଲେ। ରେଜଲ୍ଟ ପ୍ରକାଶ ପାଇବା ପରେ ମୁନ୍ନୱର ଏଭଳି କହିଛନ୍ତି। ସେ ଓୱେସୀଙ୍କୁ ବିଜେପିର ଏଜେଣ୍ଟ ବୋଲି କହିବାକୁ ମଧ୍ୟ ପଛାଇ ନାହାନ୍ତି।

ସେ କହିଛନ୍ତି, ଓୱେସୀ ସର୍ବଦା ମୁସଲିମ ଭୋଟକୁ ଭାଗ ଭାଗ କରି ଦେଉଛନ୍ତି। ଏହାର ଫାଇଦା ସବୁ ବେଳେ ବିଜେପିକୁ ମିଳୁଛି। ସେ ଜଣେ ଭୋଟ ଡିଭାଇଡର। ଓୱେସୀ ଓ ତାଙ୍କ ଭାଇ ଅକବରୁଦ୍ଦିନ ମୋ ପାଇଁ ଗୁଣ୍ଡା। ସେମାନେ ମୁସଲିମ ସଂପ୍ରଦାୟକ ବିଶେଷ କରି ଯୁବଗୋଷ୍ଠୀଙ୍କୁ ବିଭ୍ରାନ୍ତ କରୁଛନ୍ତି।

ଓୱେସୀ ସର୍ବଦା ବିଜେପିକୁ ସହଯୋଗ କରି ନିଜର ସ୍ୱାର୍ଥ ସାଧନ କରିବାକୁ ଚାହୁଁଛନ୍ତି। ତାଙ୍କର ୧୫ ହଜାର କୋଟି ଟଙ୍କାର ସମ୍ପତ୍ତି ରହିଛି। ମେଡିକାଲ କଲେଜ, ଜମି ଓ ଅନ୍ୟ ବ୍ୟବସାୟକୁ ସୁରକ୍ଷା ଯୋଗାଇ ଦେବା ପାଇଁ ସେ ବିଜେପିର ଏଜେଣ୍ଟ ସାଜିଛନ୍ତି। ବିହାରର ସୀମାଞ୍ଚଳ ହେଉଛି ମୁସଲିମ ବହୁଳ ଅଞ୍ଚଳ।

ଏଠାରେ ଓୱେସୀ ଆରଜେଡିର ତେଜସ୍ୱୀ ଯାଦବଙ୍କ ସହ ହାତ ମିଳାଇ ଏନଡିକୁ ଫୋପାଡ଼ି ଦେବାର ଥିଲା। କିନ୍ତୁ ଏଠାରେ ସେ ବିଜେପିକୁ ସହଯୋଗ କଲେ। ଏହି ଅଞ୍ଚଳରୁ ମିଳିବାକୁ ଥିବା ଭୋଟ ଓ ଆସନ ପୂରା ବିହାର ନିର୍ବାଚନର ରୂପରେଖ ବଦଳାଇ ଦେଇଥାଆନ୍ତା। ମୁଁ କିଶୋର ଅବସ୍ଥାରୁ ଓୱେସୀଙ୍କୁ ଜାଣିଛି। ସେ ଜଣେ ସ୍ୱାର୍ଥବାଦୀ ବୋଲି ସେ ଅଭିଯୋଗ କରିଛନ୍ତି।

Related story