‘ପାକ୍, ବାଂଲା ମୁସଲିମ୍ ଅନୁପ୍ରବେଶକାରୀଙ୍କୁ ଦେଶରୁ ବାହାର କରାଯାଉ’

ମୁମ୍ୱାଇ: ବାଂଲାଦେଶ ଏବଂ ପାକିସ୍ତାନରୁ ଆସିଥିବା ମୁସଲିମ୍ ଅନୁପ୍ରବେଶକାରୀଙ୍କୁ ଦେଶରୁ ବାହାର କରିବା ଦରକାର। ମହାରାଷ୍ଟ୍ରରେ ମେଣ୍ଟ ସରକାରର ନେତୃତ୍ୱ ନେଉଥିବା ଶିବସେନା ଆଜି ଏହା କହିଛି। ଦୁଇ ଦିନ ପୂର୍ବରୁ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ମୋଦି ସରକାରକୁ ସମର୍ଥନ କରିଥିଲେ। ବାଂଲାଦେଶ ଏବଂ ପାକିସ୍ତାନରୁ ଆସିଥିବା ମୁସଲିମ୍ ଅନୁପ୍ରବେଶକାରୀଙ୍କୁ ଦେଶରୁ ବେଦଖଲ କରିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର ତାହାକୁ ଏମଏନଏସ ସମର୍ଥନ କରୁଛି ବୋଲି ରାଜ […]

UDHAV THAKREY

Subhransu Sekhar
  • Published: Saturday, 25 January 2020
  • , Updated: 25 January 2020, 05:41 PM IST

ମୁମ୍ୱାଇ: ବାଂଲାଦେଶ ଏବଂ ପାକିସ୍ତାନରୁ ଆସିଥିବା ମୁସଲିମ୍ ଅନୁପ୍ରବେଶକାରୀଙ୍କୁ ଦେଶରୁ ବାହାର କରିବା ଦରକାର। ମହାରାଷ୍ଟ୍ରରେ ମେଣ୍ଟ ସରକାରର ନେତୃତ୍ୱ ନେଉଥିବା ଶିବସେନା ଆଜି ଏହା କହିଛି। ଦୁଇ ଦିନ ପୂର୍ବରୁ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ମୋଦି ସରକାରକୁ ସମର୍ଥନ କରିଥିଲେ। ବାଂଲାଦେଶ ଏବଂ ପାକିସ୍ତାନରୁ ଆସିଥିବା ମୁସଲିମ୍ ଅନୁପ୍ରବେଶକାରୀଙ୍କୁ ଦେଶରୁ ବେଦଖଲ କରିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର ତାହାକୁ ଏମଏନଏସ ସମର୍ଥନ କରୁଛି ବୋଲି ରାଜ ଠାକରେ କହିଥିଲେ।

ଏହି ଅବସରରେ ଶିବସେନା ରାଜ ଠାକରେଙ୍କ ନେତୃତ୍ୱାଧୀନ ଏମଏନଏସକୁ ମଧ୍ୟ ସମାଲୋଚନା କରିଛି। ଦେଶରୁ ଅନୁପ୍ରବେଶକାରୀ ମୁସଲିମଙ୍କୁ ବିଦା କରିବା ଦରକାର। ଏହା ଠିକ୍। ହେଲେ ଗୋଟିଏ ଦଳ ନିଜର ଚିହ୍ନ ପରିବର୍ତ୍ତନ କରିବା ଆଶ୍ଚର୍ଯ୍ୟ ବୋଲି ଶିବସେନା ତା’ର ଖବରକାଗଜ ସାମ୍ନାରେ ଏହା ପ୍ରକାଶ କରିଛି।

ଚଉଦ ବର୍ଷ ତଳେ ରାଜ ଠାକରେ ମରାଠୀଙ୍କ ପାଇଁ ଏମଏନଏସ ଦଳ ଗଢ଼ିଥିଲେ। ହେଲେ ଏବେ ସେ ତାଙ୍କ ଦଳୀୟ ପତାକାରେ ଗେରୁଆ ରଙ୍ଗ ଦେଇ ହିନ୍ଦୁତ୍ୱ ଏଜେଣ୍ଡାକୁ ସମର୍ଥନ କରୁଥିବାର ବାର୍ତ୍ତା ଦେଇଥିଲେ ରାଜ ଠାକରେ। ଯାହାକୁ ନେଇ ଏବେ ଶିବସେନା ସମାଲୋଚନା କରିଛି। ଏମଏନଏସ ନିଜ ଦଳୀୟ ପତାକାର ରଙ୍ଗ ପରିବର୍ତ୍ତନ କଲେ ମଧ୍ୟ ଶିବସେନାକୁ ଏହା କ୍ଷତି ପହଞ୍ଚାଇବ ନାହିଁ। ଶିବସେନା ମେଣ୍ଟ ସରକାର ଗଢ଼ିଲେ ମଧ୍ୟ ହିନ୍ଦୁତ୍ୱ ଏଜେଣ୍ଡାରେ କୌଣସି ପ୍ରଭାବ ପଡ଼ିବନି। ସାଭରକର ଏବଂ ବାଲା ଶାହେବଙ୍କ ହିନ୍ଦୁତ୍ୱ ଏଜେଣ୍ଡାକୁ ଆଗେଇ ନେବା ଛୋଟ ପିଲାଙ୍କ କଥା ନୁହେଁ ବୋଲି ଶିବସେନା କହିଛି।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ସହ ମେଣ୍ଟ ଭାଙ୍ଗି ହିନ୍ଦୁତ୍ୱକୁ ରାଜନୀତିକୁ ବିରୋଧ କରୁଥିବା କଂଗ୍ରେସ ଏବଂ ଏନସିପି ସହ ମିଶି ଶିବସେନା ସରକାର ଗଢ଼ିଛି। ଏହାପରେ ଶିବସେନାର ହିନ୍ଦୁତ୍ୱ ଏଜେଣ୍ଡା ମଳିନ ପଡ଼ିଛି। ଯାହାର ଫାଇଦା ରାଜ ଠାକରେ ବିଜେପି ସହ ମିଶି ନେବାକୁ ଚାହୁଁଛନ୍ତି ବୋଲି ରାଜନୀତିକ ପଣ୍ଡିତମାନେ ଆକଳନ କରିଛନ୍ତି।

Related story