ପଦ ଯାତ୍ରା କରିବେ ରାହୁଲ, ଭେଟିବେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ

ନୂଆଦିଲ୍ଲୀ: କେଦାରନାଥକୁ ପଦ ଯାତ୍ରାରେ ଯାଇ ଗତକାଲି ମହାଦେବଙ୍କୁ ଦର୍ଶନ କରି ଥିବା କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀ ଆଉ ଏକ ପଦ ଯାତ୍ରାରେ ଯିବାକୁ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି। ଆସନ୍ତା ସପ୍ତାହରୁ ଆରମ୍ଭ ହୋଇପାରେ ଏହି ପଦ ଯାତ୍ରା। ମହାରାଷ୍ଟ୍ର ଓ ତେଲେଙ୍ଗାନାରେ ଆତ୍ମହତ୍ୟା କରି ଥିବା ଚାଷୀଙ୍କ ପରିବାର ଲୋକଙ୍କୁ ଭେଟିବା ପାଇଁ ଏହି ପଦ ଯାତ୍ରା କରିବେ ରାହୁଲ ଗାନ୍ଧୀ। ଏଥିପାଇଁ କଂଗ୍ରେସ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ଜଣାପଡ଼ିଛି। […]

RahulGandhi

RahulGandhi

Rakesh Mallick
  • Published: Saturday, 25 April 2015
  • Updated: 25 April 2015, 06:10 AM IST

Sports

Latest News

ନୂଆଦିଲ୍ଲୀ: କେଦାରନାଥକୁ ପଦ ଯାତ୍ରାରେ ଯାଇ ଗତକାଲି ମହାଦେବଙ୍କୁ ଦର୍ଶନ କରି ଥିବା କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀ ଆଉ ଏକ ପଦ ଯାତ୍ରାରେ ଯିବାକୁ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି। ଆସନ୍ତା ସପ୍ତାହରୁ ଆରମ୍ଭ ହୋଇପାରେ ଏହି ପଦ ଯାତ୍ରା। ମହାରାଷ୍ଟ୍ର ଓ ତେଲେଙ୍ଗାନାରେ ଆତ୍ମହତ୍ୟା କରି ଥିବା ଚାଷୀଙ୍କ ପରିବାର ଲୋକଙ୍କୁ ଭେଟିବା ପାଇଁ ଏହି ପଦ ଯାତ୍ରା କରିବେ ରାହୁଲ ଗାନ୍ଧୀ। ଏଥିପାଇଁ କଂଗ୍ରେସ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ଜଣାପଡ଼ିଛି।

ଅଦିନିଆ ବର୍ଷା ଯୋଗୁ ମହାରାଷ୍ଟ୍ର ଓ ତେଲେଙ୍ଗାନାରେ ଚାଷୀମାନେ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି। ପୁଣି ଏହି ଦୁଇ ରାଜ୍ୟରେ ସବୁଠୁ ଅଧିକ ଚାଷୀ ଆତ୍ମହତ୍ୟା ଘଟିଛି।

ଏହି ଦୁଇ ରାଜ୍ୟ ସହିତ ରାହୁଲ ଗାନ୍ଧୀ ପଞ୍ଜାବ, ବିହାର ଓ ମଧ୍ୟ ପ୍ରଦେଶ ଆଦି ରାଜ୍ୟକୁ ପଦଯାତ୍ରାରେ ଯାଇ କୃଷକମାନଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଗତ ସପ୍ତାହରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ରେ ଏହି ତିନୋଟି ରାଜ୍ୟରେ କୃଷକମାନଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡ଼ିଛି।

ପ୍ରାୟ ଦୁଇ ମାସ ଧରି ଅଜ୍ଞାତବାସରୁ ଫେରିବା ପରେ ପୂରା ସକ୍ରିୟ ହୋଇ ଉଠିଛନ୍ତି ରାହୁଲ। ଅଜ୍ଞାତବାସରୁ ଫେରିବା ପରେ ଦିଲ୍ଲୀରେ କିଷାନ କ୍ଷେତ ମଜଦୁର ସଂଘର ରାଲିରେ ଯୋଗ ଦେଇ ଥିଲେ। ସେହିପରି ଲୋକସଭାରେ ଜମି ଅଧିଗ୍ରହଣ ବିଲ ଓ କୃଷକଙ୍କ ସମସ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ। ତାଙ୍କର ଭାଷଣରେ ମା’ ସୋନିଆ ଖୁସ୍ ହୋଇଯାଇଥିଲେ। ତା’ପରେ ୨୦୧୩ରେ ଉତ୍ତରଖଣ୍ଡ ପ୍ରଳୟଙ୍କାରୀ ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କୁ ସମ୍ମାନ ଦେବା ପାଇଁ କେଦାରନାଥକୁ ପଦ ଯାତ୍ରା କରି ମହାଦେବଙ୍କ ଦର୍ଶନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos