ଭଲ ଖବର: ଯୁବ ଓ ବୃଦ୍ଧଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଛି ଅକ୍ସଫୋର୍ଡ ଟିକା

ଲଣ୍ଡନ: କରୋନା ଟିକାକୁ ନେଇ ସବୁଠାରୁ ଭଲ ଖବର ସାମ୍ନାକୁ ଆସିଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ହୋଇଥିବା କରୋନା ଟିକା ଉଭୟ ବୃଦ୍ଧ ଓ ଯୁବକଙ୍କ ଶରୀରରେ ରୋକ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ। ବିଭିନ୍ନ ପର୍ଯ୍ୟାୟ ପରୀକ୍ଷା ପରେ ଏଭଳି ରେଜଲ୍ଟ ଆସିଥିବା ଆଷ୍ଟ୍ରଜେନେକା ପିଏଲସି ପକ୍ଷରୁ କୁହାଯାଇଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ChAdOx1 କରୋନା ଟିକା ପ୍ରସ୍ତୁତ କରିଛି। ଅକ୍ସଫୋର୍ଡ ସହ ଆଷ୍ଟ୍ରଜେନେକା ChAdOx1 ର ଉତ୍ପାଦନ ଦାୟିତ୍ୱ ନେଇଛି। କିଛି […]

gu

Hemant Lenka
  • Published: Monday, 26 October 2020
  • , Updated: 26 October 2020, 06:36 PM IST

ଲଣ୍ଡନ: କରୋନା ଟିକାକୁ ନେଇ ସବୁଠାରୁ ଭଲ ଖବର ସାମ୍ନାକୁ ଆସିଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ହୋଇଥିବା କରୋନା ଟିକା ଉଭୟ ବୃଦ୍ଧ ଓ ଯୁବକଙ୍କ ଶରୀରରେ ରୋକ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ। ବିଭିନ୍ନ ପର୍ଯ୍ୟାୟ ପରୀକ୍ଷା ପରେ ଏଭଳି ରେଜଲ୍ଟ ଆସିଥିବା ଆଷ୍ଟ୍ରଜେନେକା ପିଏଲସି ପକ୍ଷରୁ କୁହାଯାଇଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ChAdOx1 କରୋନା ଟିକା ପ୍ରସ୍ତୁତ କରିଛି। ଅକ୍ସଫୋର୍ଡ ସହ ଆଷ୍ଟ୍ରଜେନେକା ChAdOx1 ର ଉତ୍ପାଦନ ଦାୟିତ୍ୱ ନେଇଛି।

କିଛି ଦିନ ବନ୍ଦ ରହିବା ପରେ ଅକ୍ଟୋବର ୨୨ରୁ ସାରା ବିଶ୍ୱରେ ଅକ୍ସଫୋର୍ଡ ପ୍ରସ୍ତୁତ କରିଥିବା କରୋନା ଟିକା କୋଭିସ୍ଲାଇଡ୍‌ର ପରୀକ୍ଷା ଆରମ୍ଭ ହୋଇଛି। ବ୍ରାଜିଲ, ଭାରତ, ଆମେରିକା, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ଜାପାନରେ ଏହାର କ୍ଲିନିକାଲ ଟ୍ରାଏଲ ଚାଲିଛି। ଏବେ ଆଷ୍ଟ୍ରଜେନେକାର ମୁଖପାତ୍ର କହିଛନ୍ତି, ଆମେ ଖୁସିର ସହ କହିବାକୁ ଚାହୁଁଛୁ ଯେ ସବୁ ବର୍ଗର ଲୋକଙ୍କ ଉପରେ ଅକ୍ସଫୋର୍ଡ ପ୍ରସ୍ତୁତ କରିଥିବା କରୋନା ଟିକାର ଭଲ ପ୍ରଭାବ ଦେଖିବାକୁ ମିଳିଛି। ବୟସ୍କ ଲୋକଙ୍କ ପାଇଁ କରୋନା ଭାଇରସ ଘାତକ ହୋଇଥାଏ।

ହେଲେ ଅକ୍ସଫୋର୍ଡ କରୋନା ଟିକା ବୃଦ୍ଧଙ୍କ ଠାରୁ ଆରମ୍ଭ କରି ଯୁବକ ଓ କିଶୋରମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇରେ ସହାୟକ ହେଉଛି। ଏହାର କୌଣସି ପାର୍ଶ୍ୱପ୍ରତିକ୍ରିୟା ମଧ୍ୟ ନାହିଁ। ଏହି ରେଜଲ୍ଟ ଆମକୁ ଆଗକୁ ବଢ଼ାଇବାରେ ସହାୟକ ହେଉଛି ବୋଲି ସେ କହିଛନ୍ତି।

ଅକ୍ସଫୋର୍ଡ ଓ ଆଷ୍ଟ୍ରଜେନେକା ମଧ୍ୟ ପୁଣେରେ ଅବସ୍ଥାପିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ସହ କରୋନା ଟିକାର ଉତ୍ପାଦନ ପାଇଁ ଚୁକ୍ତି କରିଛନ୍ତି। ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ମୁଖ୍ୟ କହିଛନ୍ତି, ଅକ୍ସଫୋର୍ଡ ଟିକା ସହ ଆଉ ୪ଟି ଟିକାର ୫ ବିଲିୟନ ଡୋଜ୍‌ ତିଆରି କରିବାକୁ ସଂସ୍ଥା ସକ୍ଷମ ରହିଛି।

Related story