ଟିକାକୁ ନେଇ ଆସିଲା ଭଲ ଖବର: ଭାରତର ଦୁଇ ଜଣଙ୍କୁ ଦିଆଗଲା

ପୁଣେ: ମହାମାରୀ କରୋନା ଭାଇରସର ସଂକ୍ରମଣ ଭିତରେ ଭାରତବାସୀଙ୍କୁ ଆଶ୍ୱସ୍ତ କରିବା ଭଳି ଖବର ଆସିଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପ୍ରସ୍ତୁତ କରିଥିବା ବହୁ ପ୍ରତିକ୍ଷୀତ କରୋନା ଟିକାର ମାନବ ପରୀକ୍ଷଣ ଆଜି ଭାରତରେ ଆରମ୍ଭ ହୋଇଛି। ଏହି ଟିକାର ଉତ୍ପାଦନ ଦାୟିତ୍ୱରେ ପୁଣେ ସ୍ଥିତ ବିଶ୍ୱର ଅନ୍ୟତମ ପ୍ରତିଷ୍ଠିତ ଔଷଧ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ରହିଛି। ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ଆଜି ଭାରତରେ ଅକ୍ସଫୋର୍ଡ ଟିକା କୋଭିସିଲ୍ଡର ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ ହୋଇଛି। ପୁନେର […]

y

y

Hemant Lenka
  • Published: Wednesday, 26 August 2020
  • Updated: 26 August 2020, 05:50 PM IST

Sports

Latest News

ପୁଣେ: ମହାମାରୀ କରୋନା ଭାଇରସର ସଂକ୍ରମଣ ଭିତରେ ଭାରତବାସୀଙ୍କୁ ଆଶ୍ୱସ୍ତ କରିବା ଭଳି ଖବର ଆସିଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପ୍ରସ୍ତୁତ କରିଥିବା ବହୁ ପ୍ରତିକ୍ଷୀତ କରୋନା ଟିକାର ମାନବ ପରୀକ୍ଷଣ ଆଜି ଭାରତରେ ଆରମ୍ଭ ହୋଇଛି। ଏହି ଟିକାର ଉତ୍ପାଦନ ଦାୟିତ୍ୱରେ ପୁଣେ ସ୍ଥିତ ବିଶ୍ୱର ଅନ୍ୟତମ ପ୍ରତିଷ୍ଠିତ ଔଷଧ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ରହିଛି।

ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ଆଜି ଭାରତରେ ଅକ୍ସଫୋର୍ଡ ଟିକା କୋଭିସିଲ୍ଡର ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ ହୋଇଛି। ପୁନେର ଭାରତୀ ବିଦ୍ୟାପୀଠ ମେଡିକାଲ କଲେଜରେ ଏହି ପରୀକ୍ଷା କରାଯାଇଛି। ଦୁଇ ଜଣ ପୁରୁଷ ସ୍ୱେଚ୍ଛାସେବୀଙ୍କ ଶରୀରରେ ଏହି ଟିକା ଆଜି ପ୍ରୟୋଗ କରାଯାଇଛି।

ଟିକା ପରୀକ୍ଷଣରେ ସାମିଲ ହେବା ପାଇଁ ମୋଟ ୫ ଜଣ ସ୍ୱେଚ୍ଛାସେବୀ ପଞ୍ଜିକୃତ କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ କରୋନା ଆଣ୍ଟିବଡି ଟେଷ୍ଟ ପଜିଟିଭ ଆସିବାରୁ ସେମାନଙ୍କୁ ପରୀକ୍ଷାରେ ଅଯୋଗ୍ୟ ଘୋଷଣା କରାଯାଇଥିଲା।

ଏହାପରେ ଜଣେ ୩୨ ବର୍ଷୀୟ ବ୍ୟକ୍ତିଙ୍କ ଉପରେ ଏହାର ପ୍ରୟୋଗ କରାଯାଇଥିଲା। ଆଉ ଜଣେ ୪୮ ବର୍ଷୀୟ ବ୍ୟକ୍ତି ବି ଏହି ଟିକା ନେଇଛନ୍ତି। ୩୨ ବର୍ଷୀୟ ଯୁବକ ଜଣଙ୍କ ଗୋଟିଏ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ୪୮ ବର୍ଷୀୟ ବ୍ୟକ୍ତି ଜଣଙ୍କ ଜଣେ ସ୍ଥ୍ୟାସ୍ଥ୍ୟକର୍ମୀ। ଟିକା ନେବା ପରେ ସେମାନଙ୍କ ଉପରେ ନଜର ରଖାଯାଇଛି।

ଆଗାମୀ ୭ ଦିନ ମଧ୍ୟରେ ମୋଟ ୨୫ ଜଣଙ୍କ ଠାରେ ଟିକାର ପରୀକ୍ଷଣ କରାଯିବ ବୋଲି ବିବି ମେଡିକାଲ କଲେଜ ନିର୍ଦ୍ଦେଶକ ଡା. ସଂଜୟ ଲାଲୱାନି ସୂଚନା ଦେଇଛନ୍ତି।

ସେରମ ଇନଷ୍ଟିଚ୍ୟୁଟ ଟିକାର ଫେଜ-୨ ପରୀକ୍ଷା ପାଇଁ ଭାରତର ୧୭ଟି ସ୍ଥାନ ଚିହ୍ନଟ କରିଛି। ଏଥିରେ ୧୬ ଶହ ଲୋକ ସାମିଲ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story